Ram Mandir Darshan Pass: ରାମ ମନ୍ଦିର ଦର୍ଶନ ପାଇଁ ୯୦ ଦିନ ପୂର୍ବରୁ ପାସ୍ ବୁକିଂ ସୁଯୋଗ

Oct 19, 2026 - 10:20
Ram Mandir Darshan Pass: ରାମ ମନ୍ଦିର ଦର୍ଶନ ପାଇଁ ୯୦ ଦିନ ପୂର୍ବରୁ ପାସ୍ ବୁକିଂ ସୁଯୋଗ

"ଅଯୋଧ୍ୟା: ଉତ୍ତରପ୍ରଦେଶର ଅଯୋଧ୍ୟାସ୍ଥିତ ରାମ ଜନ୍ମଭୂମି ମନ୍ଦିରରେ ଭକ୍ତଙ୍କ ଦର୍ଶନ ବ୍ୟବସ୍ଥାକୁ ଅଧିକ ସୁବିଧାଜନକ ଓ ସ୍ୱଚ୍ଛ କରିବା ପାଇଁ ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ବଡ଼ ପରିବର୍ତ୍ତନ କରାଯାଇଛି।

ଏଣିକି ରାମଲଲାଙ୍କ ସୁଗମ ଦର୍ଶନ ପାଇଁ ଭକ୍ତମାନେ ୧୫ ଦିନ ବଦଳରେ ୯୦ ଦିନ ପୂର୍ବରୁ ଅନଲାଇନ୍ ରେ ପାସ୍ ପାଇଁ ଆବେଦନ କରିପାରିବେ।

Advertisment ଏଥିସହ ସାଧାରଣ ଭକ୍ତଙ୍କ ପାଇଁ ଦୈନିକ ଅନଲାଇନ୍ ପାସ୍ ସଂଖ୍ୟା ୯୭୫ରୁ ବୃଦ୍ଧି କରି ୨,୦୦୦ କରାଯାଇଛି।

ଟ୍ରଷ୍ଟର ମହାସଚିବ ସ୍ୱାମୀ ଗୋବିନ୍ଦ ଦେବ ଗିରି ଏହି ପରିବର୍ତ୍ତନଗୁଡ଼ିକୁ ଅନୁମୋଦନ କରିଛନ୍ତି।

ଏହାର କାର୍ଯ୍ୟାନ୍ୱୟନ ଓ ପ୍ରଶାସନିକ ତଦାରଖ ଦାୟିତ୍ୱ ଟ୍ରଷ୍ଟର ସିଇଓ ଏୟାର ମାର୍ଶାଲ (ଅବସରପ୍ରାପ୍ତ) ଜିତେନ୍ଦ୍ର ମିଶ୍ରଙ୍କୁ ଦିଆଯାଇଛି।

ଆଇଟି ବିଭାଗ ଓ ଟ୍ରଷ୍ଟର ପ୍ରତିନିଧିଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।

୯୦ ଦିନ ପୂର୍ବରୁ ବୁକିଂ ପାଇଁ ସୁଯୋଗପୂର୍ବରୁ ଭକ୍ତମାନେ ଦର୍ଶନ ତାରିଖର ସର୍ବାଧିକ ୧୫ ଦିନ ପୂର୍ବରୁ ସୁଗମ ଦର୍ଶନ ପାସ୍ ପାଇଁ ଆବେଦନ କରିପାରୁଥିଲେ।

ନୂଆ ବ୍ୟବସ୍ଥାରେ ଏହି ସମୟସୀମାକୁ ୯୦ ଦିନକୁ ବୃଦ୍ଧି କରାଯାଇଛି।

ଏହାଦ୍ୱାରା ଦୂରଦୂରାନ୍ତରୁ ଅଯୋଧ୍ୟା ଆସିବାକୁ ଯୋଜନା କରୁଥିବା ଭକ୍ତମାନେ ପୂର୍ବରୁ ଦର୍ଶନ ପାଇଁ ଆବେଦନ କରିବା ସହ ଟ୍ରେନ୍ ଟିକେଟ୍, ରହିବା ବ୍ୟବସ୍ଥା ଓ ଅନ୍ୟାନ୍ୟ ଆବଶ୍ୟକତା ଯୋଜନାବଦ୍ଧ ଭାବେ ପୂରଣ କରିପାରିବେ।

୮ଟି ପର୍ଯ୍ୟାୟରେ ମିଳିବ ପାସ୍ନୂଆ ବ୍ୟବସ୍ଥା ଅନୁସାରେ, ଦର୍ଶନ ତାରିଖର ୯୦, ୬୨, ୩୦, ୧୪, ୭, ୩ ଓ ୧ ଦିନ ପୂର୍ବରୁ ସାତଟି ପର୍ଯ୍ୟାୟରେ ସୁଗମ ଦର୍ଶନ ପାସ୍ ଉପଲବ୍ଧ ହେବ।

