Ranks First in Housing Construction ପିଏମଏୱାଇ-(ସହରାଞ୍ଚଳ) ୨.୦ କାର୍ଯ୍ୟାନ୍ବୟନରେ ଓଡ଼ିଶା ପୁରସ୍କୃତ
"ଭୁବନେଶ୍ୱର: ବିଶ୍ୱ ଆବାସ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା -ସହରୀ (PMAY-U) ଅଧୀନରେ ଆବାସ ଆବଣ୍ଟନ ଓ ନିର୍ମାଣ କ୍ଷେତ୍ରରେ ନିଆଯାଇଥିବା ସଂସ୍କାରମୂଳକ ପଦକ୍ଷେପ ପାଇଁ ଓଡ଼ିଶାକୁ ଜାତୀୟସ୍ତରରେ ସ୍ୱୀକୃତି ମିଳିଛି।
ଭାରତ ସରକାରଙ୍କ ଗୃହନିର୍ମାଣ ଓ ନଗର ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ପିଏମ୍ଏୱାଇ-ସହରାଞ୍ଚଳ ପୁରସ୍କାର ୨.୦ରେ ଓଡ଼ିଶାକୁ ଏହି ସ୍ୱୀକୃତି ପ୍ରଦାନ କରାଯାଇଛି।
Advertisment PMAY-BANDHU: ପିଏମ୍ଏଓ୍ୱାଇ-ବନ୍ଧୁ ଯୋଜନାରେ ପୂରଣ ହେଲା ରୁନୁ ପ୍ରଧାନଙ୍କ ନିଜସ୍ୱ ପକ୍କାଘରର ସ୍ୱପ୍ନନୂଆଦିଲ୍ଲୀଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ଗୃହ ନିର୍ମାଣ ଓ ନଗର ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ତୋଖନ ସାହୁ ଏହି ସମ୍ମାନ ପ୍ରଦାନ କରିଛନ୍ତି।
ଏହି ପୁରସ୍କାରକୁ ନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ମାନ୍ୟବର ମନ୍ତ୍ରୀ ଡା କୃଷ୍ଣ ଚନ୍ଦ୍ର ମହାପାତ୍ର ନିଜର ପ୍ରତିକ୍ରିୟାରେ କହିଛନ୍ତି, ସହରାଞ୍ଚଳ ଆବାସ କ୍ଷେତ୍ରରେ ସଂସ୍କାରକୁ ସୁଦୃଢ଼ କରିବା ସହ ଆବାସ ପ୍ରଦାନ ବ୍ୟବସ୍ଥାକୁ ଅଧିକ ସୁଗମ ଓ ପ୍ରଭାବଶାଳୀ କରିବା ପାଇଁ ଓଡ଼ିଶାର ନିରନ୍ତର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି।
ପ୍ରତ୍ୟେକ ଯୋଗ୍ୟ ସହରାଞ୍ଚଳ ପରିବାରକୁ ସମ୍ମାନଜନକ ଓ ସୁରକ୍ଷିତ ଆବାସ ସୁଯୋଗ ଯୋଗାଇବା ପାଇଁ ଓଡ଼ିଶା ସରକାର ପ୍ରତିବଦ୍ଧ।
PMAY-U-2.0 ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହର)୨.୦ରେ ୬୧ଜଣଙ୍କୁ ମିଳିଲା କାର୍ଯ୍ୟାଦେଶ ସହରାଞ୍ଚଳ ଆବାସ କ୍ଷେତ୍ରରେ ଅନୁଷ୍ଠାନିକ ସଂସ୍କାର ସହ ଦ୍ରୁତ କାର୍ଯ୍ୟାନ୍ୱୟନକୁ ଏକାଠି ଆଗେଇ ନେଇ ଓଡ଼ିଶା ଏକ ଉଲ୍ଲେଖନୀୟ ଉଦାହରଣ ସୃଷ୍ଟି କରିଛି।
PMAY-U 2.0 ଅଧୀନରେ ରାଜ୍ୟରେ ୨୪,୬୨୫ଟି ଘରକୁ ମଞ୍ଜୁରୀ ମିଳିଛି।
ଏଥିସହିତ, ମାର୍ଚ୍ଚ ୨୦୨୫ରୁ ମାର୍ଚ୍ଚ ୨୦୨୬ ମଧ୍ୟରେ ଘର ନିର୍ମାଣ ସମାପ୍ତ କରିବା କ୍ଷେତ୍ରରେ ଓଡ଼ିଶା ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।