Rare Cosmic Spectacle Ahead: ଏହି ଦିନରେ ହେବ ଏ ବର୍ଷର ଦ୍ୱିତୀୟ ସୂର୍ଯ୍ୟୋପରାଗ, ବିଶ୍ବ ଦେଖିବ ଦୁର୍ଲଭ ମହାଜାଗତିକ ଦୃଶ୍ୟ
ଏଇ ବୁଧବାର ଦିନ ହୋଇଯିବ ରାତି ! ବିଶ୍ବ ଦେଖିବ ଦୁର୍ଲଭ ମହାଜାଗତିକ ଦୃଶ୍ୟ । ଅମାବାସ୍ୟାରେ ପଡ଼ିବ ପୃଥିବୀ ଉପରେ କଳାଛାୟା । ଘଟିବାକୁ ଯାଉଛି ୨୦୨୬ର ଦ୍ୱିତୀୟ ସୂର୍ଯ୍ୟୋପରାଗ । ଭାରତୀୟ ସମୟ ଅନୁଯାୟୀ, ସୂର୍ଯ୍ୟୋପରାଗ ୧୨ ଅଗଷ୍ଟ ରାତି ୯ଟା ୪ ମିନିଟରେ ଆରମ୍ଭ ହେବ ଏବଂ ୧୩ ଅଗଷ୍ଟ ସକାଳ ୪ଟା ୨୫ ମିନିଟ ପର୍ଯ୍ୟନ୍ତ ଚାଲିବ । କିନ୍ତୁ ଏହି ଗ୍ରହଣ ଭାରତରେ ଦୃଶ୍ୟମାନ ହେବ ନାହିଁ । ତେବେ ଶ୍ରାବଣ ମାସର କୃଷ୍ଣ ପକ୍ଷ ଅମାବାସ୍ୟା ତିଥିରେ ଏହି ପରାଗ ପଡୁଥିବାରୁ ଏହାକୁ ଧାର୍ମିକ ଓ ଜ୍ୟୋତିର୍ବିଜ୍ଞାନ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି।
ବିଶେଷ କଥା ହେଉଛି, ସେହି ଦିନ ହରିୟାଳୀ ଅମାବାସ୍ୟା ମଧ୍ୟ ପଡୁଛି, ଯାହା ହିନ୍ଦୁ ପରମ୍ପରାରେ ଏକ ପବିତ୍ର ଦିନ ଭାବେ ପରିଚିତ । ଧାର୍ମିକ ବିଶ୍ୱାସ ଅନୁସାରେ ଏଥିପାଇଁ ସୂତକ କାଳ ବୈଧ ମନାଯିବ ନାହିଁ ଏବଂ ସୂତକ ସମ୍ବନ୍ଧୀୟ ନିୟମ ମଧ୍ୟ ଭାରତବାସୀଙ୍କ ପାଇଁ ପ୍ରଯୁଜ୍ୟ ହେବ ନାହିଁ । ପଞ୍ଚାଙ୍ଗ ଅନୁଯାୟୀ, ସୂର୍ଯ୍ୟୋପରାଗ ଓ ଚନ୍ଦ୍ର ଗ୍ରହଣ ପୂର୍ବରୁ ଥିବା ଅଶୁଭ ସମୟକୁ ସୂଚାଯାଏ ।
ହିନ୍ଦୁ ମତାନୁସାରେ, ଏହି ସମୟରେ କୁପ୍ରଭାବରୁ ବଞ୍ଚିବା ପାଇଁ ଅତିରିକ୍ତ ସତର୍କତା ଅବଲମ୍ବନ କରିବାକୁ କୁହାଯାଏ । ପୂର୍ଣ୍ଣ ସୂର୍ଯ୍ୟୋପରାଗ ଗ୍ରୀନଲ୍ୟାଣ୍ଡ, ସ୍ପେନ୍, ଋଷ ଏବଂ ପର୍ତ୍ତୁଗାଲର କିଛି ଅଞ୍ଚଳରେ ଦୃଶ୍ୟମାନ ହେବ । ଏହା ସହ ୟୁରୋପ, ଆଫ୍ରିକା, ଉତ୍ତର ଆମେରିକା, ଆଟଲାଣ୍ଟିକ୍ ମହାସାଗର ଓ ପ୍ରଶାନ୍ତ ମହାସାଗରର ଅନେକ ସ୍ଥାନରେ ଆଂଶିକ ସୂର୍ଯ୍ୟୋପରାଗ ଦେଖାଯିବ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।