Puja Mandap: ପୂଜା ମଣ୍ଡପ ତୋରଣ: ଖର୍ଚ୍ଚ ଅଧିକ, ଆକର୍ଷଣ ବି ଅଧିକ
"ଭୁୁବନେଶ୍ୱର: ମା"ଙ୍କ ଆବାହନ ପାଇଁ ରାଜଧାନୀ ଛାତି ଉପରେ ଛିଡ଼ା ହୋଇଛି ଆଖି ଖୋସି ଭଳି ତୋରଣ।
କେଉଁଠି ଦୁବାଇ ସହର ତ ଆଉ କେଉଁ ମଣ୍ଡପରେ ଭାଟିକାନ ସିଟିର ଭ୍ରମ ସୃଷ୍ଟି କରୁଛି।
ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ତୋରଣରେ ନିଆରା ଝଲକ ବି ଦେଖିବାକୁ ମିଳୁଛି।
ଦଶହରା ପାଇଁ କଟକ ସହର ପ୍ରସିଦ୍ଧି ଅର୍ଜନ କରିଥିବା ବେଳେ ତୋରଣରେ ରାଜଧାନୀ ଭୁବନେଶ୍ୱର ଏବେ ବାଜିମାତ କରିଛି।
ଏଥିପାଇଁ ମୋଟ ବଜେଟ୍ର ସିଂହଭାଗ କେବଳ ତୋରଣରେ ଖର୍ଚ୍ଚ ହୋଇଛି।
ତୋରଣ ନିର୍ମାଣରେ ଯେମିତି କୌଣସି ପ୍ରକାର ସାଲିସ ନ ହୁଏ ସେଥିପ୍ରତି ପୂଜା ମଣ୍ଡପ ଅଧିକ ଯତ୍ନବାନ ହୋଇଛନ୍ତି।
ବିଶାଳ ତୋରଣ ଏବଂ ଅବିଶ୍ୱସନୀୟ ନିର୍ମାଣ ଶୈଳୀରେ ଚକମା ଦେଖାଇବା ପାଇଁ ରାଜଧାନୀର ପୂଜା କମିଟିଗୁଡ଼ିକ ଯେମିତି ପଣ କରିଛନ୍ତି।Advertisment Horoscope 2026 October 19: ଜାଣନ୍ତୁ ଆଜିର ରାଶିଫଳ ୨୦ ମଣ୍ଡପର ବଜେଟ୍ ୪୦ ଲକ୍ଷରୁ ୧ କୋଟି ପୂର୍ବବର୍ଷ ଭଳି ଏଥର ମଧ୍ୟ ରାଜଧାନୀର ପ୍ରାୟ ୨୦୦ ପୂଜା ମଣ୍ଡପରେ ମା"ଙ୍କ ପୂଜାର୍ଚ୍ଚନା ହେଉଛି।
ଏଥିପାଇଁ ମଣ୍ଡପଗୁଡ଼ିକ ସ୍ବତନ୍ତ୍ର ବଜେଟ୍ ପ୍ରସ୍ତୁତ କରିଛନ୍ତି।
କୌଣସି ବି ପୂଜା ମଣ୍ଡପର ବଜେଟ୍ ୧୦ ଲକ୍ଷ ତଳକୁ ନାହିଁ।
ଏପରିକି ଗୋଟିଏ ଗୋଟିଏ ପୂଜା ମଣ୍ଡପର ବଜେଟ୍ କୋଟିଏ ଟଙ୍କା ଛୁଇଁଛି।
ନୂଆପଲ୍ଲୀ ଓ ରସୁଲଗଡ଼ରେ ଭାଟିକାନ୍ ସିଟି ପ୍ରତିକୃତିର ତୋରଣ ତିଆରି ହୋଇଛି।
ମୋଟ୍ ବଜେଟର ବଡ଼ ଅଂଶ ତୋରଣରେ ଖର୍ଚ୍ଚ କରାଯାଇଛି।
ବଲିଖାଲ ପୂଜା କମିଟିର ବଜେଟ୍ ତ ୬୦ ଲକ୍ଷ ଛୁଇଁଲାଣି।
ଏଥରକ ତୋରଣରେ ଦୁବାଇର ଝଲକ ଦେଖିବାକୁ ମିଳୁଛି।
ଷ୍ଟେସନ ବଜାର ପୂଜା କମିଟିର ବଜେଟ୍ ୮୦ ଲକ୍ଷ ଟପିଯାଇଛି।
