Ration card: ମଦ ପାଇଁ ରାସନ କାର୍ଡ ବନ୍ଧା ପଡୁଛି: ଗାଁକୁ ନିଶାମୁକ୍ତ କରିବାକୁ ଅଣ୍ଟା ଭିଡ଼ିଲେ ମହିଳା
କୋରାପୁଟ: ମଦ ପରିବାରକୁ ଛାରଖାର କରିଦେଲାଣି। ପରିବାରରେ ଅଶାନ୍ତି, ସମାଜରେ ବିଶୃଙ୍ଖଳା ବଢ଼ିଚାଲିଛି। ପରିବାରର ଆର୍ଥିକ ସ୍ଥିତି ବିଗୁଡ଼ୁଥିବାରୁ ଗାଁକୁ ନିଶାମୁକ୍ତ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ମହିଳା। ଏକଜୁଟ୍ ହୋଇ ଜିଲ୍ଲାପାଳଙ୍କୁ ନେହୁରା ହୋଇଛନ୍ତି କୋରାପୁଟଜିଲ୍ଲା ବୋରିଗୁମ୍ମା ବ୍ଲକ ବିଜାପୁର ପଞ୍ଚାୟତ ଆମ୍ବଡ଼ାଗୁଡ଼ା ଗ୍ରାମର ମହିଳା।
RMC ନିର୍ବାଚନ ପାଇଁ ଅଙ୍କକଷା; ସୀମା ନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପ୍ରକ୍ରିୟା ଆରମ୍ଭ
ଗାଁର ସନ୍ଧ୍ୟା ହରିଜନଙ୍କ କହିବା ମୁତାବକ, ପରିବାର ଲୋକଙ୍କ କଥାକୁ ଅମାନ୍ୟ କରି ଛୋଟ ବୟସରେ ବିବାହ କଲେ। ପିଲାଛୁଆ ହେବା ପରେ ଭବିଷ୍ୟତ ଗଢ଼ିବା ପାଇଁ ଚିନ୍ତା କରୁଥିବା ବେଳେ ସ୍ବାମୀ କୁସଙ୍ଗରେ ପଡ଼ି ମଦ ପିଉଛନ୍ତି। ଥରେ ସ୍ବାମୀ ନିଶାସକ୍ତ ଅବସ୍ଥାରେ ପିଟିବାକୁ ଉଦ୍ୟମ କଲେ। ଆଖିରେ ମାଡ଼ ବାଜିବା ଜାଣିବା ପରେ ଅନୁତାପ କରି ନିଜ ତଣ୍ଟି କାଟି ଦେଇଥିଲେ ବୋଲି କହିଛନ୍ତି ସନ୍ଧ୍ୟା। ଗାଁର ଅନ୍ୟ ମହିଳାଙ୍କ କହିବା କଥା, ଗ୍ରାମରେ ଆଦିବାସୀ ଓ ହରିଜନ ସମ୍ପ୍ରଦାୟର ଲୋକ ବସବାସ କରୁଛନ୍ତି। ଅଧିକାଂଶ ପରିବାର ସଦସ୍ୟ କୁଲି ଓ ଦିନ ମଜୁରିଆ। ପୁରୁଷମାନେ ନିଜ ରୋଜଗାର ବାବଦ ସବୁ ପଇସା ମଦ ପିଇ ସାରି ଦେଉଛନ୍ତି। ଏପରିକି ଘରର ଚାଉଳ, ଖଟ ପଟା, ଆସବାବପତ୍ର ବିକି ମଦ ପିଇଲା ପରେ ଶେଷରେ ରାସନ କାର୍ଡ ମଧ୍ୟ ବନ୍ଧା ପକାଇ ମଦ ପିଉଛନ୍ତି।
Suspend: କେନ୍ଦ୍ରମନ୍ତ୍ରୀଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ; ଲାଞ୍ଚ ଅଭିଯୋଗରେ ଅଧିକାରୀ ନିଲମ୍ବିତ
ସ୍ବାମୀମାନେ କାମ ଛାଡ଼ି ମଦ ପିଇ ଘରେ ପଡ଼ି ରହୁଥିବାରୁ ମହିଳାମାନେ ପରିବାର ଚଳାଇବା ସହ ଅନ୍ୟ କାମ ଲାଗି ଗ୍ରୁପ୍ରୁ ଆଣିଥିବା ଋଣ ଶୁଝିପାରୁ ନାହାନ୍ତି। ବାହାର ଗାଁ ଲୋକ ମଦପିଇ ବିଶୃଙ୍ଖଳା କରିବା ସହ ମହିଳାଙ୍କୁ ଦୁର୍ବ୍ୟବହାର କରୁଛନ୍ତି। ଗାଁ ଓ ଘରେ ସବୁବେଳେ ଝଗଡ଼ା ଲାଗି ରହୁଥିବାରୁ ଏପରି ବଞ୍ଚିବାର କିଛି ମାନେ ନାହିଁ ବୋଲି ମହିଳାମାନେ କହିଛନ୍ତି। ଗ୍ରାମର କିଛି ଅସାଧୁ ବ୍ୟକ୍ତିଙ୍କ ମଧ୍ୟସ୍ଥତାରେ ମଦ ବିକ୍ରି କରୁଛନ୍ତି ମାଫିଆ। ଗାଁ ଆଖପାଖରେ ୧୦ରୁ ଅଧିକ ବେଆଇନ ମଦ ଭାଟିରେ ମଦ ଓ ଗଞ୍ଜେଇ ବେପାର ହେଉଛି। ମହିଳାମାନେ ବହୁବାର ଭାଟି ଭାଙ୍ଗିଥିଲେ ମଧ୍ୟ ମାଫିଆ ପୁଣି ତିଆରି କରି ବେପାର କରୁଛନ୍ତି। ପ୍ରତିବାଦ କଲେ ଧମକ ଦେବା ସହ ଆକ୍ରମଣ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି। ଏଣୁ ଗ୍ରାମରେ ଯେପରି ନିଶାଦ୍ରବ୍ୟ ବିକ୍ରି ନ ହେବ ସେଥିପ୍ରତି ପଦକ୍ଷେପ ଗ୍ରହଣ କରିବା ପାଇଁ ଜିଲ୍ଲାପାଳଙ୍କୁ ଗୁହାରି କରିଥିଲେ ମହିଳା। କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।