Rashmika Mandanna health update: ଫ୍ୟାନ୍‌ଙ୍କ ପାଇଁ ଖୁସି ଖବର! ସୁସ୍ଥ ହୋଇ କାମକୁ ଫେରୁଛନ୍ତି ରଶ୍ମିକା

Aug 31, 2026 - 09:38
Rashmika Mandanna health update: ଫ୍ୟାନ୍‌ଙ୍କ ପାଇଁ ଖୁସି ଖବର! ସୁସ୍ଥ ହୋଇ କାମକୁ ଫେରୁଛନ୍ତି ରଶ୍ମିକା

ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଫ୍ୟାନ୍‌ମାନଙ୍କ ପାଇଁ ଆସିଛି ଖୁସି ଖବର। ହିପ୍ ଇଞ୍ଜୁରି କାରଣରୁ କିଛି ସମୟ ଧରି ଶୁଟିଂଠାରୁ ଦୂରେଇ ଥିବା ରଶ୍ମିକା ଏବେ ଖୁବ୍‌ଶୀଘ୍ର ପୁଣି ନିଜ କାମକୁ ଫେରିବାକୁ ଯାଉଛନ୍ତି। ନିଜର ଇନ୍‌ଷ୍ଟାଗ୍ରାମ୍ ପୋଷ୍ଟ ମାଧ୍ୟମରେ ଅଭିନେତ୍ରୀ ନିଜ ସ୍ୱାସ୍ଥ୍ୟ ସମ୍ପର୍କରେ ଅପଡେଟ୍ ଦେବା ସହ ଘରେ ବିତାଇଥିବା ସମୟକୁ ମନେ ପକାଇଛନ୍ତି।

ଡ୍ୟାନ୍ସ ସୁଟିଂ ସମୟରେ ଲାଗିଥିଲା ଆଘାତ

ରଶ୍ମିକାଙ୍କୁ ‘ମୈସା’ ଫିଲ୍ମର ଏକ ଡ୍ୟାନ୍ସ ସିକ୍ୱେନ୍ସର ସୁଟିଂ ସମୟରେ ହିପ୍‌ରେ ଆଘାତ ଲାଗିଥିଲା। ଏହା ପରେ ତାଙ୍କୁ କିଛି ସମୟ ପାଇଁ ଅଭିନୟରୁ ବିରତି ନେବାକୁ ପଡ଼ିଥିଲା। ଇଞ୍ଜୁରିରୁ ଧୀରେ ଧୀରେ ସୁସ୍ଥ ହେଉଥିବା ରଶ୍ମିକା ଏବେ ପୁଣି ଶୁଟିଂ ସେଟ୍‌କୁ ଫେରିବା ପାଇଁ ପ୍ରସ୍ତୁତ ହେଉଛନ୍ତି।

ଘରେ କେମିତି କାଟିଲା ରଶ୍ମିକାଙ୍କ ସମୟ?

ଇଞ୍ଜୁରି ପରେ ରଶ୍ମିକା ନିଜ ପରିବାର ଓ ନିକଟତମ ଲୋକଙ୍କ ସହ ଘରେ ଭଲ ସମୟ ବିତାଇଥିଲେ। ସୋସିଆଲ୍ ମିଡିଆରେ ସେୟାର କରିଥିବା ଫଟୋ ଓ ଭିଡିଓରେ ତାଙ୍କୁ ପୂଜା କରୁଥିବା, ପୋଷା କୁକୁର ସହ ଖେଳୁଥିବା ଏବଂ ବଗିଚାରେ ସମୟ ବିତାଉଥିବା ଦେଖିବାକୁ ମିଳିଛି।

‘ଏସବୁକୁ ମିସ୍ କରିବି’- ରଶ୍ମିକା

ନିଜ ପୋଷ୍ଟର କ୍ୟାପ୍‌ସନ୍‌ରେ ରଶ୍ମିକା ଲେଖିଛନ୍ତି, “ମୁଁ ଖୁବ୍ ଶୀଘ୍ର କାମକୁ ଫେରୁଛି ଏବଂ ନିଶ୍ଚିତ ଭାବେ ଏସବୁକୁ ମିସ୍ କରିବି!” ରଶ୍ମିକାଙ୍କ ଏହି ପୋଷ୍ଟ ପରେ ତାଙ୍କ ଫ୍ୟାନ୍‌ମାନଙ୍କ ମଧ୍ୟରେ ଖୁସିର ମାହୋଲ୍ ଦେଖିବାକୁ ମିଳିଛି। ଦୀର୍ଘ ସମୟ ପରେ ତାଙ୍କୁ ପୁଣି ଫିଲ୍ମ ସେଟ୍‌ରେ ଦେଖିବାକୁ ଫ୍ୟାନ୍‌ମାନେ ଉତ୍ସାହିତ ଅଛନ୍ତି।

ମୈସା’ରେ ଭିନ୍ନ ଲୁକ୍‌ରେ ନଜର ଆସିବେ ରଶ୍ମିକା

ରଶ୍ମିକାଙ୍କ ଆଗାମୀ ଫିଲ୍ମ ମଧ୍ୟରେ ‘ମୈସା’ ଏକ ବେଶ୍ ଚର୍ଚ୍ଚିତ ପ୍ରୋଜେକ୍ଟ। ଗୋଣ୍ଡ ଜନଜାତିର ପୃଷ୍ଠଭୂମି ଉପରେ ଆଧାରିତ ଏହି ଇମୋସନାଲ୍ ଆକ୍ସନ୍ ଥ୍ରିଲର୍‌ରେ ରଶ୍ମିକା ଜଣେ ଗୋଣ୍ଡ ମହିଳାଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି।

ଏହି ଭୂମିକା ତାଙ୍କ ପୂର୍ବରୁ କରିଥିବା ଚରିତ୍ରଠାରୁ ସମ୍ପୂର୍ଣ୍ଣ ଭିନ୍ନ ବୋଲି କୁହାଯାଉଛି। ଫିଲ୍ମରେ ତାଙ୍କର ଆକ୍ସନ୍ ଅବତାର ଦର୍ଶକଙ୍କୁ ନୂଆ ଅନୁଭୂତି ଦେବ ବୋଲି ଆଶା କରାଯାଉଛି।

ବିଜୟଙ୍କ ସହ ପୁଣି ଯୋଡ଼ି

ରଶ୍ମିକା ବିଜୟ ଦେବରକୋଣ୍ଡାଙ୍କ ସହ ‘ରଣବାଲି’ରେ ମଧ୍ୟ ନଜର ଆସିବେ। ରାହୁଲ ସାଙ୍କୃତ୍ୟାନଙ୍କ ନିର୍ଦ୍ଦେଶିତ ଏହି ତେଲୁଗୁ ପିରିଅଡ୍ ଡ୍ରାମାର କାହାଣୀ ବ୍ରିଟିଶ ଶାସନ ସମୟର ପୃଷ୍ଠଭୂମିରେ ଗଢ଼ାଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।