Rajya Sabha Cross-Voting Case: ରାଜ୍ୟସଭା କ୍ରସ୍ ଭୋଟିଂ ମାମଲା, ଆଜି ହାଇକୋର୍ଟରେ ଶୁଣାଣି
ଆଜି ହାଇକୋର୍ଟରେ ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ ମାମଲାର ଶୁଣାଣି। ବିଜେଡି ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ବାଚସ୍ପତିଙ୍କୁ ପକ୍ଷଭୁକ୍ତ କରି ହାଇକୋର୍ଟରେ ରିଟ୍ ପିଟିସନ୍ (ସିଭିଲ)
ଦାଖଲ କରିଥିଲେ । ରାଜ୍ୟସଭା ନିର୍ବାଚନରେ ୮ ସଦସ୍ୟ ଦଳର ନିଷ୍ପତ୍ତି ବିରୋଧରେ ଭୋଟ ଦେଇଥିଲେ। ଦଳ ବିରୋଧରେ ଯାଇଥିବାରୁ ସମ୍ବିଧାନର ଦଶମ ପରିଚ୍ଛେଦ ଅନୁଯାୟୀ ସେମାନଙ୍କର ସଭ୍ୟପଦ ରଦ୍ଦ କରିବାକୁ ଦାବି କରିଥିଲା ବିଜେଡି । ମାତ୍ର ଜୁନ୍ ୨୨ରେ ବାଚସ୍ପତି ସୁରମା ପାଢୀ ଏହି ଆବେଦନକୁ ଖାରଜ କରିଦେଇଥିଲେ |
ଆବେଦନରେ ଆବଶ୍ୟକ ତଥ୍ୟ ପ୍ରମାଣ ଓ ସତ୍ୟପାଠର ଅଭାବ ଥିବାରୁ ଏହା ସମ୍ପୂର୍ଣ୍ଣ ନୁହେଁ ବୋଲି ଦର୍ଶାଇଥିଲେ। ବିଧାନସଭା ରୁଲ୍ ଅନୁଯାୟୀ ପ୍ରମାଣ ଓ ତଥ୍ୟ ଉପସ୍ଥାପନ ହୋଇନଥିବାରୁ ଆବେଦନ ଖାରଜ କରିଥିଲେ ବାଚସ୍ପତି | ଏହା ବିରୋଧରେ ଅଦାଲତଙ୍କ ଦ୍ବାରସ୍ଥ ହୋଇଥିଲା ବିଜେଡି। ଆଜି ହାଇକୋର୍ଟରେ ବିଜେଡିର ୮ ବିଧାୟକଙ୍କ ମଧ୍ୟରୁ ୨ ବିଧାୟକ ଚକ୍ରମଣି କହଁର ଓ ସୁବାସିନୀ ଜେନାଙ୍କ ସଭ୍ୟପଦ ରଦ୍ଦ ଆବେଦନର ଶୁଣାଣି ରହିଛି।....
କ୍ରସ ଭୋଟିଂ; ଆଜି ହାଇକୋର୍ଟରେ ଶୁଣାଣି
ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ ମାମଲା
ଆଜି ହାଇକୋର୍ଟରେ କ୍ରସ ଭୋଟିଂ ମାମଲାର ଶୁଣାଣି
ବିଜେଡିର ୮ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପ୍ରସ୍ତାବକୁ ଖାରଜ କରିଥିଲେ ବାଚସ୍ପତି
ଏହାକୁ ବିରୋଧ କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା ବିଜେଡି
ବାଚସ୍ପତିଙ୍କୁ ପକ୍ଷଭୁକ୍ତ କରି ରିଟ୍ ପିଟିସନ ଦାଖଲ କରିଥିଲା ବିଜେଡି
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।