Ranji Trophy: ରଣଜୀ ଟ୍ରଫି: ଦିନସାରା ବୋଲିଂ, ଓଡ଼ିଶାକୁ ୨ ୱିକେଟ୍, ସୁଯୋଗ ଖସିଯାଉଛି
ଭୁବନେଶ୍ବର: ଚଳିତ ରଣଜୀ ଟ୍ରଫି ରେ ଓଡ଼ିଶା ଦଳର ଆଉ ଏକ ଖରାପ ଦିନ ବିତିଛି।
ମଙ୍ଗଳବାର ଦିନ ତମାମ ୮୩ ଓଭର ବୋଲିଂ କରି ଘରୋଇ ଦଳର ସମସ୍ତ ବୋଲର ମାତ୍ର ୨ ୱିକେଟ୍ ଦଖଲ କରିବାରୁ ସୁଯୋଗ ହାତଛଡ଼ା ଭଳି ପରିସ୍ଥିତି ଆଡକୁ ମୁହାଁଇଛି।
କିଟ୍ କ୍ରିକେଟ୍ ଷ୍ଟାଡିୟମ୍ରେ ଚାଲିଥିବା ଝାଡ଼ଖଣ୍ଡ ବିପକ୍ଷ ମ୍ୟାଚ୍ରେ ମଧ୍ୟ ଉତ୍ସାହହୀନ ପ୍ରଦର୍ଶନ କାରଣରୁ ଶୁଭ୍ରାଂଶୁ ସେନାପତିଙ୍କ ଦଳ ପୁଣି ଚାପରେ ପଡ଼ିଛି।
ବର୍ଷା ଓ ଆଲୋକ ଅଭାବରୁ ପ୍ରଥମ ଦିନ ୨୫ ଓଭରରେ ୩୭/୩ ସ୍କୋର୍ କରିଥିବା ଝାଡ଼ଖଣ୍ଡ ଦ୍ବିତୀୟ ଦିନ ଷ୍ଟମ୍ପ୍ସ ସୁଦ୍ଧା ୨୫୮/୫ କରି ଦୃଢ଼ ସ୍ଥିତିରେ ପହଞ୍ଚିଯାଇଛି।
Advertisment Demand: ସୀମନ୍ତ ଭଇଁସାବେଡା ଗାଁର ମୌଳିକ ସମସ୍ୟାକୁ ନେଇ ଗ୍ରାମବାସୀ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ମଙ୍ଗଳବାର ସୁନ୍ଦର ପାଗ ଝାଡ଼ଖଣ୍ଡ ପାଳିକୁ ଅଧିକ ସୁନ୍ଦର କରି ଦେଇଥିଲା।
ପୂର୍ବଦିନର ସ୍କୋର ୩୭/୩ରୁ ଖେଳି ଝାଡ଼ଖଣ୍ଡ ଓଡ଼ିଶାର ୩ ଦ୍ରୁତ ବୋଲର ରାଜେଶ ମହାନ୍ତି, ଲଳିତ ଯାଦବ, ପ୍ରଶାନ୍ତ ରାଣାଙ୍କୁ ପ୍ରତିହତ କରି ଦେଇଥିଲା।
ପେସାଦାର ବାମହାତୀ ସ୍ପିନର୍ ନିନାଦ ରାଥଭ ମଧ୍ୟାହ୍ନ ଭୋଜନ ପୂର୍ବରୁ ଅଧିନାୟକ ବିରାଟ ସିଂହ (୩୯ ରନ୍, ୧୪୩ ବଲ୍)ଙ୍କୁ ଲଙ୍ଗ୍ ଅଫ୍ରେ ଲଳିତ ଯାଦବଙ୍କ ହାତରେ କ୍ୟାଚ୍ କରାଇ ପ୍ରଥମ ସଫଳତା ଦେଇଥିଲେ।
ବିରାଟ ଏବଂ ଅନ୍ୟତମ ବାମହାତୀ ଆଦିତ୍ୟ ସିଂହଙ୍କ ମଧ୍ୟରେ ଚତୁର୍ଥ ୱିକେଟ୍ ପାଇଁ ୩୮ ଓଭରରେ ୫୨ ରନ୍ ସଂଗୃହିତ ହେବା କିନ୍ତୁ ଝାଡ଼ଖଣ୍ଡର ପାଳି ସଜାଡ଼ିବା କାମ କରି ଦେଇଥିଲା।
