Ramayana: ‘ରାମାୟଣ: ପାର୍ଟ ୧’ରୁ କଟିଲା ସତ୍ୟେନ ଚତୁର୍ବେଦୀଙ୍କ ଦୃଶ୍ୟ, ସୁମନ୍ତ ଭୂମିକାରେ କରିଥିଲେ ସୁଟିଂ
ମୁମ୍ବାଇ: ନିତେଶ ତିୱାରୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଫିଲ୍ମ ' ରାମାୟଣ : ପାର୍ଟ ୧' ନଭେମ୍ବର ୫ରେ ରିଲିଜ୍ ହେବା ପରେ ଚର୍ଚ୍ଚାରେ ରହିଛି।
ରଣବୀର କପୁର (ଶ୍ରୀରାମ) ଓ ୟଶ (ରାବଣ) ଅଭିନୀତ ଏହି ମହାକାବ୍ୟ ଭିତ୍ତିକ ଫିଲ୍ମ ମାତ୍ର ଦୁଇ ଦିନରେ ବିଶ୍ୱବ୍ୟାପୀ ୨୨୦ କୋଟି ଟଙ୍କାରୁ ଅଧିକ ଆୟ କରି ବକ୍ସ ଅଫିସ୍ରେ ଚର୍ଚ୍ଚା ସୃଷ୍ଟି କରିଛି।
ତେବେ ଫିଲ୍ମର ଏହି ସଫଳତା ମଧ୍ୟରେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି।
ଫିଲ୍ମର ସମ୍ପୂର୍ଣ୍ଣ ସୁଟିଂ କରିଥିବା ଜଣେ ଅଭିନେତାଙ୍କୁ ଶେଷରେ ଫିଲ୍ମରେ ସ୍ଥାନ ମିଳିନାହିଁ।
Advertisment ତେବେ କୋଟି କୋଟି ଟଙ୍କାର ଏହି ଫିଲ୍ମରୁ କେଉଁ ଅଭିନେତାଙ୍କ ଦୃଶ୍ୟ କାଟି ଦିଆଯାଇଛି?
ଏନେଇ ନିଜେ ଅଭିନେତା ସତ୍ୟେନ ଚତୁର୍ବେଦୀ ସୋସିଆଲ ମିଡିଆରେ ଖୁଲାସା କରିଛନ୍ତି।
ସେ ଫିଲ୍ମରେ ରାଜା ଦଶରଥଙ୍କ ଘନିଷ୍ଠ ମନ୍ତ୍ରୀ ତଥା ସାରଥୀ 'ସୁମନ୍ତ' ଭୂମିକାରେ ଅଭିନୟ କରିଥିଲେ।
ଏହି ଚରିତ୍ର ପାଇଁ ସେ ସମ୍ପୂର୍ଣ୍ଣ ପୋଷାକ ଓ ମେକ୍ଅପ୍ ସହ ସୁଟିଂ ମଧ୍ୟ ଶେଷ କରିଥିଲେ।
କିନ୍ତୁ ନଭେମ୍ବର ୫ରେ ଦର୍ଶକ ପ୍ରେକ୍ଷାଳୟକୁ ଯାଇ ଫିଲ୍ମ ଦେଖିବା ବେଳେ ପରଦାରେ ତାଙ୍କର ଗୋଟିଏ ବି ଦୃଶ୍ୟ ଦେଖିବାକୁ ପାଇନଥିଲେ।
ତାଙ୍କ ଦୃଶ୍ୟଗୁଡ଼ିକ ଫିଲ୍ମରୁ ବାଦ୍ ପଡ଼ିବା ପରେ ସତ୍ୟେନ ଇନ୍ଷ୍ଟାଗ୍ରାମ୍ରେ ସୁମନ୍ତଙ୍କ ଚରିତ୍ରରେ ଥିବା ନିଜର କିଛି ଫଟୋ ସେୟାର କରି ଏନେଇ ମତ ରଖିଛନ୍ତି।
ସେ ଲେଖିଛନ୍ତି, “ଜଣେ ଅଭିନେତା ଯେତେ ଦୃଶ୍ୟରେ ଅଭିନୟ କରନ୍ତି, ସେସବୁ ଯେ ଶେଷ ଫିଲ୍ମରେ ସ୍ଥାନ ପାଇବ, ତାହା ନିଶ୍ଚିତ ନୁହେଁ।
ଏହା ଆମ ଯାତ୍ରାର ଏକ ସାଧାରଣ ଅଂଶ।
ନମିତ ମାଲହୋତ୍ରାଙ୍କ ପ୍ରଯୋଜିତ ଏବଂ ନିତେଶ ତିୱାରୀଙ୍କ ନିର୍ଦ୍ଦେଶିତ 'ରାମାୟଣ'ରେ ସୁମନ୍ତ ଭାବେ ମୁଁ ସୁଟିଂ କରିଥିବା ଦୃଶ୍ୟଗୁଡ଼ିକୁ ଏଡିଟ୍ କରି ବାଦ୍ ଦିଆଯାଇଛି।” କାଷ୍ଟିଂ ଡାଇରେକ୍ଟରଙ୍କୁ ଜଣାଇଲେ କୃତଜ୍ଞତା ଏତେ ବଡ଼ ପ୍ରୋଜେକ୍ଟରୁ ନିଜ ଦୃଶ୍ୟ ବାଦ୍ ପଡ଼ିଥିଲେ ମଧ୍ୟ ସତ୍ୟେନଙ୍କ ମନରେ ନିର୍ମାତା କିମ୍ବା ନିର୍ଦ୍ଦେଶକଙ୍କ ପ୍ରତି କୌଣସି ଅସନ୍ତୋଷ ନାହିଁ।
ସେ ଏହି ଘଟଣାକୁ ସକାରାତ୍ମକ ଭାବେ ନେଇ ଆଗକୁ ଲେଖିଛନ୍ତି: “ହୁଏତ ସେହି ଦୃଶ୍ୟଗୁଡ଼ିକ ବଡ଼ ପରଦାରେ ସ୍ଥାନ ପାଇପାରିଲା ନାହିଁ, କିନ୍ତୁ ଏହି ସେଟ୍ର ସ୍ମୃତି ଓ ସେହି ଅନୁଭୂତି ସବୁବେଳେ ମୋ ସହ ରହିବ।
ଏହି ଚମତ୍କାର ଯାତ୍ରାର ଅଂଶ ହୋଇପାରିଥିବାରୁ ମୁଁ ହୃଦୟରୁ କୃତଜ୍ଞ।
ଏହି ଭୂମିକା ପାଇଁ ମୋତେ ଚୟନ କରିଥିବା କାଷ୍ଟିଂ ଡାଇରେକ୍ଟର ମୁକେଶ ଛାବ୍ରାଙ୍କୁ ଅଶେଷ ଧନ୍ୟବାଦ।
ଧନ୍ୟବାଦ ବିଶ୍ୱବ୍ରହ୍ମାଣ୍ଡ।
ଜୟ ଶ୍ରୀରାମ।” Tennis: ସିଏସ୍୭ ଟେନିସ୍: ସୂୟାଶଙ୍କୁ ଦ୍ବିମୁକୁଟ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।