Rahul Gandhi: ଉତ୍ତରାଖଣ୍ଡରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ଏଫଆଇଆର ନେଇ ରାଜନୀତି ସରଗରମ

Sep 01, 2026 - 18:16
Rahul Gandhi: ଉତ୍ତରାଖଣ୍ଡରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ଏଫଆଇଆର ନେଇ ରାଜନୀତି ସରଗରମ

"ଡେରାଡୁନ: ରାହୁଲ ଗାନ୍ଧୀଙ୍କ ବିରୋଧରେ ଦାୟର ହୋଇଥିବା ଏଫଆଇଆରକୁ ନେଇ ଉତ୍ତରାଖଣ୍ଡରେ ରାଜନୀତି ସରଗରମ ହେବାରେ ଲାଗିଛି।

ମଙ୍ଗଳବାର କଂଗ୍ରେସ କର୍ମୀମାନେ ଏଫଆଇଆର ପ୍ରତ୍ୟାହାର ଦାବି କରି ଉତ୍ତରାଖଣ୍ଡର ରାଜଧାନୀ ଡେରାଡୁନରେ ପୁଷ୍କର ସିଂହ ଧାମି ସରକାରଙ୍କ ବିରୋଧରେ ଏକ ପ୍ରତିବାଦ ଶୋଭାଯାତ୍ରା ବାହାର କରିଥିଲେ ଏବଂ ସଚିବାଳୟ ଘେରାଉ କରିବାକୁ ଚେଷ୍ଟା କରିଥିଲେ।

ଏହି ସମୟରେ ପୁଲିସ କଂଗ୍ରେସ କର୍ମୀମାନଙ୍କୁ ଅଟକାଇବାରୁ ସେମାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା।କଂଗ୍ରେସ କର୍ମୀମାନେ ଡେରାଡୁନରେ ବିଜେପି ଏବଂ ଧାମି ସରକାରଙ୍କ ବିରୋଧରେ ପ୍ରତିବାଦ କରି ସ୍ଲୋଗାନ ଦେଇଥିଲେ ଏବଂ ଏସସି/ଏସଟି ଆଇନ ଅନୁଯାୟୀ ରାହୁଲ ଗାନ୍ଧୀଙ୍କ ବିରୋଧରେ ରୁଜୁ ହୋଇଥିବା ଏଫଆଇଆର ପ୍ରତ୍ୟାହାର କରିବାକୁ ଦାବି କରିଥିଲେ।

କଂଗ୍ରେସ କର୍ମୀମାନେ କହିଛନ୍ତି ଯେ ରାହୁଲ ଗାନ୍ଧୀ ସମ୍ବିଧାନ ଏବଂ ଦେଶର ଆଇନ ଅନୁସାରେ କଥା କହିଛନ୍ତି।

ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ରାଜନୈତିକ ଉଦ୍ଦେଶ୍ୟ ପ୍ରେରିତ।Advertisment ରାହୁଲ ଗାନ୍ଧୀଙ୍କ ବିରୋଧରେ ଏହି ଏଫଆଇଆର ହଲଦ୍ୱାନୀର ଶୁଦ୍ଧିକରଣ ବିବାଦ ସହିତ ଜଡିତ।

ପୁଲିସର ସୂଚନା ଅନୁଯାୟୀ, ବାଲ୍ମିକି ସମ୍ପ୍ରଦାୟର ଜଣେ ସଦସ୍ୟ କଂଗ୍ରେସ ନେତାଙ୍କ ବିରୋଧରେ ଅଭିଯୋଗ ଦାଖଲ କରିଥିଲେ।

ବ୍ୟକ୍ତି ଜଣକ ଅଭିଯୋଗ କରିଛନ୍ତି ଯେ ରାହୁଲ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ କାର୍ଯ୍ୟକ୍ରମକୁ ଜାତି ସହିତ ଯୋଡ଼ିଛନ୍ତି।

ସ୍ମାର୍ଟଫୋନ୍ ନାହିଁ?

ତଥାପି କରିପାରିବେ ୟୁପିଆଇ ପେମେଣ୍ଟ, ଫୋନ୍‌ପେ ଆଣିଲା ନୂଆ ସୁବିଧା...

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।