Rain Couldn’t Stop Them: ବର୍ଷାରେ ଭିଜି ପତାକା ଉତ୍ତୋଳନ କଲେ ଦୁଇ ମନ୍ତ୍ରୀ, ମନେ ପକାଇଲେ ମହାନ ବ୍ୟକ୍ତିଙ୍କୁ
ସାରା ଦେଶରେ ପାଳିତ ହେଉଛି ୮୦ତମ ସ୍ୱାଧୀନତା ଦିବସ। ଏହି ଅବସରରେ କଟକ ବାରବାଟୀ ଷ୍ଟାଡିୟମରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ପତାକା ଉତ୍ତୋଳନ ସମୟରେ ବର୍ଷାରେ ଭିଜି ସମ୍ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିବା ସହ ସ୍ୱାଧୀନତା ସଂଗ୍ରାମୀ ଓ ଦେଶ ପାଇଁ ବଳିଦାନ ଦେଇଥିବା ମହାନ ବ୍ୟକ୍ତିଙ୍କୁ ସ୍ମରଣ କରିଥିଲେ ମନ୍ତ୍ରୀ।
ସେହିପରି କେନ୍ଦୁଝର ସହର ଟାଉନ୍ ହଲରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ଏହି ସମୟରେ ହଠାତ ବର୍ଷା ଆରମ୍ଭ ହୋଇଯାଇଥିଲା। ତେବେ ବର୍ଷାକୁ ଖାତିର ନକରି ସ୍ୱାଧୀନତା ସଂଗ୍ରାମୀ ଓ ଦେଶ ପାଇଁ ବଳିଦାନ ଦେଇଥିବା ମହାନ ବ୍ୟକ୍ତିଙ୍କୁ ସ୍ମରଣ କରିଥିଲେ ମନ୍ତ୍ରୀ। ଏଥିସହ ସରକାରଙ୍କ ଲୋକାଭିମୁଖୀ ଯୋଜନା ଉପରେ ଆଲୋକପାତ କରିଥିଲେ । ...
ବର୍ଷାରେ ଭିଜି ଭିଜି ବକ୍ତବ୍ୟ ରଖିଲେ ମନ୍ତ୍ରୀ
ଦେଶ ପାଳୁଛି ୮୦ତମ ସ୍ୱାଧୀନତା ଦିବସ
କଟକ-କେନ୍ଦୁଝରରେ ସ୍ୱାଧୀନତା ଦିବସ ପାଳିତ
ବର୍ଷାରେ ଭିଜି ପତାକା ଉତ୍ତୋଳନ କଲେ ଦୁଇ ମନ୍ତ୍ରୀ
କଟକରେ ସୁରେଶ ପୂଜାରୀ, କେନ୍ଦୁଝରରେ କୃଷ୍ଣଚନ୍ଦ୍ର ମହାପାତ୍ର
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।