Raid: କଲ୍ୟାଣସିଂହପୁର ପୁଲିସ ହାତରେ ଧରାପଡ଼ିଲେ ୪ ଜୁଆଡ଼ି
କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ପୁଲିସ ସକାଳୁ ସକାଳୁ କୌଣସି ସୂତ୍ରରୁ ଖବର ପାଇ ମଝିଗୁଡା ଅଞ୍ଚଳରେ ଚଢ଼ାଉ ସମୟରେ ଏକ ଜୁଆ ଆଡ୍ଡାରେ କିଛି ଜୁଆଡ଼ିଙ୍କୁ ଠାବ କରିବାରେ ସକ୍ଷମ ହୋଇଛି | ଆଡ୍ଡା ସ୍ଥଳରୁ ଚାରି ଜଣଙ୍କୁ ଗିରଫ କରିବା ସହ ତାଙ୍କଠାରୁ ୫୮୧୦ ଟଙ୍କା ଜବତ କରିବା ସହ ଖେଳରେ ବ୍ୟବହୃତ କାର୍ଡ଼ ସହ ତିନିଗୋଟି ଫୋନ ଜବତ କରିଛି।
Advertisment ସେମାନଙ୍କୁ କଲ୍ୟାଣସିଂହପୁର ଥାନା କେସ ନମ୍ବର ୧୫୪/୨୬ ୟୁ/ଏସ ମାମଲା ରୁଜୁ କରି ଆଗକୁ ମଧ୍ୟ ଚଢ଼ାଉକୁ ଜୋରଦାର କରାଯିବ ବୋଲି ଥାନାଧିକାରୀ ଅଜିତ ପରିଡ଼ା କହିଛନ୍ତି | Paradip Port: ବାତ୍ୟା ଅର୍ଣ୍ଣବ ଯୋଗୁଁ ପ୍ରତିକୂଳ ପାଣିପାଗ: ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ସତର୍କତାମୂଳକ ପଦକ୍ଷେପ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।