Rahul Calls for Massive Protest Against CEC: ଆଜି ରାଜଧାନୀରେ ଗର୍ଜିବ ଇଣ୍ଡିମେଣ୍ଟ, ବିଜେପି କହିଲା ବିଦେଶୀ ଫଣ୍ଡିଂରେ ଅରାଜକତା ସୃଷ୍ଟି
ଆଜି ଦିଲ୍ଲୀରେ ବିଶାଳ ପ୍ରତିବାଦକୁ ଓହ୍ଲାଇବ ଇଣ୍ଡି ମେଣ୍ଟ। ସିଇସି ଜ୍ଞାନେଶ କୁମାରଙ୍କୁ ହଟାଇବା ଦାବିରେ ସୁପ୍ରିମକୋର୍ଟ ଅଭିମୁଖେ ଯାତ୍ରା କରିବାକୁ ଆହ୍ବାନ ଦେଇଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ଭିଡିଓ ଜାରି କରି ରାହୁଲ ସବୁ ଦଳ, ସାମାଜିକ ସଂଗଠନ ଓ ଯୁବକଙ୍କୁ ସାମିଲ୍ ପାଇଁ ଆହ୍ବାନ ଦେଇଛନ୍ତି।
କହିଛନ୍ତି, ଜ୍ଞାନେଶ କୁମାରଙ୍କୁ ହଟାଇବା ପାଇଁ ପ୍ରଧାନ ବିଚାରପତିଙ୍କୁ ଫେରାଦ ହେବୁ। ସେହିପରି ଶନିବାରର ଆନ୍ଦୋଳନ ବେଳେ ଦିଲ୍ଲୀ ପୋଲିସର ବର୍ବରତାକୁ ସମାଲୋଚନା କରିଛନ୍ତି ରାହୁଲ।
ସେପଟେ ବିଜେପି ନେତା ଅନୁରାଗ ଠାକୁର କହିଛନ୍ତି, ବିଦେଶୀ ଫଣ୍ଡିଂରେ ଦେଶରେ ଅରାଜକତା ସୃଷ୍ଟି କରିବାକୁ ଉଦ୍ୟମ କରାଯାଉଛି। ବିରୋଧୀ ଦଳ ନିର୍ବାଚନ ଜିତିଲେ ସବୁ ଠିକ୍, ହାରିଗଲେ ଇଭିଏମ୍ ଖରାପ, ନିର୍ବାଚନ କମିଶନ ଖରାପ ଏବଂ ସିଇସି ଖରାପ ବୋଲି ଅଭିଯୋଗ ଆଣୁଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।