Punjab politics: ଦୀପାବଳି ପରେ ବିଜେପି-ଅକାଳୀ ଦଳ ମେଣ୍ଟ! ୨୦୨୭ ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର

Nov 03, 2026 - 21:56
Punjab politics: ଦୀପାବଳି ପରେ ବିଜେପି-ଅକାଳୀ ଦଳ ମେଣ୍ଟ! ୨୦୨୭ ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର

ଅମୃତସର: ପଞ୍ଜାବ ରାଜନୀତିରେ ଏକ ବଡ଼ ପରିବର୍ତ୍ତନର ସଙ୍କେତ ମିଳିଛି।

ଦୀର୍ଘଦିନର ପୁରୁଣା ରାଜନୈତିକ ସହଯୋଗୀ ବିଜେପି ଓ ଶିରୋମଣି ଅକାଳୀ ଦଳ ପୁଣିଥରେ ହାତ ମିଳାଇବାକୁ ଯାଉଛନ୍ତି।

୨୦୨୭ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଉଭୟ ଦଳ ମେଣ୍ଟ କରିବାକୁ ଯାଉଥିବା ଜଣାପଡ଼ିଛି।

ଏପରିକି ଦୁଇ ଦଳ ମଧ୍ୟରେ ଆସନ ବୁଝାମଣା ମଧ୍ୟ ଚୂଡ଼ାନ୍ତ ହୋଇସାରିଥିବା ଏକ ବିଶେଷ ସୂତ୍ରରୁ ସୂଚନା ମିଳିଛି।

Advertisment ସୂଚନାନୁଯାୟୀ, ମେଣ୍ଟ ପାଇଁ ଏକ ସର୍ତ୍ତ ରଖାଯାଇଛି।

ପଞ୍ଜାବରେ ସରକାର ଗଠନ ହେଲେ ମୁଖ୍ୟମନ୍ତ୍ରୀ ପଦ ଅକାଳୀ ଦଳକୁ ମିଳିବ।

ଅନ୍ୟପକ୍ଷରେ ବିଜେପି ଏଥର ପୂର୍ବାପେକ୍ଷା ଅଧିକ ଆସନରେ ପ୍ରାର୍ଥୀ ଦେବାକୁ ଯୋଜନା କରୁଛି।

ଦଳ ୩୫ରୁ ୪୦ଟି ଆସନରେ ପ୍ରାର୍ଥୀ ଦେଇପାରେ।

ଅକାଳୀ ଦଳ ବାକି ୬୭ଟି ଆସନରେ ନିର୍ବାଚନ ଲଢ଼ିବା ସମ୍ଭାବନା ରହିଛି।

ଉଲ୍ଲେଖଯୋଗ୍ୟ, ୧୯୯୭ରୁ ୨୦୧୭ ପର୍ଯ୍ୟନ୍ତ ମେଣ୍ଟରେ ଥିବାବେଳେ ବିଜେପି ମାତ୍ର ୨୩ଟି ଆସନରେ ନିର୍ବାଚନ ଲଢ଼ୁଥିଲା।

କିନ୍ତୁ ଏଥର ଦଳ ମେଣ୍ଟରେ ସମାନ ଅଧିକାର ଦାବି କରିଛି।

ମେଣ୍ଟ ସଂକ୍ରାନ୍ତରେ ଦୀପାବଳି ପରେ ଔପଚାରିକ ଘୋଷଣା ହୋଇପାରେ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭଟିଣ୍ଡାରେ ଏକ ରାଲି କରିବେ।

ଏଥିରେ ଉଭୟ ଦଳର ବରିଷ୍ଠ ନେତା ଗୋଟିଏ ମଞ୍ଚରେ ଉପସ୍ଥିତ ରହିବେ।

ନିକଟରେ ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ୨୦୨୭ ସୁଦ୍ଧା ପଞ୍ଜାବରେ ଏନ୍‌ଡିଏ ସରକାର ଗଠନ ହେବ ବୋଲି ଦାବି କରିଥିଲେ।

Meerut BJP Leader's Son Dies : ପାରିବାରିକ ବିବାଦରୁ ବିଷ ପିଇ ଜୀବନ ହାରିଲେ ବିଜେପି ନେତାଙ୍କ ପୁଅ ଏହି ମେଣ୍ଟରେ ବିଦ୍ରୋହୀ ଅକାଳୀ ଦଳ ମଧ୍ୟ ସାମିଲ ହୋଇପାରେ ବୋଲି ପୂର୍ବରୁ ଚର୍ଚ୍ଚା ହେଉଥିଲା।

କିନ୍ତୁ ଏହାର ସମ୍ଭାବନା କମ୍‌ ଥିବା କୁହାଯାଉଛି।

କାରଣ ଏହି ଗୋଷ୍ଠୀ ଏପର୍ଯ୍ୟନ୍ତ ପଞ୍ଜିକୃତ ରାଜନୈତିକ ଦଳର ମାନ୍ୟତା ପାଇନାହିଁ।

ତେଣୁ ନିର୍ବାଚନ ଲଢ଼ିବା ପାଇଁ ଏହାକୁ ବିଜେପି କିମ୍ବା ଅକାଳୀ ଦଳ ଉପରେ ନିର୍ଭର କରିବାକୁ ପଡ଼ିପାରେ।

ଅନ୍ୟପକ୍ଷରେ, ମେଣ୍ଟ ପରେ ଅକାଳୀ ଦଳକୁ କେନ୍ଦ୍ର ସରକାରରେ ଏକ ବଡ଼ ରାଜନୈତିକ ଉପହାର ମିଳିପାରେ ବୋଲି ଚର୍ଚ୍ଚା ହେଉଛି।

ସୁଖବୀର ସିଂହ ବାଦଲଙ୍କ ପତ୍ନୀ ହରସିମରତ କୌର ବାଦଲ ପୁଣିଥରେ ମୋଦୀ କ୍ୟାବିନେଟ୍‌ରେ ସାମିଲ ହୋଇ ମନ୍ତ୍ରିପଦ ପାଇପାରନ୍ତି।

ହରସିମରତ ମଧ୍ୟ ପୂର୍ବରୁ ଏନେଇ ସଙ୍କେତ ଦେଇସାରିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।