ଏହାବ୍ୟତୀତ ଦର୍ଶନ ଦିନ ତତ୍କାଳ ପାସ୍ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ରହିବ।

ଆବଶ୍ୟକତା ଅନୁଯାୟୀ ପାସ୍ ସଂଖ୍ୟାକୁ ଆଗକୁ ଆହୁରି ବୃଦ୍ଧି କରାଯାଇପାରେ ବୋଲି ଟ୍ରଷ୍ଟ ପକ୍ଷରୁ କୁହାଯାଇଛି।ସୁଗମ ଦର୍ଶନ ପାସ୍ ବୁକିଂରେ ଅନିୟମିତତା ଓ ସ୍ୱୟଂଚାଳିତ ବୁକିଂ ଉପକରଣର ଅପବ୍ୟବହାର ରୋକିବା ପାଇଁ ଟ୍ରଷ୍ଟ ଏକ ଯାଞ୍ଚଭିତ୍ତିକ ବ୍ୟବସ୍ଥା ବିକଶିତ କରିବ।

ଅଗ୍ରିମ ଆବେଦନ କରିବା ମାତ୍ରେ ପାସ୍ ନିଶ୍ଚିତ ହେବ ନାହିଁ।

ଆବଶ୍ୟକ ବୈଷୟିକ ଯାଞ୍ଚ ପରେ ସାଧାରଣତଃ ୨୪ରୁ ୪୮ ଘଣ୍ଟା ମଧ୍ୟରେ ଆବେଦନକାରୀଙ୍କୁ ପାସ୍ ସମ୍ପର୍କରେ ସୂଚନା ଦିଆଯିବ।

ତେବେ ତତ୍କାଳ ପାସ୍ ପାଇଁ ଏହି ଅପେକ୍ଷା ଅବଧି ଲାଗୁ ହେବ ନାହିଁ।

ସୁଗମ ଦର୍ଶନ ପାସ୍ ସମ୍ପୂର୍ଣ୍ଣ ମାଗଣାଟ୍ରଷ୍ଟ ସ୍ପଷ୍ଟ କରିଛି ଯେ ସୁଗମ ଦର୍ଶନ ପାସ୍ ପାଇଁ କୌଣସି ଶୁଳ୍କ ଦେବାକୁ ପଡ଼ିବ ନାହିଁ।

ପାସ୍ ଯୋଗାଇଦେବା ନାମରେ କେହି ଟଙ୍କା ମାଗିଲେ କିମ୍ବା ଠକେଇ କଲେ ଭକ୍ତମାନେ ଅଭିଯୋଗ କରିପାରିବେ।

ଏଥିପାଇଁ ୮୦୦୯୫୨୨୧୧୧ ହେଲ୍ପଲାଇନ୍ ନମ୍ବର ଓ report@srjbtk.org ଇମେଲ୍ ଠିକଣା ଦିଆଯାଇଛି।

ଟ୍ରଷ୍ଟ ଅନୁଯାୟୀ, ଏହି ଅଭିଯୋଗ ବ୍ୟବସ୍ଥା ଗୋଟିଏ ସପ୍ତାହ ମଧ୍ୟରେ କାର୍ଯ୍ୟକ୍ଷମ ହେବ।

France protest: 'ଉତ୍ତେଜନାକାରୀଙ୍କୁ କ୍ଷୟକ୍ଷତିର ପୂରଣ କରିବାକୁ ହେବ" ଭକ୍ତମାନଙ୍କୁ କେବଳ ଟ୍ରଷ୍ଟର ଅଧିକାରିକ ୱେବସାଇଟ୍ https://online.srjbtkshetra.org ମାଧ୍ୟମରେ ସୁଗମ ଦର୍ଶନ ପାସ୍ ପାଇଁ ଆବେଦନ କରିବାକୁ ପରାମର୍ଶ ଦିଆଯାଇଛି।

ମଧ୍ୟସ୍ଥିଙ୍କ ଉପରେ ନିର୍ଭର ନକରି ଭକ୍ତମାନେ ଯେପରି ସିଧାସଳଖ ପାସ୍ ପାଇପାରିବେ, ତାହା ନିଶ୍ଚିତ କରିବା ହେଉଛି ଏହି ପରିବର୍ତ୍ତନର ମୁଖ୍ୟ ଉଦ୍ଦେଶ୍ୟ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।