Rahul Gandhi: ମୃତ ଆଇଆଇଟି ବମ୍ବେ ଛାତ୍ରଙ୍କ ବାପାମାଙ୍କ ସହିତ କଥା ହେଲେ ରାହୁଲ ଗାନ୍ଧୀ
"ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ମୃତ ଆଇଆଇଟି -ବମ୍ବେ ଛାତ୍ର ସାହିଲ ୱାକୋଡେଙ୍କ ବାପାମା"ଙ୍କ ସହିତ କଥାବାର୍ତ୍ତା ହୋଇଛନ୍ତି।
ସେମାନଙ୍କ ପୁଅ ସହିତ ହୋଇଥିବା ଅନ୍ୟାୟ ବିରୋଧରେ ଲଢ଼ିବା ପାଇଁ ସେ ସେମାନଙ୍କ ସହିତ ଅଛନ୍ତି ଓ ସମସ୍ତ ପ୍ରକାର ସହାୟତା କରିବାକୁ ରାହୁଲ ଗାନ୍ଧୀ ଆଶ୍ବାସନା ଦେଇଛନ୍ତି।
ଦଳୀୟ ସୂତ୍ର ଅନୁଯାୟୀ, ମୃତ ଛାତ୍ର ସାହିଲଙ୍କ ବାପାମା" ରବୀନ୍ଦ୍ର ଓ ସୋନାଲି ୱାକୋଡେଙ୍କ ସହିତ ରାହୁଲ ଭିଡିଓ କଲ୍ ମାଧ୍ୟମରେ କଥା ହୋଇଥିଲେ।
ୱାକୋଡେ ଦମ୍ପତି ୱାସିମ୍ ଜିଲ୍ଲାରୁ ମୁମ୍ବାଇ ଯାତ୍ରା କରୁଥିବା ସମୟରେ ରାହୁଲ ଗାନ୍ଧୀ ସେମାନଙ୍କ ସହିତ ୧୭ ମିନିଟ୍ ଧରି ଫୋନ୍ କଲ୍ରେ କଥବାର୍ତ୍ତା କରିଥିଲେ।Advertisment ୧୭ ମିନିଟ୍ ଧରି ଫୋନ୍ କଲ୍ରେ କଥବାର୍ତ୍ତା ଏହି କଲ୍ ସମୟରେ ସାହିଲଙ୍କ ପିତାମାତାଙ୍କ ସହିତ ଭାରତୀୟ ଯୁବ କଂଗ୍ରେସ ସଭାପତି ଉଦୟ ଭାନୁ ଚିବ୍ ଓ ମହାରାଷ୍ଟ୍ର ଶାଖା ମୁଖ୍ୟ ଶିବରାଜ ମୋରେ ମଧ୍ୟ ଉପସ୍ଥିତ ଥିଲେ।
ଆଇଆଇଟି ବମ୍ବେର ଦ୍ୱିତୀୟ ବର୍ଷର ବିଟେକ୍ ଛାତ୍ର ସାହିଲ ସେପ୍ଟେମ୍ବର ୧୮ ତାରିଖ ସନ୍ଧ୍ୟାରେ ତାଙ୍କ ହଷ୍ଟେଲ ରୁମରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିଲେ।
ଏକ ସେମିଷ୍ଟର ପରୀକ୍ଷା ସମୟରେ ଚାଟଜିପିଟି ଆକ୍ସେସ୍ କରିବା ପାଇଁ ମୋବାଇଲ୍ ଫୋନ୍ ବ୍ୟବହାର କରି ଧରାପଡ଼ିବାର କିଛି ଘଣ୍ଟା ପରେ ତାଙ୍କର ମୃତ୍ୟୁ ଘଟିଥିଲା।
ଘଟଣାର ପରିସ୍ଥିତି ଯାଞ୍ଚ କରିବା ପାଇଁ ପ୍ରତିଷ୍ଠାନ ଏକ ୧୦ ଜଣିଆ ସଦସ୍ୟ ବିଶିଷ୍ଟ କମିଟି ମଧ୍ୟ ଗଠନ କରିଛି।
ସାହିଲଙ୍କ ପିତାମାତା ଗୁରୁବାର ସକାଳ ୧୧ଟାରୁ ଆଇଆଇଟି ବମ୍ବେ ଗେଟ୍ ବାହାରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନ ଆରମ୍ଭ କରିବେ ବୋଲି ଘୋଷଣା କରିଛନ୍ତି।
ସେମାନଙ୍କ ଦାବି ମଧ୍ୟରେ ପୁଅର ମୃତ୍ୟୁ ପୂର୍ବ ପରିସ୍ଥିତିର ପୁଙ୍ଖାନୁପୁଙ୍ଖ ତଦନ୍ତ ଓ ତଦନ୍ତର ନିଷ୍କର୍ଷ ଆଧାରରେ କାର୍ଯ୍ୟାନୁଷ୍ଠାନ ଅନ୍ତର୍ଭୁକ୍ତ।
Old japanese bodybuilder: ଶାକାହାରୀ ଖାଦ୍ୟରେ ଗଢ଼ିଛନ୍ତି ଫିଟନେସ୍ ସାମ୍ରାଜ୍ୟ, ୯୦ ବର୍ଷରେ ଜିତିଲେ ୧୯ତମ ଜାତୀୟ ଟାଇଟଲ୍ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।