Radio Choklate: ରେଡିଓ ଚକ୍ଲେଟ୍ ‘ଚକ୍ଧୁମ୍’ର ଶେଷ ସନ୍ଧ୍ୟା: ନୃତ୍ୟ ବଖାଣିଲା ସ୍ବାଧୀନତା ସଂଗ୍ରାମର ଗାଥା
"ଭୁବନେଶ୍ୱର: ନୃତ୍ୟରେ ଫୁଟିଉଠୁଥିଲା ସ୍ବାଧୀନତା ସଂଗ୍ରାମର ଗାଥା।
ମଞ୍ଚ ଉପରେ ନୃତ୍ୟଶିଳ୍ପୀମାନଙ୍କ ଦ୍ବାରା ପରିବେଷିତ ଇଂରେଜ ଶାସନ ବିରୋଧରେ ଉତ୍କଳ ସେନାନୀର ଯୁଦ୍ଧ ଓ ବଳିଦାନର ଦୃଶ୍ୟ ମଞ୍ଚ ତଳେ ଦର୍ଶକଙ୍କ ଭିତରେ ଶିହରଣ ଖେଳାଉଥିଲା।
ନୃତ୍ୟଶିଳ୍ପୀମାନଙ୍କ ନିଖୁଣ ନୃତ୍ୟାଭିନୟ ଦର୍ଶକଙ୍କୁ ଦେଶପ୍ରେମରେ ଉଦ୍ଭୁତ କରୁଥିଲା।
ଅବସର ଥିଲା ଏସ୍ପ୍ଲାନେଡ୍ ମଲ୍ରେ ରେଡିଓ ଚକ୍ଲେଟ୍ର ନିଆରା କାର୍ଯ୍ୟକ୍ରମ "ଚକ୍ଧୁମ୍"ର ଅନ୍ତିମ ସଂନ୍ଧ୍ୟା।
ପ୍ରାରମ୍ଭରେ ନୃତ୍ୟଶିଳ୍ପୀମାନେ ସତ୍ୟ, ତ୍ରେତୟା ଓ ଦ୍ୱାପର ଯୁଗରେ ଭଗବାନଙ୍କ ଲୀଳା ଓ ଭକ୍ତଙ୍କ କାହାଣୀ ପ୍ରଦର୍ଶନ କରିଥିଲେ।
କାର୍ଯ୍ୟକ୍ରମର ବିଭିନ୍ନ ପର୍ଯ୍ୟାୟରେ ନୃତ୍ୟରେ ଭକ୍ତିରସ ଓ ସ୍ବାଧୀନତା ସଂଗ୍ରାମର ଝଲକ ଦର୍ଶକମାନଙ୍କୁ ଯେତିକି ସ୍ବତନ୍ତ୍ର ଅନୁଭବ ଦେଇଥିଲା, ଆଧୁନିକ ସଙ୍ଗୀତରେ ନୃତ୍ୟ ସେତିକି ବିଭୋର କରିଥିଲା।
Advertisment Horoscope 2026 September 15: ଜାଣନ୍ତୁ ଆଜିର ରାଶିଫଳ...
