Ramayana: ‘ରାମାୟଣ’ ଦେଖି ଭାବବିହ୍ୱଳ ଅନୁପମ ଖେର, କହିଲେ ୧୦୦ ବର୍ଷର ଶ୍ରେଷ୍ଠ ଫିଲ୍ମ

Nov 06, 2026 - 13:17
Ramayana: ‘ରାମାୟଣ’ ଦେଖି ଭାବବିହ୍ୱଳ ଅନୁପମ ଖେର, କହିଲେ ୧୦୦ ବର୍ଷର ଶ୍ରେଷ୍ଠ ଫିଲ୍ମ

ମୁମ୍ବାଇ: ସ୍ୱିଡେନର ଷ୍ଟକହୋମରେ ଆୟୋଜିତ 'ରାମାୟଣ' ଫିଲ୍ମର ଏକ ସ୍ୱତନ୍ତ୍ର ସ୍କ୍ରିନିଂରେ ସାମିଲ ହୋଇଛନ୍ତି ବରିଷ୍ଠ ଅଭିନେତା ଅନୁପମ ଖେର।

ଫିଲ୍ମ ଦେଖିବା ପରେ ଏହାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ଅଭିନେତା।

ଏହି ଫିଲ୍ମରେ ସେ ଜଟାୟୁ ଚରିତ୍ରକୁ କଣ୍ଠଦାନ କରିବା ସହ ନାରେଟର୍‌ ଭାବେ ମଧ୍ୟ ଯୋଡ଼ି ହୋଇଛନ୍ତି।

ତାଙ୍କ ମତରେ, ଏହା ଭାରତୀୟ ସିନେମା ଇତିହାସର ଅନ୍ୟତମ ଶ୍ରେଷ୍ଠ ଫିଲ୍ମ।

Advertisment ଅନୁପମ ଖେରଙ୍କ ସୂଚନା ଅନୁସାରେ, ଷ୍ଟକହୋମରେ ଆୟୋଜିତ ଏହି ସ୍ୱତନ୍ତ୍ର ସ୍କ୍ରିନିଂରେ ପ୍ରାୟ ୫୦୦ ଜଣ ଦର୍ଶକ ସାମିଲ ହୋଇଥିଲେ।

ଫିଲ୍ମ ଦେଖିବା ପରେ ଅଭିନେତା ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ମାଧ୍ୟମରେ ନିଜର ଅନୁଭୂତି ସେୟାର କରିଛନ୍ତି।

ଏହି ପ୍ରକଳ୍ପର ଅଂଶ ହୋଇଥିବାରୁ ସେ ଗର୍ବ ଅନୁଭବ କରୁଥିବା କହିଛନ୍ତି।

ଅନୁପମ କହିଛନ୍ତି, “ନିଶ୍ଚିତ ଭାବେ ଏହା ଭାରତୀୟ ସିନେମା ଇତିହାସର ଅନ୍ୟତମ ଶ୍ରେଷ୍ଠ ଫିଲ୍ମ।

ଦୃଶ୍ୟ ଓ ଚିତ୍ରଣ ଦୃଷ୍ଟିରୁ ଏହାଠାରୁ ଅଧିକ ଚମତ୍କାର ଫିଲ୍ମ ମୁଁ ଦେଖିନାହିଁ।

ଗତ ୧୦୦ ବର୍ଷରୁ ଅଧିକ ସମୟ ମଧ୍ୟରେ ଏହା ସବୁଠୁ ଭଲ ଫିଲ୍ମ।” ଦର୍ଶକଙ୍କ ପ୍ରତିକ୍ରିୟା କିପରି ଥିଲା?

ଦର୍ଶକଙ୍କ ପ୍ରତିକ୍ରିୟା ବିଷୟରେ କହି ଅନୁପମ ଖେର କହିଛନ୍ତି ଯେ, ଫିଲ୍ମ ଶେଷ ହେବା ମାତ୍ରେ ପୂରା ହଲ୍‌ କରତାଳିରେ କମ୍ପି ଉଠିଥିଲା।

ଦର୍ଶକମାନେ 'ଜୟ ଶ୍ରୀରାମ' ନାରା ମଧ୍ୟ ଦେଇଥିଲେ।

ଷ୍ଟକହୋମରେ ଦର୍ଶକଙ୍କ ଏଭଳି ଉତ୍ସାହ ତାଙ୍କ ପାଇଁ ଏକ ଅବିସ୍ମରଣୀୟ ଅନୁଭୂତି ବୋଲି ସେ କହିଛନ୍ତି।

ଭିଡିଓର କ୍ୟାପ୍‌ସନ୍‌ରେ ଅନୁପମ ଖେର ଲେଖିଛନ୍ତି, “ମୁଁ ଏବେ ଷ୍ଟକହୋମରେ ପ୍ରାୟ ୫୦୦ ଦର୍ଶକରେ ଭରପୂର ଏକ ହଲ୍‌ରେ 'ରାମାୟଣ' ଦେଖି ଫେରିଛି।

ମୋ ହୃଦୟ ଖୁସିରେ ଭରିଯାଇଛି।

ଆମ ଭାରତରେ ଏଭଳି ଏକ ଅସାଧାରଣ ଫିଲ୍ମ ନିର୍ମାଣ ହୋଇଥିବାରୁ ମୁଁ ବହୁତ ଖୁସି ଓ ଗର୍ବିତ।

ଏହି ଫିଲ୍ମର ଅଂଶ ହୋଇଥିବାରୁ ମୁଁ ନିଜକୁ ଭାଗ୍ୟବାନ ଓ ଗର୍ବିତ ମନେ କରୁଛି।

ଜଟାୟୁ ଚରିତ୍ରରେ କଣ୍ଠଦାନ ହେଉ କିମ୍ବା ଫିଲ୍ମର ଆରମ୍ଭରେ ନାରେଟର୍‌ ଭାବେ ନିଜ ସ୍ୱର ଦେବା—ଏହି ଯାତ୍ରା ମୋ ପାଇଁ ସ୍ୱତନ୍ତ୍ର।” Suspended: ଛାତ୍ରୀଙ୍କ ପ୍ରସବ ଘଟଣା: ଧନପୁର ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ, ନବଜାତ ଶିଶୁର ମୃତ୍ୟୁ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।