Ramayana Could Drop Songs and Trim: ନିତେଶ ତିୱାରୀଙ୍କ ବଡ ନିଷ୍ପତ୍ତି! ‘ରାମାୟଣ’ରେ ହେବ ବଡ଼ କାଟଛାଣ୍ଟ, ରହିବ ନାହିଁ କୌଣସି ଗୀତ

Sep 18, 2026 - 15:10
Ramayana Could Drop Songs and Trim: ନିତେଶ ତିୱାରୀଙ୍କ ବଡ ନିଷ୍ପତ୍ତି! ‘ରାମାୟଣ’ରେ ହେବ ବଡ଼ କାଟଛାଣ୍ଟ, ରହିବ ନାହିଁ କୌଣସି ଗୀତ

ନିତେଶ ତିୱାରୀଙ୍କ ନିର୍ଦ୍ଦେଶିତ ବହୁ ପ୍ରତୀକ୍ଷିତ ଫିଲ୍ମ ‘ରାମାୟଣ’କୁ ନେଇ ଆସିଛି ବଡ଼ ଅପଡେଟ୍। ରଣବୀର କପୁର, ସାଇ ପଲ୍ଲବୀ ଏବଂ ୟଶଙ୍କ ଅଭିନୀତ ଏହି ଫିଲ୍ମ କେବଳ ଭାରତୀୟ ଦର୍ଶକଙ୍କ ପାଇଁ ନୁହେଁ, ଅନ୍ତର୍ଜାତୀୟ ଦର୍ଶକଙ୍କ ପାଇଁ ମଧ୍ୟ ଇଂରାଜୀ ଭାଷାରେ ରିଲିଜ୍ କରାଯିବ।

ତେବେ ରିପୋର୍ଟ ଅନୁସାରେ, ‘ରାମାୟଣ’ର ଇଂଲିଶ୍ ଭର୍ସନ୍ ହିନ୍ଦୀ ଭର୍ସନ୍‌ଠାରୁ ପ୍ରାୟ ୩୦ ମିନିଟ୍ ଛୋଟ ହୋଇପାରେ। ଏହାସହ ଇଂଲିଶ୍ ଭର୍ସନ୍‌ରେ ଫିଲ୍ମର କୌଣସି ଗୀତ ରଖାଯିବ ନାହିଁ ବୋଲି ଚର୍ଚ୍ଚା ହେଉଛି।

ଏକ ରିପୋର୍ଟ ମୁତାବକ, ବିଶ୍ୱ ଦର୍ଶକଙ୍କ ସିନେମା ଦେଖିବାର ପସନ୍ଦକୁ ଧ୍ୟାନରେ ରଖି ନିର୍ମାତା ଏପରି ଯୋଜନା କରିଛନ୍ତି। ଇଂଲିଶ୍ ଭର୍ସନ୍‌ରୁ ସମସ୍ତ ଗୀତ ବାଦ୍ ଦିଆଯିବା ସହ କିଛି ଦୃଶ୍ୟକୁ ମଧ୍ୟ ଟ୍ରିମ୍ କରାଯାଇପାରେ।

ଭାରତୀୟ ଦର୍ଶକମାନେ ସାଧାରଣତଃ ଗୀତ ଏବଂ ଦୀର୍ଘ ରନ୍‌ଟାଇମ୍‌ର ଫିଲ୍ମ ଦେଖିବାରେ ଅଭ୍ୟସ୍ତ। କିନ୍ତୁ ଅନ୍ତର୍ଜାତୀୟ ଦର୍ଶକଙ୍କ ପସନ୍ଦ ଏଥିରୁ ଅନେକଟା ଭିନ୍ନ। ଏହି କାରଣରୁ ଗ୍ଲୋବାଲ୍ ଭର୍ସନ୍‌କୁ ଅଧିକ କ୍ରିସ୍ପ ଏବଂ ଛୋଟ ରଖିବାକୁ ଚେଷ୍ଟା ହେଉଥିବା କୁହାଯାଉଛି। ତେବେ ଏନେଇ ଫିଲ୍ମ ନିର୍ମାତାଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଘୋଷଣା ହୋଇନାହିଁ।

ଏପଟେ ଗଣେଶ ଚତୁର୍ଥୀ ଅବସରରେ ‘ରାମାୟଣ’ର ପ୍ରଥମ ଗୀତ ‘ଜୟ ଜୟ ରାମ’ ରିଲିଜ୍ ହୋଇଛି। ଏଆର୍ ରହମାନଙ୍କ ସଙ୍ଗୀତରେ ପ୍ରସ୍ତୁତ ଏହି ଗୀତକୁ ଅରିଜିତ ସିଂହ ଏବଂ ଶ୍ରେୟା ଘୋଷାଲ୍ କଣ୍ଠଦାନ କରିଛନ୍ତି। ଗୀତରେ ରଣବୀର କପୁରଙ୍କ ଶ୍ରୀରାମ ଏବଂ ସାଇ ପଲ୍ଲବୀଙ୍କ ମାତା ସୀତାଙ୍କ ବିବାହଠାରୁ ବନବାସ ଯାତ୍ରା ପର୍ଯ୍ୟନ୍ତ ଅନେକ ଗୁରୁତ୍ୱପୂର୍ଣ୍ଣ ଝଲକ ଦେଖିବାକୁ ମିଳିଛି।

କେବେ ହେବ ରିଲିଜ୍ 

ଫିଲ୍ମରେ ରଣବୀର କପୁର ଶ୍ରୀରାମଙ୍କ ଭୂମିକାରେ ଥିବାବେଳେ ସାଇ ପଲ୍ଲବୀ ସୀତା, ୟଶ ରାବଣ, ସନ୍ନି ଦେଓଲ ହନୁମାନ ଏବଂ ରବି ଦୁବେ ଲକ୍ଷ୍ମଣଙ୍କ ଭୂମିକାରେ ନଜର ଆସିବେ।

ନମିତ ମଲହୋତ୍ରାଙ୍କ ପ୍ରାଇମ୍ ଫୋକସ୍ ଷ୍ଟୁଡିଓଜ୍, DNEG ଏବଂ ୟଶଙ୍କ ମନଷ୍ଟର୍ ମାଇଣ୍ଡ କ୍ରିଏସନ୍ସ ବ୍ୟାନରରେ ନିର୍ମିତ ‘ରାମାୟଣ’ର ପ୍ରଥମ ଭାଗ ଦୀପାବଳି ୨୦୨୬ରେ ପ୍ରେକ୍ଷାଳୟକୁ ଆସିବ। ଦ୍ୱିତୀୟ ଭାଗକୁ ଦୀପାବଳି ୨୦୨୭ରେ ରିଲିଜ୍ କରିବାକୁ ଯୋଜନା ରହିଛି।

ଫିଲ୍ମର ବିଶାଳ ଷ୍ଟାରକାଷ୍ଟ, ଭିଜୁଆଲ୍ ଇଫେକ୍ଟ୍ସ ଏବଂ ଗ୍ଲୋବାଲ୍ ରିଲିଜ୍ ଯୋଜନାକୁ ନେଇ ‘ରାମାୟଣ’ ଏବେଠାରୁ ଦର୍ଶକଙ୍କ ମଧ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।