Ranji Trophy: ରଣଜୀ ଟ୍ରଫି: ପରାଜୟରୁ ଓଡ଼ିଶାର ଅଭିଯାନ; ଗୁଜରାଟଠୁ ୧୦ ୱିକେଟ୍ରେ ହାରିଲା
"ଭୁବନେଶ୍ବର: ଓଡ଼ିଶା କ୍ରିକେଟ୍ ଦଳ ପରାଜୟରୁ ଚଳିତ ରଣଜୀ ଟ୍ରଫିରେ ଅଭିଯାନ ଆରମ୍ଭ କରିଛି।
ଚଳିତ ଋତୁର ପ୍ରଥମ ମ୍ୟାଚ୍ରେ ଓଡ଼ିଶା ୧୦ ୱିକେଟ୍ରେ ଗୁଜରାଟଠୁ ପରାସ୍ତ ହୋଇଛି।
ଅହମଦାବାଦସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ ଗ୍ରଉଣ୍ଡ-ବି"ରେ ଖେଳାଯାଇଥିବା ଏହି ୪ଦିନିଆ ମ୍ୟାଚ୍ର ବୁଧବାର ଶେଷ ଦିନରେ ଓଡ଼ିଶା ଦେଇଥିବା ୪୭ ରନ୍ର ବିଜୟ ଲକ୍ଷ୍ୟକୁ ଘରୋଇ ଦଳ ୯.୩ ଓଭରରେ କୌଣସି ୱିକେଟ୍ ନହରାଇ ହାସଲ କରି ନେଇଥିଲା।
ଆର୍ଯ୍ୟ ଦେଶାଇ (୩୭*, ୨୭ ବଲ୍, ୪ ଚୌକା) ଓ ଅଭିଷେକ ଦେଶାଇ (୮*) ଅପରାଜିତ ରହି ଦଳକୁ ଏହି ବିଜୟ ଭେଟି ଦେଇଥିଲେ।
ଏହି ବିଜୟ ସହ ଗୁଜରାଟ ୭ ପଏଣ୍ଟ ପାଇଥିଲା ବେଳେ ଓଡ଼ିଶା ଖାଲି ହାତରେ ଫେରିଛି।
ଓଡ଼ିଶା ପରବର୍ତ୍ତୀ ମ୍ୟାଚ୍ ୧୮ ତାରିଖରୁ ତିରୁଅନନ୍ତପୁରମ୍ରେ ଘରୋଇ ଦଳ କେରଳ ବିପକ୍ଷରେ ଖେଳିବ।Advertisment ବୁଧବାର ୧୧୯/୪ରୁ ଖେଳ ଆରମ୍ଭ କରିଥିବା ଓଡ଼ିଶା ଏଥିରେ ଆଉ ୪୨ ରନ୍ ଯୋଡ଼ି ଶେଷ ୬ ୱିକେଟ୍ ହରାଇଥିଲା।
ଗତକାଲିର ଅପରାଜିତ ବ୍ୟାଟର୍ ସନ୍ଦୀପ ପଟ୍ଟନାୟକ (୬୫) ନିଜ ଅର୍ଦ୍ଧଶତକ ପୂରଣ କରି ଆଉଟ୍ ହୋଇଥିଲା ବେଳେ ଅନ୍ୟ ୫ ବ୍ୟାଟର୍ ଦୁଇଅଙ୍କ ଛୁଇଁବାରେ ବିଫଳ ହୋଇଥିଲେ।
ଫଳରେ ଓଡ଼ିଶା ବଡ଼ ଲକ୍ଷ୍ୟ ଦେଇ ପାରି ନଥିଲା।
ଆଜିର ୬ ୱିକେଟ୍ରୁ ସିଦ୍ଧାର୍ଥ ଦେଶାଇ ୫ ୱିକେଟ୍ ନେଇ ଓଡ଼ିଶାକୁ ବଡ଼ ଝଟକା ଦେଇଥିଲେ।
ପୂର୍ବରୁ ଭ୍ରମଣକାରୀ ଓଡ଼ିଶା ପ୍ରଥମ ପାଳିରେ ଗୌରବ ଚୌଧୁରୀଙ୍କ ଶତକୀୟ ପାଳି ବଳରେ ୩୨୪ ରନ୍ର ସମ୍ମାନଜନକ ସ୍କୋର୍ କରିଥିଲା।
ହେଲେ ଗୁଜରାଟ ୪୩୯ ରନ୍ କରି ୧୧୫ ରନ୍ର ମହତ୍ବପୂର୍ଣ୍ଣ ଅଗ୍ରଣୀ ପାଇଥିଲା।
ସଂକ୍ଷିପ୍ତ ସ୍କୋର: ଓଡ଼ିଶା ପ୍ରଥମ ପାଳି ୧୧୩ ଓଭରରେ-୩୨୪।
ଗୁଜରାଟ ପ୍ରଥମ ପାଳି ୧୦୬.୪ ଓଭରରେ-୪୩୯।
ଓଡ଼ିଶା ଦ୍ବିତୀୟ ପାଳି ୪୬.୧ ଓଭରରେ-୧୬୧ (ସନ୍ଦୀପ ପଟ୍ଟନାୟକ-୬୫, ନିନାଦ ରାଥୱା-୫୩, ସିଦ୍ଧାର୍ଥ ଦେଶାଇ ୫/୩୬, ଅର୍ଜନ ନାଗୱାସୱାଲିଆ-୩/୩୩)।
ଗୁଜରାଟ ଦ୍ବିତୀୟ ପାଳି ୯.୩ ଓଭରରେ-୪୭/୦ (ଆର୍ଯ୍ୟ ଦେଶାଇ-୩୭*, ଅଭିଷେକ ଦେଶାଇ -୮*)।
ବିଜେପି ଓ ଏନ୍ଡିଏ ୨୦୨୯ ଲୋକସଭା ନିର୍ବାଚନରେ ପୁଣି ଥରେ ବିପୁଳ ଜନମତ ସହ କ୍ଷମତାକୁ ଫେରିବ: ଅମିତ ଶାହ"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।