ମା"ଙ୍କୁ ସୁନା ଓ ରୂପା ଅଳଙ୍କାରରେ ସୁସଜ୍ଜିତ କରାଯାଇଥିଲେ ମଧ୍ୟ ଜୀବନର ସଂଘର୍ଷ କାହାଣୀକୁ ନେଇ ପ୍ରସ୍ତୁତ ହୋଇଥିବା ତୋରଣରେ କେବଳ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି।
ଗଙ୍ଗନଗରରେ ପ୍ରସ୍ତୁତ ହୋଇଥିବା ଗୋଲ୍ଡେନ୍ ପ୍ୟାଲେସ୍, ପଳାଶୁଣୀରେ ରାଜସ୍ଥାନ ହାୱାମହଲ ତୋରଣ ନିର୍ମାଣରେ ୧୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି।
Drinking water: ବିଶୁଦ୍ଧ ପାନୀୟ ଜଳରୁ ବଞ୍ଚିତ ମାଲାନସୁଗା ଗ୍ରାମବାସୀ, ଚୁଆପାଣି ବଞ୍ଚାଇଛି ଜୀବନ କଟକରେ ତାରକସି ମେଢ଼କୁ ନେଇ ପ୍ରତିଯୋଗିତା ହେଉଥିବା ବେଳେ ରାଜଧାନୀରେ ସୁଦୃଶ୍ୟ ତୋରଣର ପ୍ରତିଯୋଗିତା ହୁଏ।
ଝାରପଡ଼ା, ରସୁଲଗଡ଼, ସହିଦନଗର, ନୟାପଲ୍ଲୀ, ଲକ୍ଷ୍ମୀସାଗର, ବରମୁଣ୍ଡା, ପୁରୁଣା ଷ୍ଟେସନ୍ ବଜାର, ବମିଖାଲ, ଡମଣା, କିସ୍, ପଟିଆରେ ନିର୍ମାଣ ହୋଇଥିବା ଦୁର୍ଗାପୂଜା ମଣ୍ଡପ ପୂର୍ବଭଳି ଏଥର ମଧ୍ୟ ତୋରଣରେ ଚମକ ଭରିଛନ୍ତି କୋଲକାତାର କଳାକାର।
କେବଳ ଏହି ବଡ଼ ପୂଜା ମଣ୍ଡପର ପୂଜା ବଜେଟ୍ ୧୦ କୋଟି ଛୁଇଁବ।
ସେଥିମଧ୍ୟରୁ କେବଳ ୪ କୋଟି ଟଙ୍କା ତୋରଣ ନିର୍ମାଣରେ ଖର୍ଚ୍ଚ ହୋଇଛି।
୧୦ ବର୍ଷ ତଳେ ଯେଉଁଠି ଦୁଇ କୋଟିରେ ହେଉଥିଲା ତାହା ଏବେ ଦୁଇ ଗୁଣା ବଢ଼ିଛି।
ଏହି ପୂଜା ମଣ୍ଡପଗୁଡ଼ିକରେ ତୋରଣ ନିର୍ମାଣ ପାଇଁ ପ୍ରତି ପୂଜା କମିଟି ୧୫ ଲକ୍ଷରୁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିଛନ୍ତି।
୨୦ରୁ ଊର୍ଧ୍ୱ ପୂଜା ମଣ୍ଡପ ୪୦ ଲକ୍ଷରୁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ପୂଜା ବଜେଟ୍ ରଖିଥିବା ବେଳେ ୫୦ରୁ ଊର୍ଧ୍ୱ ପୂଜା ମଣ୍ଡପର ବଜେଟ୍ ୨୦ ଲକ୍ଷରୁ ଅଧିକ ରହିଛି।
ଅନ୍ୟାନ୍ୟ ପୂଜା ମଣ୍ଡପଗୁଡ଼ିକ ୧୦ଲକ୍ଷରୁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପୂଜା ବାବଦରେ ବ୍ୟୟ କରିଛନ୍ତି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।