ଏହି ଅବସରରେ ଦୁଇଦିନ ଧରି ଆୟୋଜିତ ହୋଇଯାଇଥିବା ଆନ୍ତଃବିଦ୍ୟାଳୟ ପ୍ରତିଯୋଗିତାର ସିନିୟର ଓ ଜୁନିୟର ପ୍ରିଲିମ୍ ରାଉଣ୍ଡରେ ୫ଟି ବିଦ୍ୟାଳୟ ବିଜୟୀ ହୋଇଥିଲା।
ଆଜି ଅନ୍ତିମ ସନ୍ଧ୍ୟାରେ ସେହି ବିଦ୍ୟାଳୟମାନଙ୍କ ମଧ୍ୟରୁ ଶ୍ରେଷ୍ଠ ତିନି ବିଦ୍ୟାଳୟକୁ ପୁରସ୍କୃତ କରାଯାଇଥିଲା।
ଜୁନିୟର ବର୍ଗରେ ୟୁନିଟ୍ ୮ ଡିଏଭି ପବ୍ଲିକ ସ୍କୁଲ, ବିଜେଇଏମ-୨ ଓ ରସୁଲଗଡ଼ ଭେଙ୍କେଟେଶ୍ୱର ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଦଖଲ କରିଥିଲେ।
ସେହିପରି ସିନିୟର ବର୍ଗରେ ପଟିଆ ଓଡିଏମ୍ ସ୍କୁଲ, ବିଜେଇଏମ୍-୨ ଓ ୟୁନିଟ୍ ୮ ଡିଏଭି ପବ୍ଲିକ ସ୍କୁଲ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅକ୍ତିଆର କରି ପୁରସ୍କୃତ ହୋଇଥିଲେ।
ବିଚାରକ ଭାବେ ନୃତ୍ୟ ଗୁରୁ ଗୌରୀଶଙ୍କର ଦାଶ ଓ ଅଭିନେତ୍ରୀ ଜୟା ବିଶ୍ୱାସ ଯୋଗ ଦେଇଥିଲେ।
Bombing: ସାହି ଝଗଡାରୁ ବୋମା ମାଡ: ଦାସ ସାହି ଦାଣ୍ଡରେ ଫୁଟିଲା ବୋମା ପୁରସ୍କାର ବିତରଣୀ ଉତ୍ସବରେ "ସମ୍ୱାଦ" ଓ "କନକନ୍ୟୁଜ୍"ର ସମ୍ପାଦକ ତନୟା ପଟ୍ଟନାୟକ, ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ର ନିର୍ଦ୍ଦେଶିକା ମୋନିକା ନୈୟର ପଟ୍ଟନାୟକ, ହାଇଟେକ୍ ଗ୍ରୁପ୍ର ନିର୍ଦ୍ଦେଶକ ଅନୀଲ କୁମାର ପାଣିଗ୍ରାହୀ ଅତିଥିଭାବେ ଉପସ୍ଥିତ ଥିଲେ।
ଅନ୍ୟମାନଙ୍କ ମଧ୍ୟରେ "ସମ୍ୱାଦ" ଓ "କନକନ୍ୟୁଜ୍"ର ବାର୍ତ୍ତା ସମ୍ପାଦକ ଭବାନୀ ଶଙ୍କର ତ୍ରିପାଠୀ, ରେଡିଓ ଚକ୍ଲେଟ୍ର ପ୍ରୋଗ୍ରାମିଂ ମୁଖ୍ୟ ସଂଗ୍ରାମ ମିଶ୍ର, "ରେଡିଓ ଚକ୍ଲେଟ୍" ଓ "କନକନ୍ୟୁଜ୍"ର ଜିଏମ୍( ସେଲସ୍ ଆଣ୍ଡ ମାର୍କେଟିଂ) କଲ୍ୟାଣେନ୍ଦୁ ନାୟକ, "ରେଡିଓ ଚକ୍ଲେଟ୍" ଓ "କନକନ୍ୟୁଜ୍"ର ସେଲସ୍ ଆଣ୍ଡ ମାର୍କେଟିଂ ରାଜ୍ୟ ମୁଖ୍ୟ ପ୍ରଶାନ୍ତ କୁମାର ମାଲୁ, ମାଲାବାର ଗୋଲଡ୍ ଆଣ୍ଡ ଡାଇମଣ୍ଡର ଓଡ଼ିଶା ମାର୍କେଟିଂ ମୁଖ୍ୟ ସିଦ୍ଧେଶ୍ୱର ରଥ, ସହିଦନଗର ଷ୍ଟୋର୍ ମ୍ୟାନେଜର ଚନ୍ଦନ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।
ଏହି ଅବସରରେ ମାଲାବାର ଓ ସିନ୍ଥୋଲ କାଇନେଟିକ୍ ପକ୍ଷରୁ ଆୟୋଜିତ ଲକି ଡ୍ର ପ୍ରତିଯୋଗୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା।
ଆର୍ଜେ ସୋନାଲି ଓ ଆର୍ଜେ ମହେଶ ମଞ୍ଚ ପରିଚାଳନା କରିଥିଲେ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।