Rayagada: ରାୟଗଡା ଜିଲ୍ଲାରେ ଚାଞ୍ଚଲ୍ୟ: ପାଇଖାନା ଟାଙ୍କିରୁ ଉଦ୍ଧାର ହେଲା ମୃତଦେହ

Oct 30, 2026 - 09:36
Rayagada: ରାୟଗଡା ଜିଲ୍ଲାରେ ଚାଞ୍ଚଲ୍ୟ: ପାଇଖାନା ଟାଙ୍କିରୁ ଉଦ୍ଧାର ହେଲା ମୃତଦେହ

ରାୟଗଡା(ଶିବ ପ୍ରସାଦ ଦୋରା): ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ।

ରେଲୱେ କଲୋନୀ ନିକଟ ଏକ ଅର୍ଦ୍ଧନିର୍ମିତ ଘର ସମ୍ମୁଖରେ ଥିବା ଖୋଲା ପାଇଖାନା ଟାଙ୍କି ଭିତରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି ।

ମୃତକ ଜଣଙ୍କ ହେଉଛନ୍ତି ବାଘଡଙ୍ଗରି ଗ୍ରାମର ଗରିବ ବାଗ ।

Advertisment ସୂଚନାରୁ ଜଣାପଡିଛି ଗତକାଲି ସନ୍ଧ୍ୟାରୁ ସେ ଘରୁ ବାହାରିଥିଲେ I ରାତିରେ ସେ ଘରକୁ ନ ଫେରିବାରୁ ଖୋଜାଖୋଜି କରିଥିଲେ କିନ୍ତୁ ତାଙ୍କର ସୂଚନା ମିଳିପାରିନଥିଲା I କିନ୍ତୁ ଆଜି ସକାଳୁ ସକାଳୁ ତାଙ୍କ ମୃତ ଦେହ ଏକ ଖୋଲା ଟାଙ୍କି ପାଣିରେ ଭାସୁଥିବା କିଛି ଗ୍ରାମବାସୀ ଦେଖି ପୁଲିସକୁ ଖବର ଦେଇଥିଲେ ।

ଆହୁରି ପଢନ୍ତୁ: Helicopter Crash: ଆମେରିକାରେ ମଝି ଆକାଶରେ ଦୁଇ ହେଲିକପ୍ଟର ମଧ୍ୟରେ ଧକ୍କା: ୩ ମୃତ ଖବର ପାଇ ଘଟଣାସ୍ଥଳରେ ଅମ୍ବାଦଳା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି।

ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି I

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।