ମଧ୍ୟାହ୍ନ ଭୋଜନ (୮୯/୪)ଠାରୁ ଚା'ପାନ ବିରତି (୧୯୦/୪) ମଧ୍ୟରେ ଓଡ଼ିଶା ୩୧ ଓଭର ୱିକେଟ୍ଶୂନ୍ୟ ରହିବା ଘରୋଇ ଦଳକୁ ବ୍ୟାକ୍ଫୁଟ୍କୁ ଠେଲି ଦେଇଥିଲା।
ଅପେକ୍ଷାକୃତ ଦ୍ରୁତ ଗତିରେ ଖେଳିଥିବା ଅନୁକୂଳ ରୟ (୧୪୦ ବଲ୍ରୁ ୮୯ ରନ୍) ଶତକ ହରାଇଥିଲେ।
ସେ ଯୁବ ସ୍ପିନର ବାଦଲ ବିଶ୍ବାଳଙ୍କ ଶିକାର ହୋଇଥିଲେ।
ଆଦିତ୍ୟ ଓ ଅନୁକୂଳ ପଞ୍ଚମ ୱିକେଟ୍ ପାଇଁ ୪୭.୨ ଓଭରରେ ୧୫୫ ରନ୍ ଯୋଡ଼ି ଓଡ଼ିଶା ଆଶାରେ ପାଣି ଭରି ଦେଇଥିଲେ।
ତେବେ ବାଦଲଙ୍କୁ ଝାଡ଼ଖଣ୍ଡ ପାଳିର ୬୭ତମ ଓଭରରେ ପ୍ରଥମ ଥର ବୋଲିଂରେ ଲଗାଇବାକୁ ନେଇ ପ୍ରଶ୍ନ ଉଠିଥିଲା।
ମାଂଶପେଶୀ ଟାଣି ହୋଇଯାଇଥିବା ସତ୍ତ୍ବେ ଆଦିତ୍ୟ (୨୮୩ ବଲ୍ରୁ ୯୪* ରନ୍) ଶତକର ନିକଟତର ହୋଇଛନ୍ତି।
ଷ୍ଟମ୍ପ୍ସ ବେଳକୁ ତାଙ୍କ ସହ ପ୍ରଥମ ଆଦିବାସୀ ଆଇପିଏଲ୍ ଖେଳାଳି ରବିନ ମିଞ୍ଜ୍ (୧୧*) ଅପରାଜିତ ରହିଛନ୍ତି।
ସଂକ୍ଷିପ୍ତ ସ୍କୋର: ଝାଡ଼ଖଣ୍ଡ ୧୦୮ ଓଭରରେ-୨୫୮/୫ (ଆଦିତ୍ୟ ସିଂହ-୯୪*, ଅନୁକୂଳ ରୟ-୮୯, ବିରାଟ ସିଂହ-୩୯, ରାଜେଶ ମହାନ୍ତି-୨/୩୦, ବାଦଲ ବିଶ୍ବାଳ-୧/୩୮, ନିନାଦ ରାଥଭା-୧/୭୧)।
ସେନାପତି ଅସହାୟ ମ୍ୟାଚ୍ ସମ୍ପର୍କରେ ଓଡ଼ିଶା ଦଳର ଅଧିନାୟକ ଶୁଭ୍ରାଂଶୁ ସେନାପତି କିଛି କହିବା ସ୍ଥିତିରେ ନଥିବା ସ୍ବୀକାର କରିଥିଲେ।
ଦଳର ପ୍ରଦର୍ଶନକୁ ନେଇ ସେ ଅତ୍ୟନ୍ତ ନିରାଶ ଥିବା ତାଙ୍କ ଶାରୀରିକ ଭାଷାରେ ପ୍ରକଟିତ ହେଉଥିଲା।
''ଦଳଠାରୁ ଯେଭଳି ଆଶା କରିଥିଲି ସେଭଳି ମିଳୁନାହିଁ।
ବ୍ୟାଟର୍ ଓ ବୋଲରମାନେ କେହି ବି ଦକ୍ଷତା ମୁତାବକ ପ୍ରଦର୍ଶନ ଦେଉନାହାନ୍ତି।
ମୁଁ ଏକୁଟିଆ ଅନୁଭବ କରୁଛି।
