Rashmika Mandanna Injury: ରଶ୍ମିକାଙ୍କ ସର୍ଜରୀ ପାଇଁ ଘୁଞ୍ଚିଲା ଅଲ୍ଲୁ ଅର୍ଜୁନଙ୍କ ‘ରାକା’, ୪୫ ଦିନ ପରେ ଫେରିପାରନ୍ତି

Aug 16, 2026 - 09:58
Rashmika Mandanna Injury: ରଶ୍ମିକାଙ୍କ ସର୍ଜରୀ ପାଇଁ ଘୁଞ୍ଚିଲା ଅଲ୍ଲୁ ଅର୍ଜୁନଙ୍କ ‘ରାକା’, ୪୫ ଦିନ ପରେ ଫେରିପାରନ୍ତି

ସାଉଥ୍ ସିନେମାର ଚର୍ଚ୍ଚିତ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଇଞ୍ଜୁରି ଏବେ ତାଙ୍କ ଆଗାମୀ ବଡ଼ ପ୍ରୋଜେକ୍ଟଗୁଡ଼ିକର ଶୁଟିଂ ସିଡ୍ୟୁଲ୍‌କୁ ପ୍ରଭାବିତ କରିଛି। ହିପ୍‌ରେ ଗୁରୁତର ଆଘାତ ପରେ ତାଙ୍କର ସର୍ଜରୀ ହୋଇଥିଲା, ଏହି କାରଣରୁ ଅଲ୍ଲୁ ଅର୍ଜୁନଙ୍କ ସହ ତାଙ୍କର ବହୁ ପ୍ରତୀକ୍ଷିତ ଫିଲ୍ମ ‘ରାକା’ର ଶୁଟିଂ ପ୍ରାୟ ୪୫ ଦିନ ପାଇଁ ଘୁଞ୍ଚାଇ ଦିଆଯାଇଥିବା ଖବର ସାମ୍ନାକୁ ଆସିଛି।

ରଶ୍ମିକା ବର୍ତ୍ତମାନ ହିପ୍ ଇଞ୍ଜୁରିରୁ ଧୀରେ ଧୀରେ ସୁସ୍ଥ ହେଉଛନ୍ତି। ‘ମାଇସା’ର ଶୁଟିଂ ସମୟରେ ତାଙ୍କ ଡାହାଣ ହିପ୍‌ର ଟେଣ୍ଡନ୍‌ରେ ଗୁରୁତର ଆଘାତ ଲାଗିଥିଲା। ଏହାପରେ ତାଙ୍କୁ ଚିକିତ୍ସା ଏବଂ ସର୍ଜରୀର ସହାୟତା ନେବାକୁ ପଡ଼ିଥିଲା।

ଫିଲ୍ମରେ ରଶ୍ମିକାଙ୍କ ଅନେକ ଆକ୍ସନ ସିନ୍ ରହିଥିବାରୁ, ସେ ସମ୍ପୂର୍ଣ୍ଣ ଫିଟ୍ ହେବା ପରେ ହିଁ ଶୁଟିଂ ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି।

ନିର୍ଦ୍ଦେଶକ ଆଟଲି ମଧ୍ୟ ରଶ୍ମିକାଙ୍କୁ ତରବରିଆ ଭାବେ ସେଟ୍‌କୁ ଫେରାଇବା ପରିବର୍ତ୍ତେ ତାଙ୍କୁ ପୂରା ସମୟ ଦେବାକୁ ଟିମ୍‌କୁ କହିଥିବା ଜଣାପଡ଼ିଛି। 

ସେପ୍ଟେମ୍ବର ଶେଷରେ ସେଟ୍‌କୁ ଫେରିପାରନ୍ତି

ରଶ୍ମିକାଙ୍କ ରିକଭରି ଉପରେ ନଜର ରଖାଯାଉଥିବା ବେଳେ ସେ ସେପ୍ଟେମ୍ବର ଶେଷ କିମ୍ବା ଅକ୍ଟୋବର ପ୍ରଥମ ସପ୍ତାହରେ ‘ରାକା’ର ସେଟ୍‌କୁ ଫେରିପାରନ୍ତି। ତେବେ ତାଙ୍କ ସ୍ୱାସ୍ଥ୍ୟ ଏବଂ ଡାକ୍ତରଙ୍କ ପରାମର୍ଶ ଅନୁସାରେ ହିଁ ଅନ୍ତିମ ନିଷ୍ପତ୍ତି ନିଆଯିବ।

କ’ଣ ରହିଛି ‘ରାକା’ରେ?

ଏହା ଏକ ବଡ଼ ବଜେଟ୍‌ର ସାଇନ୍ସ-ଫିକ୍ସନ୍ ଫିଲ୍ମ ବୋଲି କୁହାଯାଉଛି। ଫିଲ୍ମରେ ଅଲ୍ଲୁ ଅର୍ଜୁନଙ୍କ ଲୁକ୍‌ ମଧ୍ୟ ଦର୍ଶକଙ୍କ ମଧ୍ୟରେ ଚର୍ଚ୍ଚା ସୃଷ୍ଟି କରିଛି। ଧଳା ଦାଢ଼ି, ଆଖିରେ କାଜଲ୍‌ ଏବଂ ରହସ୍ୟମୟ ଲୁକ୍‌ରେ ତାଙ୍କୁ ଦେଖିବାକୁ ମିଳିଛି।

ଫିଲ୍ମରେ ରଶ୍ମିକାଙ୍କ ବ୍ୟତୀତ ଦୀପିକା ପାଦୁକୋନ୍‌, ଜାହ୍ନବୀ କପୁର ଏବଂ ମୃଣାଳ ଠାକୁରଙ୍କ ଭଳି ଅଭିନେତ୍ରୀମାନେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ।

ହାତରେ ରହିଛି ଆହୁରି ଅନେକ ବଡ଼ ପ୍ରୋଜେକ୍ଟ

ରଶ୍ମିକାଙ୍କ ପାଇଁ ଏହା ପ୍ରଥମ ଥର ନୁହେଁ ଯେ ଇଞ୍ଜୁରି କାରଣରୁ ତାଙ୍କ ଶୁଟିଂ ସିଡ୍ୟୁଲ୍‌ ପ୍ରଭାବିତ ହୋଇଛି। ତାଙ୍କ ହାତରେ ଏବେ ଅନେକ ବଡ଼ ପ୍ରୋଜେକ୍ଟ ରହିଛି। ସେ ‘ମାଇସା’ ରେ ମଧ୍ୟ ନଜର ଆସିବେ। 

ଏହା ବ୍ୟତୀତ ରଶ୍ମିକାଙ୍କ ଆଉ ଏକ ଚର୍ଚ୍ଚିତ ପ୍ରୋଜେକ୍ଟ ହେଉଛି ‘ରାଣାବାଲି’। ଏହି ପିରିୟଡ୍ ଆକ୍ସନ୍ ଫିଲ୍ମରେ ବିଜୟ ଦେବରକୋଣ୍ଡା ଏବଂ ଆର୍ନୋଲ୍ଡ ଭୋସ୍ଲୁ ମଧ୍ୟ ଅଭିନୟ କରୁଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।