Pune: ପୁଣେରେ ଦୁଃଖଦ ଘଟଣା: ୬ ବର୍ଷର ପୁଅ ସହିତ ୧୮ ମହଲାରୁ ଡେଇଁ ଜୀବନ ହାରିଲେ ମହିଳା
ପୁଣେ: ମହାରାଷ୍ଟ୍ରର ପୁଣେ ଜିଲ୍ଲାର ପିମ୍ପ୍ରି ଛିଞ୍ଚୱାଡ଼ରେ ଏକ ଦୁଃଖଦ ଘଟଣା ଘଟିଛି।
ଶୁକ୍ରବାର ସନ୍ଧ୍ୟାରେ ଏକ ଆବାସିକ କୋଠାର ୧୮ ମହଲାରୁ ପଡ଼ି ଜଣେ ୩୩ ବର୍ଷୀୟ ମହିଳା ଓ ତାଙ୍କ ଛଅ ବର୍ଷର ପୁଅର ମୃତ୍ୟୁ ହୋଇଛି।
ମୃତ ମହିଳା ଏକତା ବାଙ୍ଗଡ଼ ବୋଲି ଜଣାପଡ଼ିଛି।
ସେ ଦୀର୍ଘଦିନ ହେଲା ମେରୁଦଣ୍ଡ ଜନିତ ରୋଗରେ ପୀଡ଼ିତ ଥିଲେ।
ପୁଲିସ ତାଙ୍କ ଘରୁ ଏକ ଆଠ ପୃଷ୍ଠାର ସୁଇସାଇଡ ନୋଟ୍ ଉଦ୍ଧାର କରିଛନ୍ତି ଓ ସେ କେଉଁ ପରିସ୍ଥିତିରେ ଆତ୍ମହତ୍ୟା କଲେ ତା'ର ତଦନ୍ତ କରୁଛନ୍ତି।
ସିଗ୍ନେଚର ପାର୍କ ଆବାସିକ ସୋସାଇଟିରେ ଏହି ଘଟଣା ସନ୍ଧ୍ୟା ୬ଟା ୩୦ରେ ଘଟିଥିଲା।
Advertisment ଏକତା ସ୍ବାମୀ ମନୋଜ ବାଙ୍ଗଡ଼ ଓ ପୁଅ ମାଧବଙ୍କ ସହିତ ରହୁଥିଲେ।
ମନୋଜ ପୁଣେର ଏକ ଆଇଟି କମ୍ପାନିରେ ଇଞ୍ଜିନିୟର ଭାବେ କାର୍ଯ୍ୟରତ।
ରାଜସ୍ଥାନର ବାସିନ୍ଦା ବାଙ୍ଗଡ଼ ପରିବାର ଗତ ଦୁଇ ବର୍ଷ ଧରି କୋଠାର ସପ୍ତମ ମହଲାରେ ରହୁଥିଲା।
ପ୍ରାଥମିକ ସୂଚନାରୁ ଏକତା ତାଙ୍କ ପୁଅକୁ ୧୮ ମହଲାକୁ ନେଇ ତଳକୁ ଡେଇଁ ପଡ଼ିଥିଲେ।
ଏହି ଘଟଣା ପରେ ଉଭୟ ମା ଓ ପୁଅଙ୍କୁ ମୃତାବସ୍ଥାରେ ଉଦ୍ଧାର କରାଯାଇଛି।
ଅନୁପସ୍ଥିତିକୁ ନେଇ ସଂଘର୍ଷ ସୁଇସାଇଡ ନୋଟ୍ରେ ଏକତା ତାଙ୍କ ମୃତ୍ୟୁ ପରେ ସ୍ବାମୀଙ୍କୁ ପୁନଃ ବିବାହ କରିବାକୁ ଅନୁରୋଧ କରିଛନ୍ତି।
ସେ ନିଜ ପୁଅ କଥା ମଧ୍ୟ ଲେଖିଛନ୍ତି।
କେମିତି ତାଙ୍କ ମୃତ୍ୟୁ ପରେ ପୁଅ ତାଙ୍କୁ ଖୋଜିଥାନ୍ତା ଓ ତାଙ୍କ ଅନୁପସ୍ଥିତିକୁ ନେଇ ସଂଘର୍ଷ କରିଥାନ୍ତା ତାହା ମଧ୍ୟ ବର୍ଣ୍ଣନା କରିଛନ୍ତି।
ପିଲା ଥିଲେ ସ୍ବାମୀଙ୍କ ପାଇଁ ଦ୍ବିତୀୟ ବିବାହ କରିବାରେ ସମସ୍ୟା ହୋଇଥାନ୍ତା ବୋଲି ମଧ୍ୟ ସେ ସୁଇସାଇଡ୍ ନୋଟରେ ଲେଖିଛନ୍ତି।
ପୁଲିସ ନୋଟ୍ରେ ଥିବା ବିଷୟବସ୍ତୁ ଉପରେ ତଦନ୍ତ କରୁଛନ୍ତି।
ଏହି ଘଟଣାକୁ ନେଇ ସୋସାଇଟିର ବାସିନ୍ଦା ମର୍ମାହତ ଅଛନ୍ତି।
ପୁଲିସ ମା ଓ ପୁଅର ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
ଜ୍ଞାନେଶ କୁମାରଙ୍କ ବିରୋଧରେ ୬ ଟି ଅଭିଯୋଗ ଲାଗିଲା
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।