ବ୍ୟକ୍ତିଗତ ଭାବେ ବି ମୁଁ ପ୍ରଦର୍ଶନ ଜରିଆରେ ଦଳକୁ ଆଗକୁ ନେଇ ପାରୁନାହିଁ'' ବୋଲି ଦ୍ବିତୀୟ ଦିନ ମ୍ୟାଚ୍ ପରେ କହିଥିଲେ ଶୁଭ୍ରାଂଶୁ।
ଦଳର ମୁଖ୍ୟ ପ୍ରଶିକ୍ଷକ ପ୍ରଭଞ୍ଜନ ମଲ୍ଲିକ ମଧ୍ୟ ଯୁବ ଖେଳାଳିଙ୍କୁ ନେଇ ଓହ୍ଲାଇବା ନିଷ୍ପତ୍ତିରେ ସେତେଟା ସନ୍ତୁଷ୍ଟ ନଥିବା ସ୍ବୀକାର କରିଥିଲେ।
'ଝାଡ଼ଖଣ୍ଡ ୧୦୮ ଓଭରରେ ୨୫୮ ରନ୍ କରିବା ସେତେଟା ପ୍ରଭାବୀ ନୁହେଁ।
ରନ୍ ରେଟ୍ ଠିକ୍ ଅଛି।
ଆମ ଦ୍ରୁତ ବୋଲରମାନେ ଅଧିକ ଭଲ କରିବାର ଥିଲା।
PSU Land Monetisation: କେନ୍ଦ୍ରୀୟ ଉଦ୍ୟୋଗ ଜମି ବିକ୍ରିରୁ ୧୫ ହଜାର କୋଟି ସଂଗ୍ରହ ଲକ୍ଷ୍ୟ ତଥାପି ତୃତୀୟ ଦିନ ପ୍ରଥମ ଘଣ୍ଟା ଗୁରୁତ୍ବପୂର୍ଣ୍ଣ ହେବ।
ମଧ୍ୟାହ୍ନ ଭୋଜନ ଭିତରେ ଆମେ ସେମାନଙ୍କୁ ରୋକି ପାରିଲେ ଲଢ଼ି ପାରିବୁ।
ସେମାନେ ବି ପାଳି ଘୋଷଣା ସ୍ଥିତିକୁ ନେଇ ଦ୍ବନ୍ଦ୍ବରେ ରହିବେ।
ଶେଷରେ ଆମ ବ୍ୟାଟର୍ମାନେ କିଭଳି କରୁଛନ୍ତି ନିର୍ଣ୍ଣାୟକ ହେବ' ବୋଲି କହିଥିଲେ ପ୍ରଭଞ୍ଜନ।
ଝାଡ଼ଖଣ୍ଡ ଏକାଦଶରେ ଅଧା ବାମହାତୀ ବ୍ୟାଟର୍ ଥିବାରୁ ଜଣେ ଅଫସ୍ପିନର୍ ବଦଳରେ ଦୁଇ ଜଣ ବାମହାତୀ ସ୍ପିନରଙ୍କୁ ଖେଳାଇବା ଯୁକ୍ତି ସମ୍ପର୍କରେ ଏହି ପୂର୍ବତନ ଅଧିନାୟକ କହିଥିଲେ 'ଅଫସ୍ପିନରଙ୍କ ଆବଶ୍ୟକତା ପଡ଼ିଛି ସତ, କିନ୍ତୁ ପ୍ରଥମ ଦିବସରେ ବର୍ଷା କାରଣରୁ ଦଳରେ ଥିବା ଶୁଭମ ନାୟକଙ୍କୁ ଆମେ ଖେଳାଇ ପାରିନଥିଲୁ।
ନିନାଦ ରାଥଭ ଜଣେ ବ୍ୟାଟର୍ ଯିଏ ବାମହାତୀ ବୋଲିଂ କରିପାରନ୍ତି'।
ଅଭିଜ୍ଞ ବ୍ୟାଟର୍ ବିପ୍ଳବ ସାମନ୍ତରାୟଙ୍କ ଅଭାବ ପଡୁଛି କି' ବୋଲି ପ୍ରଶ୍ନ ହେବାରୁ ପ୍ରଭଞ୍ଜନ କହିଥିଲେ 'ସେ ଓଡ଼ିଶାକୁ ୧୪/୧୫ ବର୍ଷ ସେବା କରିଛନ୍ତି, ଏବେ ବି ତାଙ୍କ ପାଇଁ କବାଟ ଖୋଲା ଅଛି'।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।