Putin: ଆର୍କଟିକ୍ରେ ବଢୁଛି ଉତ୍ତେଜନା! ନାଟୋର ‘ଅନୁପ୍ରବେଶ’କୁ ନେଇ ପୁଟିନଙ୍କ ଚେତାବନୀ, ଜବାବ ଦେବ ରୁଷ୍
"ମସ୍କୋ: ଆର୍କଟିକ୍ ଅଞ୍ଚଳରେ ଉତ୍ତେଜନା ବଢୁଥିବା ନେଇ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବୁଧବାର ଚେତାବନୀ ଦେଇଛନ୍ତି।
ଏହାସହ ଏସିଆ-ପ୍ରଶାନ୍ତ ଅଞ୍ଚଳରେ ନାଟୋର ବଢୁଥିବା ଉପସ୍ଥିତିକୁ ନେଇ ସେ ଆପତ୍ତି ଉଠାଇଛନ୍ତି।
ପଶ୍ଚିମ ଦେଶଗୁଡ଼ିକ ରୁଷ୍ର ବାଣିଜ୍ୟିକ ଜାହାଜ ଜବତ କଲେ ରୁଷ୍ ମଧ୍ୟ ତାହାର ଜବାବ ଦେବ ବୋଲି ପୁଟିନ କହିଛନ୍ତି।Advertisment ପୁଟିନଙ୍କ ଏହି ମନ୍ତବ୍ୟ ଆର୍କଟିକ୍ରେ ରୁଷ୍ ଓ ନାଟୋ ମଧ୍ୟରେ ବଢୁଥିବା ସାମରିକ ଓ ରଣନୈତିକ ପ୍ରତିଦ୍ବନ୍ଦ୍ବିତା ପରିପ୍ରେକ୍ଷୀରେ ଆସିଛି।
ନାଟୋ ଏସିଆ-ପ୍ରଶାନ୍ତ ଅଞ୍ଚଳରେ ନିଜର ପ୍ରଭାବ ବଢାଇବା ସହ ନୂଆ ସାମରିକ ବ୍ୟବସ୍ଥା ଗଢୁଥିବା ରୁଷ୍ ଅଭିଯୋଗ କରିଛି।
ଏହା ମଧ୍ୟରେ ନାଟୋ ଆର୍କଟିକ୍ ଓ ଉତ୍ତର ଅଞ୍ଚଳରେ ନିଜର ନଜରଦାରି ଓ ପ୍ରସ୍ତୁତି ବଢାଇଛି।
ଜୁନ୍ ୬ରେ ନାଟୋ "ଟାସ୍କ ଫୋର୍ସ ଏକ୍ସ-ଆର୍କଟିକ୍" ଆରମ୍ଭ କରିଥିଲା।
ଏହି ପଦକ୍ଷେପରେ ଆର୍କଟିକ୍ ଓ ଉତ୍ତର ଆଟ୍ଲାଣ୍ଟିକ୍ରେ ନଜର ରଖିବା ପାଇଁ ନୂଆ ପ୍ରଯୁକ୍ତି ଓ ସ୍ବୟଂଚାଳିତ ବ୍ୟବସ୍ଥା ପରୀକ୍ଷା କରାଯାଉଛି।ଏହି ସମୟରେ ୟୁରୋପୀୟ ସଂଘର କିଛି ଦେଶ ରୁଷ୍ର ବାଣିଜ୍ୟିକ ଜାହାଜ ଜବତ କରିବା ଘଟଣାକୁ ପୁଟିନ "ଡକାୟତି" ବୋଲି କହିଛନ୍ତି।
ଆହୁରି ପଢନ୍ତୁ: Six Robbery Cases ଡକାୟତ ମାମଲା: ୬ ଡକାୟତ ଙ୍କୁ ଝାଡ଼ଖଣ୍ଡରୁ ଗିରଫ କଲା ଭଦ୍ରକ ପୁଲିସ ପଶ୍ଚିମ ଦେଶଗୁଡ଼ିକ ରୁଷ୍ର ବାଣିଜ୍ୟିକ ଜାହାଜ ଜବତ କଲେ ରୁଷ୍ ମଧ୍ୟ ସମାନ ପଦକ୍ଷେପ ନେବ ବୋଲି ସେ ସ୍ପଷ୍ଟ କରିଛନ୍ତି।
