Rajnath Singh: ଆତଙ୍କବାଦ ବିରୋଧୀ ସଂଗ୍ରାମରେ ଅଭିଜ୍ଞତା ବାଣ୍ଟିବାକୁ ଭାରତ ପ୍ରସ୍ତୁତ: ରାଜନାଥ ସିଂହ
ନୂଆଦିଲ୍ଲୀ: ଏସିଆନର ସଦସ୍ୟ ରାଷ୍ଟ୍ର ଓ ସେମାନଙ୍କର ଅଂଶୀଦାର ଦେଶଗୁଡ଼ିକୁ ଭାରତ ନିଜର ଆତଙ୍କବାଦ ବିରୋଧୀ ଅଭିଜ୍ଞତା ଓ କୌଶଳ ବାଣ୍ଟିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
ଫିଲିପାଇନ୍ସର ସେବୁ ଠାରେ ଆୟୋଜିତ ଏସିଆନ୍ ପ୍ରତିରକ୍ଷା ମନ୍ତ୍ରୀ ସମ୍ମିଳନୀ ପ୍ଲସ୍ (ଏଡିଏମଏମ୍-ପ୍ଲସ୍) କୁ ସମ୍ବୋଧିତ କରି ସେ କହିଛନ୍ତି ଯେ, ମିଳିତ ସାମରିକ ଅଭ୍ୟାସ, କ୍ଷମତା ବୃଦ୍ଧି କାର୍ଯ୍ୟକ୍ରମ ଏବଂ ଗୁଇନ୍ଦା ତଥ୍ୟ ଆଦାନପ୍ରଦାନ ମାଧ୍ୟମରେ ଆତଙ୍କବାଦ ବିରୋଧୀ ମିଳିତ ଲଢ଼େଇକୁ ଆହୁରି ମଜବୁତ୍ କରାଯାଇପାରିବ।
Advertisment ଗତବର୍ଷ ଆରମ୍ଭ ହୋଇଥିବା ''ଅପରେସନ୍ ସିନ୍ଦୂର''ର ଉଦାହରଣ ଦେଇ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ, ଆତଙ୍କବାଦୀ ଭିତ୍ତିଭୂମିର ବିନାଶ କରି ଭାରତ ପ୍ରାୟୋଜିତ ଆତଙ୍କବାଦ ବିରୋଧରେ ନିଜର ଦୃଢ଼ ଆଭିମୁଖ୍ୟ ସ୍ପଷ୍ଟ କରିସାରିଛି।
ଦଶନ୍ଧି ଦଶନ୍ଧି ଧରି ସୀମାପାର ଆତଙ୍କବାଦର ମୁକାବିଲା କରି ଭାରତ ନିଜର ଆତଙ୍କବାଦ ବିରୋଧୀ କ୍ଷମତାକୁ ଅଧିକ ଶାଣିତ ଓ ଯୁଦ୍ଧ-ପରୀକ୍ଷିତ କରିପାରିଛି।
ସାମୁଦ୍ରିକ ବାଣିଜ୍ୟ ପଥ ପ୍ରତି ଥିବା ବିପଦକୁ ନେଇ ଚିନ୍ତା ଏହାସହ ଇଣ୍ଡୋ-ପ୍ୟାସିଫିକ୍ (ଭାରତ-ପ୍ରଶାନ୍ତ ମହାସାଗରୀୟ) ଅଞ୍ଚଳରେ ଶାନ୍ତି, ସୁରକ୍ଷା ଓ ସ୍ଥିରତା ପାଇଁ ସମସ୍ତ ଦେଶର ମିଳିତ ପ୍ରୟାସ ଆବଶ୍ୟକ ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି।
ସାମୁଦ୍ରିକ ବାଣିଜ୍ୟ ପଥ ପ୍ରତି ଥିବା ବିପଦକୁ ନେଇ ଚିନ୍ତା ପ୍ରକାଶ କରି ସେ କହିଛନ୍ତି ଯେ, କେବଳ ବକ୍ତବ୍ୟ ନୁହେଁ, ବରଂ ଜଳପଥ ସୁରକ୍ଷା ପାଇଁ ଆଠୋଟି ପ୍ରତ୍ୟକ୍ଷ ଓ ନିର୍ଦ୍ଦିଷ୍ଟ ପଦକ୍ଷେପ ନେବା ଜରୁରୀ।
ଭାରତ ମହାସାଗର ଓ ସମଗ୍ର ଇଣ୍ଡୋ-ପ୍ୟାସିଫିକ୍ ଅଞ୍ଚଳରେ ଭାରତ ସଦାସର୍ବଦା ଜଣେ ବିଶ୍ୱସନୀୟ ନେଟ୍ ସୁରକ୍ଷା ଦାତା ଭାବେ କାର୍ଯ୍ୟ ଜାରି ରଖିବ।
ସାମୁଦ୍ରିକ ସୁରକ୍ଷା ଏବଂ ଅନ୍ତର୍ଜାତୀୟ ଆଇନ୍ ''ୟୁଏନ୍ସିଏଲ୍ଓଏସ୍'' ପ୍ରତି ଭାରତର ଅଙ୍ଗୀକାରବଦ୍ଧତା ଦୋହରାଇ ରାଜନାଥ କହିଛନ୍ତି ଯେ, ଜଳପଥରେ ଅବାଧ ଜାହାଜ ଚଳାଚଳ ଏବଂ ବିମାନ ଉଡ଼ାଣ ସ୍ୱାଧୀନତା ରହିବା ଆବଶ୍ୟକ।
ଭାରତର ଏହି ନୀତି କୌଣସି ନିର୍ଦ୍ଦିଷ୍ଟ ଦେଶ ବିରୋଧରେ ନୁହେଁ, ବରଂ ଆଞ୍ଚଳିକ ସମସ୍ତ ଭାଗିଦାରୀଙ୍କ ମିଳିତ ସ୍ୱାର୍ଥ ରକ୍ଷା ପାଇଁ ଉଦ୍ଦିଷ୍ଟ।
ଦକ୍ଷିଣ ଚୀନ୍ ସାଗରରେ ଚୀନର ବୃଦ୍ଧି ପାଉଥିବା ସାମରିକ ଗତିବିଧିକୁ ନେଇ ଏସିଆନ୍ ଦେଶଗୁଡ଼ିକ ମଧ୍ୟରେ ଚିନ୍ତା ବୃଦ୍ଧି ପାଇଥିବା ବେଳେ ପ୍ରତିରକ୍ଷା ମନ୍ତ୍ରୀଙ୍କ ଏହି ବକ୍ତବ୍ୟ ବେଶ୍ ଗୁରୁତ୍ୱପୂର୍ଣ୍ଣ।
Maharashtra Election: ଶିବସେନା ବିଶ୍ୱାସଘାତକତା ଯୋଗୁଁ ମହାୟୁତି ଏମଏଲସି ନିର୍ବାଚନରେ ହାରିଲା: ବିଜେପି ମୁଖପାତ୍ର ନବନାଥ ବାନ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।