06 NOVEMBER 2026

Welcome!

Unlock your personalized experience.
Sign Up

Puri Jagannath: ନୂଆବର୍ଷ ପୂର୍ବରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା ହେବ: ମନ୍ତ୍ରୀ

Nov 06, 2026 - 17:04
Puri Jagannath: ନୂଆବର୍ଷ ପୂର୍ବରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା ହେବ: ମନ୍ତ୍ରୀ

ପୁରୀ (ଶିବ ପ୍ରସାଦ ଦାସ): କାର୍ତ୍ତିକ ବ୍ରତ ପରେ ନୂଆବର୍ଷ ପୂର୍ବରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ। ସେଥିପାଇଁ ସବୁ ପ୍ରକାର ପକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏକା ସଙ୍ଗେ ୮ଟି ରାମ୍ପରେ ଦର୍ଶନ କରିବେ ଶ୍ରଦ୍ଧାଳୁ। ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।

ଶ୍ରୀ ହରିଚନ୍ଦନ ଆହୁରି କହିଛନ୍ତି ଯେ, ଘଣ୍ଟାଏ ଭିତରେ ପାଖାପାଖି ୧୦ ହଜାର ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ଦର୍ଶନ କରିବେ। ସାତ ପାହାଚ ପରେ ପରେ ଗରୁଡ଼ ସ୍ତମ୍ଭ ବାହାର କାଠ ମଧ୍ୟରେ ଏହି ବ୍ୟବସ୍ଥା ଲାଗୁହେବ। ଏହା ଅତ୍ୟାଧୁନିକ ହେବ। କୋଲାପ୍ସ ବ୍ରିଜ୍ ଭଳି ନୀତିକାନ୍ତି ସମୟରେ ତାହା ଖୋଲିଯିବ। ତାପରେ ପୁଣି ଯୋଡ଼ି ହୋଇଯିବ। IIT ଭୁବନେଶ୍ବର ସହ ସବୁ ଟେକ୍ନିକାଲ ଟିମ୍ ସହଯୋଗରେ ଏହା କରାଯାଇଛି। ଖୁବଶୀଘ୍ର ଛତିଶା ନିଯୋଗ ଏବଂ ଶ୍ରୀମନ୍ଦିର ପରିଚାଳନା କମିଟି ପରିଦର୍ଶନ କରିବା ପରେ ଏହାକୁ ଲାଗୁ କରାଯିବ। 

Special Darshan: ଦିବ୍ୟାଙ୍ଗଙ୍କ ପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା: ଅନ୍‌ଲାଇନ୍‌ ବୁକିଂ ପରେ ଦୈନିକ ୨୦ ଜଣଙ୍କୁ ମିଳିବ ସୁଯୋଗ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।