Rape incident: ନୂଆପଲ୍ଲୀରେ ଦୁଷ୍କର୍ମ ଘଟଣା: ଡିସିପିଙ୍କୁ ଦାବିପତ୍ର ଦେଲା ବିଜେଡି

Oct 02, 2026 - 05:12
Rape incident: ନୂଆପଲ୍ଲୀରେ ଦୁଷ୍କର୍ମ ଘଟଣା: ଡିସିପିଙ୍କୁ ଦାବିପତ୍ର ଦେଲା ବିଜେଡି

"ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱରରେ ଜଣେ ୨୬ ବର୍ଷୀୟା ଯୁବତୀଙ୍କୁ ବନ୍ଧୁକ ଦେଖାଇ ଦୁଷ୍କର୍ମ ଅଭିଯୋଗ ଘଟଣାରେ ରାଜନୀତି ତେଜିଛି।

ଏହି ସମ୍ବେଦନଶୀଳ ଘଟଣାରେ ତୁରନ୍ତ ଅଭିଯୁକ୍ତକୁ ଗିରଫ କରି କଠୋର କାର୍ଯ୍ୟାନୁଷ୍ଠାନ ଦାବି କରି ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ଆଜି ଭୁବନେଶ୍ବର ଡିସିପିଙ୍କୁ ଏକ ଦାବିପତ୍ର ଦିଆଯାଇଛି।Advertisment Editorial: ସନାତନର ସ୍ବଗତୋକ୍ତି: ନଦୀର ନାମ ଗାନ୍ଧୀ ଦାବିପତ୍ରରେ ରାଜଧାନୀରେ ମହିଳା ସୁରକ୍ଷା, ସିସିଟିଭି ଫୁଟେଜ ଯାଞ୍ଚ୍, ଫରେନସିକ୍ ପ୍ରମାଣ, ଫିଙ୍ଗରପ୍ରିଣ୍ଟ, ଡିଜିଟାଲ ଏଭିଡେନ୍ସ, କଲ ରେକର୍ଡ ତୁରନ୍ତ ଜବତ, ବନ୍ଧୁକ କେଉଁଠୁ ଆସିଲା ଏବଂ ଅନ୍ୟ କେହି ସମ୍ପୃକ୍ତ, ପୀଡିତାଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଗୁରୁତ୍ବ ଦିଆଯାଇଛି।

ବିଜେଡି ପକ୍ଷରୁ ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ରାଜ୍ୟସଭା ସାଂସଦ ସୁଲତା ଦେଓ, ଭୁବନେଶ୍ବର ମେୟର ସୁଲୋଚନା ଦାସ, ପୂର୍ବତନ ଓଏସ୍‌ସିଡବ୍ଲୁ ଅଧ୍ୟକ୍ଷା ମିନତି ବେହେରା, ଗୀତାଞ୍ଜଳି ବାସ୍ତିଆ, ପ୍ରିୟବ୍ରତ ମାଝୀ, କର୍ପୋରେଟର ପଦ୍ମଜା ପ୍ରିୟଦର୍ଶିନୀ ଜେନା, ମାନସୀ ସୁନ୍ଦରାୟଙ୍କ ସମେତ ବରିଷ୍ଠ ନେତା ଡିସିପିଙ୍କୁ ଭେଟିଥିଲେ।

Weather: "ବର୍ଷା ଅଭାବରୁ କର୍ଣ୍ଣାଟକରେ ୪୬ ହଜାରରୁ ଅଧିକ କୋଟି ଟଙ୍କା କ୍ଷତି ହୋଇଛି""

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।