19 SEPTEMBER 2026

Welcome!

Unlock your personalized experience.
Sign Up

Railway: ଷ୍ଟେସନ୍‌ରୁ ମିଳିଲା ୬୦ ଲକ୍ଷ ଟଙ୍କା ଭର୍ତ୍ତି ବ୍ୟାଗ୍‌

Sep 19, 2026 - 03:52
Railway: ଷ୍ଟେସନ୍‌ରୁ ମିଳିଲା ୬୦ ଲକ୍ଷ ଟଙ୍କା ଭର୍ତ୍ତି ବ୍ୟାଗ୍‌

ଜଳେଶ୍ୱର: ପଶ୍ଚିମବଙ୍ଗ ଖଡ଼ଗପୁର ରେଳ ଷ୍ଟେସନ୍‌ର ନୂତନ ଫୁଟ୍ ଓଭରବ୍ରିଜ୍ ନିକଟରେ ଥିବା ବ୍ୟାଗେଜ ସ୍କାନରରେ ଯାଞ୍ଚ ବେଳେ ରେଳ ସୁରକ୍ଷା ବଳ (ଆର୍‌ପିଏଫ୍‌) ଏକ ବ୍ୟାଗ୍‌ରୁ ନଗଦ ୬୦ ଲକ୍ଷ ୫୫ ହଜାର ୪୪୦ ଟଙ୍କା ଜବତ କରିଛି। ହେଡ୍ କନଷ୍ଟେବଳ ମନୋଜ କୁମାର ସବୁଦିନ ଭଳି ଆଜି ଯାଞ୍ଚ କରିବା ସମୟରେ ଉକ୍ତ ବ୍ୟାଗ୍‌ଟିକୁ ଦେଖି ସନ୍ଦେହ ପ୍ରକଟ କରିଥିଲେ। 

Rajbhasha Hindi Workshop: ହିନ୍ଦୀର ପ୍ରଚାର କେବଳ 'ହିନ୍ଦୀ ଦିବସ' ମଧ୍ୟରେ ସୀମିତ ରହିବା ଉଚିତ୍ ନୁହେଁ

ବ୍ୟାଗ୍‌ଟି ଆନ୍ଧ୍ରପ୍ରଦେଶ ପୂର୍ବ ଗୋଦାବରୀ ଜିଲ୍ଲା ରାଜାମୁଣ୍ଡରି ନିବାସୀ ଚୁକ୍କା କିଶୋର କୁମାର (୩୫)ଙ୍କର ବୋଲି ଜଣାପଡ଼ିଥିଲା। ତେବେ ଟଙ୍କା ସମ୍ବନ୍ଧୀୟ କୌଣସି ବୈଧ କାଗଜପତ୍ର କିମ୍ବା ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ ଚୁକ୍କା। ତାଙ୍କୁ ଅଟକ ରଖାଯିବା ସହ କୋଲକାତାସ୍ଥିତ ଆୟକର ବିଭାଗକୁ ଖବର ଦେଇଥିଲା ଆର୍‌ପିଏଫ୍‌। ଆୟକର ନିର୍ଦ୍ଦେଶାଳୟର ଇନ୍ସପେକ୍ଟର ଅମିତ କୁମାରଙ୍କ ଉପସ୍ଥିତିରେ ବ୍ୟାଗ୍‌ଟିକୁ ଖୋଲାଯିବା ପରେ ସେଥିରୁ ପୁଳାପୁଳା ଟଙ୍କା ମିଳିଥିଲା। ଚୁକ୍କା ଏତେ ପରିମାଣରେ ଟଙ୍କା କେଉଁଠୁ ଆଣିଲେ ଓ କାହା ପାଖକୁ ନେଉଥିଲେ ସେ ବାବଦରେ ତଦନ୍ତ ଚାଲିଛି ବୋଲି ଆୟକର ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

Job: ୫୧,୦୦୦ରୁ ଅଧିକ ଯୁବକଯୁବତୀଙ୍କୁ ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ମୋଦୀ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।