ରୁଷ୍ର ପ୍ରତିକ୍ରିୟା କେବଳ ଗୋଟିଏ ନିର୍ଦ୍ଦିଷ୍ଟ ଅଞ୍ଚଳରେ ସୀମିତ ରହିବ ନାହିଁ ବୋଲି ମଧ୍ୟ ପୁଟିନ ସଙ୍କେତ ଦେଇଛନ୍ତି।
ଅନ୍ୟପକ୍ଷରେ, ରୁଷ୍-ନାଟୋ ଉତ୍ତେଜନା ମଧ୍ୟରେ ଆମେରିକୀୟ ଗୁଇନ୍ଦା ଆକଳନକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି।
ରୁଷ୍ ଭବିଷ୍ୟତରେ ନାଟୋର କୌଣସି ସଦସ୍ୟ ଦେଶ ବିରୋଧରେ ସୀମିତ ଆକ୍ରମଣ କରି ମେଣ୍ଟର ଏକତା ଓ ପ୍ରତିକ୍ରିୟା ପରୀକ୍ଷା କରିପାରେ ବୋଲି ଆମେରିକାର ଆକଳନରେ କୁହାଯାଇଛି।
ସମ୍ଭାବ୍ୟ ପଦକ୍ଷେପ ମଧ୍ୟରେ ସାଇବର ଆକ୍ରମଣଠାରୁ ସୀମିତ ସାମରିକ ଅଭିଯାନ ରହିପାରେ।
ବଲ୍ଟିକ୍ ଦେଶ ଓ ପୋଲାଣ୍ଡକୁ ସମ୍ଭାବ୍ୟ ଉତ୍ତେଜନାର କେନ୍ଦ୍ର ଭାବେ ଦେଖାଯାଉଛି।
ନାଟୋର ସାମରିକ ମୁଖପାତ୍ର ମାର୍ଟିନ୍ ଓ"ଡୋନେଲ୍ କହିଛନ୍ତି ଯେ ମେଣ୍ଟ ବିଭିନ୍ନ ସମ୍ଭାବ୍ୟ ପରିସ୍ଥିତି ପାଇଁ ପ୍ରସ୍ତୁତ ରହୁଛି।
ଆହୁରି ପଢନ୍ତୁ: Delhi: ଦିଲ୍ଲୀ ବିମାନବନ୍ଦରରେ ଯାତ୍ରୀଙ୍କ ହ୍ୟାଣ୍ଡବ୍ୟାଗ୍ରୁ ମିଳିଲା ମାଙ୍କଡ଼ ଖପୁରୀ ଏହା ମଧ୍ୟରେ ରୁଷ୍ର ଡ୍ରୋନ୍ ନାଟୋ ଅଞ୍ଚଳକୁ ପ୍ରବେଶ କରିବା ଘଟଣା ମଧ୍ୟ ଚିନ୍ତା ବଢାଇଛି।
ମେ"ରେ ରୁଷ୍ର ୟୁକ୍ରେନ୍ ଉପରେ ଆକ୍ରମଣ ସମୟରେ ରୋମାନିଆର ଏକ ଆପାର୍ଟମେଣ୍ଟ କୋଠାରେ ବିସ୍ଫୋରକ ବୋଝେଇ ଡ୍ରୋନ୍ ଖସିପଡି ଦୁଇଜଣ ଆହତ ହୋଇଥିଲେ।
ଏହାସହ ଗତ ସେପ୍ଟେମ୍ବରରେ ରୁଷ୍ର ଡ୍ରୋନ୍ ପୋଲାଣ୍ଡ ଆକାଶସୀମାରେ ପ୍ରବେଶ କରିଥିଲା।
ଏହି ଘଟଣାଗୁଡ଼ିକ ମଧ୍ୟରେ ଆର୍କଟିକ୍ ସମେତ ୟୁରୋପରେ ରୁଷ୍-ନାଟୋ ତିକ୍ତତା ଆହୁରି ବଢିବା ଆଶଙ୍କା ସୃଷ୍ଟି ହୋଇଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।