Rajasthan IAS-IPS Couple Under Scanner: ୪୦ ଭିଲା-କଟେଜ୍ କିଣିବା ମାମଲାରେ ବଡ଼ ଆକ୍ସନ୍, IAS ସ୍ୱାମୀଙ୍କ ପରେ IPS ପତ୍ନୀଙ୍କ ଅଡ଼ୁଆ ବଢ଼ିଲା!
ଜଣେ IAS ଓ ଜଣେ IPS ଅଧିକାରୀ ଦମ୍ପତିଙ୍କ ସମ୍ପତ୍ତି କାରବାରକୁ ନେଇ ଜୋରଦାର ଚର୍ଚ୍ଚା।
ଅଢ଼େଇ ବର୍ଷ ମଧ୍ୟରେ ରାଜସ୍ଥାନର ଉଦୟପୁର ଓ ଅଲୱରରେ ୪୦ଟି ଭିଲା-କଟେଜ୍ କିଣିବା ଏବଂ ପରେ ସେଗୁଡ଼ିକୁ ବାର୍ଷିକ ୧.୮୦ କୋଟି ଟଙ୍କାରେ ଲିଜ୍ ଦେବା ଘଟଣା ଏବେ ତଦନ୍ତ ପରିସରକୁ ଆସିଛି।
ଏହି ମାମଲାରେ IAS ଶିଖର ଅଗ୍ରୱାଲଙ୍କ ପରେ ତାଙ୍କ IPS ପତ୍ନୀ ଡାକ୍ତର ପ୍ରଶାଖା ମାଥୁରଙ୍କୁ ମଧ୍ୟ APO (Awaiting Posting Orders) କରାଯାଇଛି।
Advertisment କ'ଣ ରହିଛି ୪୦ଟି ଭିଲା-କଟେଜ୍ ପଛର କାହାଣୀ?
ସାମ୍ନାକୁ ଆସିଥିବା ତଥ୍ୟ ଅନୁସାରେ, ଶିଖର ଅଗ୍ରୱାଲ, ତାଙ୍କ ପତ୍ନୀ ପ୍ରଶାଖା ମାଥୁର ଏବଂ ପରିବାରର ଅନ୍ୟ ସଦସ୍ୟମାନେ ମିଶି ପ୍ରାୟ ଅଢ଼େଇ ବର୍ଷ ମଧ୍ୟରେ ୬ କୋଟି ୧୬ ଲକ୍ଷ ୫୦ ହଜାର ଟଙ୍କାରେ ୪୦ଟି ସମ୍ପତ୍ତି କିଣିଥିବା ଜଣାପଡ଼ିଛି।
ସେପ୍ଟେମ୍ବର ୨୦୨୩ରେ ଉଦୟପୁରର ବୁଝଡ଼ାସ୍ଥିତ ଅନନ୍ତା ରିସର୍ଟରୁ ୨୦ଟି କଟେଜ୍ କିଣାଯାଇଥିଲା।
ଏହାପରେ ମାର୍ଚ୍ଚ ୨୦୨୬ରେ ଅଲୱର ଜିଲ୍ଲାର ଅଜବଗଡ଼ସ୍ଥିତ ଅନନ୍ତା ରିସର୍ଟରୁ ଆଉ ୨୦ଟି ଭିଲା କିଣାଯାଇଥିଲା।
ଏହି ସମସ୍ତ ସମ୍ପତ୍ତି ଗୋୟଲ ଫ୍ୟାଶନ୍ସ ପ୍ରାଇଭେଟ୍ ଲିମିଟେଡ୍ଠାରୁ କିଣାଯାଇଥିବା ସୂଚନା ମିଳିଛି।
Advertisment ଯେଉଁ କମ୍ପାନୀଠାରୁ କିଣିଲେ, ସେହି କମ୍ପାନୀକୁ ଲିଜ୍!
ଏହି କାରବାରର ସବୁଠାରୁ ଚର୍ଚ୍ଚିତ ଦିଗ ହେଉଛି, କିଣାଯାଇଥିବା ସମ୍ପତ୍ତିଗୁଡ଼ିକୁ ସେହି କମ୍ପାନୀକୁ ଲିଜ୍ରେ ଦିଆଯାଇଥିବା ଦଲିଲ ମଧ୍ୟ ପଞ୍ଜୀକୃତ ହୋଇଛି।
ପ୍ରତି କଟେଜ୍ ପାଇଁ ବାର୍ଷିକ ୪ ଲକ୍ଷ ଏବଂ ପ୍ରତି ଭିଲା ପାଇଁ ୫ ଲକ୍ଷ ଟଙ୍କା ଲିଜ୍ ରାଶି ଧାର୍ଯ୍ୟ ହୋଇଥିବା ଦାବି କରାଯାଇଛି।
ଏହି ହିସାବରେ ବର୍ଷକୁ ମୋଟ ୧ କୋଟି ୮୦ ଲକ୍ଷ ଟଙ୍କା ଆୟ ହେବାର ସମ୍ଭାବନା ରହିଛି।
ସମ୍ପତ୍ତି ବିବରଣୀକୁ ନେଇ ଉଠିଲା ପ୍ରଶ୍ନ ସମ୍ପତ୍ତିଗୁଡ଼ିକର ପଞ୍ଜୀକରଣ ଶିଖର ଅଗ୍ରୱାଲ, ପ୍ରଶାଖା ମାଥୁର, ତାଙ୍କ ଶାଶୁ ମଞ୍ଜୁଳା ଓ ଶ୍ୱଶୁର ରଘୁବଂଶ ନାରାୟଣ ମାଥୁରଙ୍କ ନାମରେ ହୋଇଥିବା ଜଣାପଡ଼ିଛି।
ଅନ୍ୟପଟେ, ୨୦୨୬ ଜାନୁଆରୀରେ ଦାଖଲ ହୋଇଥିବା ଇମୁଭେବଲ୍ ପ୍ରପର୍ଟି ରିଟର୍ଣ୍ଣ (IPR)କୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି।
ଶିଖର ଅଗ୍ରୱାଲ ନିଜ ବିବରଣୀରେ ୧୪ଟି ସମ୍ପତ୍ତି ଉଲ୍ଲେଖ କରିଥିବାବେଳେ ପ୍ରଶାଖା ମାଥୁର ତାଙ୍କ ବିବରଣୀରେ ସମ୍ପତ୍ତି ସମ୍ବନ୍ଧୀୟ ତଥ୍ୟ ଶୂନ ବୋଲି ଦର୍ଶାଇଥିବା କୁହାଯାଉଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।