Rayagada Theft Case: ସ୍ବତନ୍ତ୍ର ପବ୍ଲିକ ପ୍ରୋସିକ୍ୟୁଟର ଘରୁ ଚୋରି ଘଟଣାର ପର୍ଦାଫାସ; ଜବତ ହେଲା ୭୦ଗ୍ରାମ ସୁନା

Nov 08, 2026 - 17:36
Rayagada Theft Case: ସ୍ବତନ୍ତ୍ର ପବ୍ଲିକ ପ୍ରୋସିକ୍ୟୁଟର ଘରୁ ଚୋରି ଘଟଣାର ପର୍ଦାଫାସ; ଜବତ ହେଲା ୭୦ଗ୍ରାମ ସୁନା

ରାୟଗଡ଼ା (ଶିବ ପ୍ରସାଦ ଦୋରା): ରାୟଗଡା ଜିଲ୍ଲା ଚାନ୍ଦିଲି ପୁଲିସ ଅଧିନରେ ଥିବା କୁମୁଟିପେଣ୍ଠ ଗ୍ରାମର ହନୁମାନ ନଗରରେ ରହୁଥିବା ସ୍ବତନ୍ତ୍ର ପବ୍ଲିକ ପ୍ରୋସିକ୍ୟୁଟର ସୁରେନ୍ଦ୍ର କୁମାର ଶର୍ମାଙ୍କ ଘରୁ ଚୋରି ଘଟଣାରେ ପୁଲିସ ପର୍ଦାଫାସ କରିଛି।

ଆଜି ଚାନ୍ଦିଲି ପୁଲିସ ସୂଚନା ପ୍ରଦାନ କରି ଏହି ଚୋରୀ ସଂପର୍କରେ ସୂଚନା ଦେଇଛି।

Advertisment ପୁଲିସ ଏହି ଚୋରି ଘଟଣାରେ ୭୦.୬୨୦ ଗ୍ରାମ ସୁନା ସହ ୩୫୬.୬୭୦ ଗ୍ରାମ ରୂପା ଉଦ୍ଧାର କରିଛି।

ଏହି ଘଟଣାରେ ୨ଜଣ ଚୋରଙ୍କୁ ମଧ୍ୟ ଗିରଫ ହୋଇଛନ୍ତି।

ଗିରଫ ହୋଇଥିବା ଅଭିଯୁକ୍ତ ହେଲେ ଜଗନ୍ନାଥ କାଡ୍ରାକା ୨୨ ବର୍ଷ ଓ ହେମନ୍ତ ପାଲକା।

ଉଭୟଙ୍କ ଘର ଜେକେ ପୁର ଭାଟିପଡା ଅଞ୍ଚଳ।

Abducted and Killed Over Mobile ମୋବାଇଲ୍‌ ଚୋରି ସନ୍ଦେହରେ ଅପହରଣ କରି ମାରିଦେଲେ, ୪ଜଣ ଅଟକ ପୁଲିସ ସୂଚନାରୁ ଜଣାପଡିଛି ଗତ ଅକ୍ଟୋବର ମାସ ୧୬ତାରିଖ ବିଳମ୍ବିତ ରାତ୍ରୀରେ କିଛି ଦୁର୍ବୁତ୍ତ ସ୍ବତନ୍ତ୍ର ପିପି ଶ୍ରୀ ହେମନ୍ତ କୁମାରଙ୍କ କୁମୁଟିପେଣ୍ଠ ବାସଗୃହରୁ କବାଟ ଭାଙ୍ଗି ପସିଥିଲେ ଏବଂ ଆଲମିରାରେ ଥିବା ସୁନା,ରୂପା ଏବଂ ୨ଲକ୍ଷ ୫୦ ହଜାର ଟଙ୍କା ଲୁଟିନେଇଥିଲେ।

ଏନେଇ ସ୍ବତନ୍ତ୍ର ପିପି ସୁରେନ୍ଦ୍ର କୁମାର ଚାନ୍ଦିଲି ଥାନାରେ ଏତଲା ଦେଇଥିଲେ।

ଏତଲା ପରେ ଚାନ୍ଦିଲି ପୁଲିସ ସାଇଣ୍ଟିଫିକ ଟିମ ସହାୟତାରେ ଏହି ଘଟଣାର ତଦନ୍ତ କରିଥିଲେ।

ସ୍ଥାନୀୟ ଲୋକଙ୍କୁ ପଚରା ଉଚରା ସମୟରେ ଚାନ୍ଦିଲି ପୁଲିସ ଅଭିଯୁକ୍ତଙ୍କ ସଂପର୍କରେ ତଥ୍ୟ ପାଇଥିଲେ।

ସୂଚନା ପ୍ରଦାନକାରୀଙ୍କ ତଥ୍ୟ ଅନୁଯାୟି ପୁଲିସ ଅଭିଯୁକ୍ତ ଜଗନ୍ନାଥକୁ କାବୁ କରିଥିଲା ଏବଂ ଚୋରୀ ସଂପର୍କରେ ଅଧିକା ତଥ୍ୟ ପାଇ ହେମନ୍ତକୁ ମଧ୍ୟ ଧରିଥିଲା।

ଏହି ଘଟଣାରେ ଲିପ୍ତ ଅନ୍ୟ ଅଭିଯୁକ୍ତ ମାନଙ୍କୁ ପୁଲିସ ଖୁବ ଶୀଘ୍ର ଧରିବା ସହ ଅନ୍ୟ ଚୋରୀ ସାମଗ୍ରୀକୁ ଉଦ୍ଧାର କରିବ ବୋଲି ରାୟଗଡା ଏସଡିପିଓ ଗୌରହରୀ ସାହୁ ସୂଚନା ଦେଇଛନ୍ତି।

ଅଭିଯୁକ୍ତମାନଙ୍କୁ କୋର୍ଟକୁ ଚାଲାଣ କରାଯାଇ ହାଜତକୁ ପଠାଯାଇଥିବା ପୁଲିସ ସୂଚନା ଦେଇଛି।

ପୁଲିସ ସୂଚନା ପ୍ରଦାନ କରିବା ସମୟରେ ଏସଡିପିଓ ଶ୍ରୀ ସାହୁ, ଚାନ୍ଦଲି ଆଇ ଆଇ ସି ଉତ୍ତମ କୁମାର ସାହୁ ଓ ଅନ୍ୟାନ୍ୟ ପୁଲିସ ଅଧିକାରୀ ଉପସ୍ଥିତ ରହିଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।