Rain Eases, But Misery Continues: ବାତ୍ୟା ଛାଡ଼ିଗଲା ଦୁର୍ଦ୍ଦଶାର ଚିହ୍ନ; ଘରଠୁ ଦୋକାନ ସବୁଠି କ୍ଷୟକ୍ଷତି, ଦୁର୍ବିଷହ ଜୀବନ
ବର୍ଷା କମିଛି, ହେଲେ କମିନି ଲୋକଙ୍କ ଦୁର୍ଦ୍ଦଶା।
ବାତ୍ୟା 'ଅର୍ଣ୍ଣବ'ର ପ୍ରଭାବରେ ଗଞ୍ଜାମ ଜିଲ୍ଲାର ଅନେକ ଗାଁରେ ଦେଖିବାକୁ ମିଳିଛି କ୍ଷୟକ୍ଷତି।
ଏଥିରୁ ବାଦ୍ ପଡ଼ିନି ସାନଖେମୁଣ୍ଡି ବ୍ଲକ୍।
ଗଙ୍ଗାପୁର ପଞ୍ଚାୟତର ବିଶ୍ରାମପଡ଼ିଆ ଗାଁରେ ପାହାଡ଼ିଆ ପାଣିରେ ଧୋଇ ହୋଇଯାଇଛି ରାସ୍ତା।
ଧାନ ବିଲରେ ମାଡ଼ିଯାଇଛି ବାଲି, ମାଟି ଓ ପଥର।
ଏଯାଏଁ ସ୍ୱାଭାବିକ ହୋଇନି ବିଦ୍ୟୁତ୍ ସେବା।
ଯାତାୟାତ ଓ ଖାଦ୍ୟପେୟକୁ ନେଇ ଚିନ୍ତାରେ ଗ୍ରାମବାସୀ।
Advertisment ସେହିପରି ଭଞ୍ଜନଗରରେ ବନ୍ୟାଜଳ ଧୀରେ ଧୀରେ ହ୍ରାସ ପାଉଛି।
ହେଲେ ଜଳସ୍ତର କମିବା ସହ ବଢ଼ିବାରେ ଲାଗିଛି ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା।
ଘରେ ପଶିଥିବା ପାଣି ହଟିବା ପରେ ଏବେ ଘର ଭିତରେ ଜମି ରହିଥିବା କାଦୁଅ ଓ ଆବର୍ଜନା ସଫା କରିବାରେ ଲାଗିଛନ୍ତି ଲୋକେ।
ଘର ଭିତରେ ଥିବା ସବୁ ଆସବାବ ପତ୍ରରେ ଜମିଛି କାଦୁଅ।
ଅନ୍ୟପଟେ ବନ୍ୟା ପାଣିରେ ଅନେକ ବ୍ୟବସାୟୀଙ୍କ ଦୋକାନରେ ଥିବା ଟଙ୍କା, ସୁନା ଓ ବ୍ୟବସାୟିକ ସାମଗ୍ରୀ ନଷ୍ଟ ହୋଇଯାଇଛି।
ନଷ୍ଟ ହୋଇଥିବା ସାମଗ୍ରୀକୁ ସଜାଡ଼ିବା ସହ ଯାହା କିଛି ବଞ୍ଚିଛି, ତାହାକୁ ସୁରକ୍ଷିତ ରଖିବାରେ ଲାଗିଛନ୍ତି ବନ୍ୟା ବିପନ୍ନ।
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।