Rayagada: ଲାଞ୍ଜିଆ ସୌରା ବାସସ୍ଥାନ ଅଞ୍ଚଳରେ ଭୁସ୍ଖଳନ
ରାୟଗଡା(ଶିବ ପ୍ରସାଦ ଦୋରା): ଆଜି ସକାଳେ ବାତ୍ୟା ' ଅର୍ଣ୍ଣବ ' ପ୍ରଭାବରେ ଗୁଣପୁର ବ୍ଲକ ସଗଡା ପଞ୍ଚାୟତ ତାଲବେଲ ଗ୍ରାମ ନିକଟରେ ଭୁସ୍ଖଳନ ହୋଇଥିବା ସୂଚନା ମିଳିଛି ।
ସୂଚନାରୁ ଜଣାପଡିଛି ତାରବେଲ୍ ଗ୍ରାମରୁ ଗଜପତି ଜିଲ୍ଲା ସଂଯୋଗ ହୋଇଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ହୋଇଥିବା ରାସ୍ତା ଉପରେ ଏହି ଭୁସ୍ଖଳନ ହୋଇଛି ।
ଭୁସ୍ଖଳନ ଫଳରେ ଗୁଣପୁର ବ୍ଲକ ପୁଟାସିଂ ଓ ସଗଡା ଅଞ୍ଚଳପଟୁ ରାୟଗଡା ଓ ଗଜପତି ଜିଲ୍ଲା ମଧ୍ୟରେ ଯାତାୟତ ବାଧାପ୍ରାପ୍ତ ହୋଇଛି ।
ଗୁଣପୁର ବ୍ଲକ ସଗଡା ପଞ୍ଚାୟତର ତାରବେଲ ଗ୍ରାମ ପାଖାପାଖି ୩୦/୩୫ କିମି ଦୂର ହୋଇଥିବାରୁ ଘଟଣାସ୍ଥଳକୁ ଉଦ୍ଧାରକାରୀ ଟିମ ପହଁଚିପାରିନାହିଁ ।
Advertisment ଆହୁରି ପଢନ୍ତୁ: JD Vance: ଶାନ୍ତି ଆଲୋଚନା କରିବାକୁ ଇରାନ ସୁରକ୍ଷା ମୁଖ୍ୟଙ୍କୁ ଚିଠି ଲେଖିଲେ ଭାନ୍ସ ଏହା ପାହାଡିଆ ଅଞ୍ଚଳ ହୋଇଥିବାରୁ ଘଟଣାସ୍ଥଳକୁ ପହଁଚିବାରେ ବିଳମ୍ବିତ ହେଉଥିବା ସୂଚନାରୁ ଜଣାପଡିଛି ।
ଏହି ଅଞ୍ଚଳ ଗଜପତି ଜିଲ୍ଲା ସୀମାବର୍ତ୍ତି ଅଞ୍ଚଳରେ ରହିଥିବାରୁ ପ୍ରବଳ ବର୍ଷା ପ୍ରଭାବରେ ପାହାଡରୁ ଭୁସ୍ଖଳନ ହୋଇ ଉଭୟ ଜିଲ୍ଲା ସୀମାନ୍ତ ସଂଯୋଗ ହେଉଥିବା ରାସ୍ତା ଅବରୋଧ ହୋଇଛି ।
ଆଜି ସକାଳ ପାଖାପାଖି ୯/୧୦ଟା ମଧ୍ୟରେ ଏହି ଭୁସ୍ଖଳନ ହୋଇଥିବା ଜଣାପଡିଛି ।
ଘଟଣା ସମ୍ପର୍କରେ ପ୍ରଶାସନ ସୂଚନା ପହଁଚିବା ପରେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣି ଗୁଣପୁର ବ୍ଲକ, ତହସିଲ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଘଟଣାସ୍ଥଳରେ ପହଁଚି ଉଦ୍ଧାର କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି ।
ଏହି ଅଞ୍ଚଳ ଆଦିମ ଜନଜାତି ଲାଞ୍ଜିଆ ସୌରIଙ୍କ ଆବାସସ୍ଥଳ ବୋଲି ଜଣାପଡିଛି I
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।