RBI Proposes New Loan Rules: ଆରବିଆଇ'ର ନୂଆ ଋଣ ନିୟମ! ବଦଳିପାରେ ଆପଣଙ୍କ EMI ହିସାବ
ଫ୍ଲୋଟିଂ ରେଟ୍ରେ ଋଣ ନେଇଥିବା ଲୋକଙ୍କ ପାଇଁ ଆଶ୍ୱସ୍ତିକର ଖବର। ଋଣର ସୁଧହାର କିପରି ବଦଳିବ ଏବଂ ବେଞ୍ଚମାର୍କ ପରିବର୍ତ୍ତନ ହେଲେ EMI କିମ୍ବା ଋଣ ପରିଶୋଧ ସମୟ ଉପରେ କିପରି ପ୍ରଭାବ ପଡ଼ିବ, ସେନେଇ RBI ଏକ ନୂଆ ନିୟମର ଡ୍ରାଫ୍ଟ ପ୍ରସ୍ତାବ ଦେଇଛି।
RBIର ପ୍ରସ୍ତାବିତ “ଋଣ ଓ ଅଗ୍ରିମ ଉପରେ ସୁଧହାର ନିର୍ଦ୍ଦେଶାବଳୀ, ୨୦୨୬” ଅନୁସାରେ, ନୂଆ ବ୍ୟବସ୍ଥା ଲାଗୁ ହେଲେ ଋଣ ଚୁକ୍ତିରେ ବେଞ୍ଚମାର୍କ, ସୁଧହାର କେତେ ସମୟରେ ବଦଳିବ ଏବଂ ରିସେଟ୍ ତାରିଖ ସ୍ପଷ୍ଟ ଭାବେ ଲେଖିବାକୁ ପଡ଼ିବ। ଅଧିକାଂଶ ଫ୍ଲୋଟିଂ ରେଟ୍ ଲୋନ୍ରେ ବେଞ୍ଚମାର୍କ ସର୍ବାଧିକ ୩ ମାସରେ ଥରେ ରିସେଟ୍ ହୋଇପାରିବ।
ପୁରୁଣା ଋଣକୁ ନୂଆ ବ୍ୟବସ୍ଥାକୁ ଆଣିବା ପାଇଁ ୨୦୨୯ ଏପ୍ରିଲ ୧ ସୁଦ୍ଧା ଗୋଟିଏ ଥର ପ୍ରକ୍ରିୟା ହେବ ଏବଂ ଏଥିପାଇଁ ଋଣଗ୍ରହୀତାଙ୍କ ସମ୍ମତି ଆବଶ୍ୟକ ହୋଇପାରେ। ଏହି ସମୟରେ ନୂଆ ସୁଧହାର ପୂର୍ବ ହାରଠାରୁ ଅଧିକ ରଖାଯାଇପାରିବ ନାହିଁ ବୋଲି ପ୍ରସ୍ତାବ ରହିଛି।
ଏହାସହ ବ୍ୟାଙ୍କଗୁଡ଼ିକ ଋଣ ଉପରେ ନେଉଥିବା ସ୍ପ୍ରେଡ୍କୁ ମନଇଚ୍ଛା ବଦଳାଇପାରିବେ ନାହିଁ। ଋଣଗ୍ରହୀତାଙ୍କ କ୍ରେଡିଟ୍ ପ୍ରୋଫାଇଲ ବଦଳିଲେ ହିଁ କ୍ରେଡିଟ୍ ରିସ୍କ ପ୍ରିମିୟମ୍ରେ ପରିବର୍ତ୍ତନ କରାଯାଇପାରିବ। ଅନ୍ୟାନ୍ୟ ସ୍ପ୍ରେଡ୍ ଉପାଦାନ ସାଧାରଣତଃ ୩ ବର୍ଷ ପୂର୍ବରୁ ବଦଳାଯାଇପାରିବ ନାହିଁ।
ନୂଆ ଫ୍ଲୋଟିଂ ରେଟ୍ ବ୍ୟକ୍ତିଗତ ଋଣ ଏବଂ MSME ଋଣକୁ ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକ ବାହ୍ୟ ବେଞ୍ଚମାର୍କ ସହ ଲିଙ୍କ୍ କରିବାକୁ ପଡ଼ିପାରେ। ତେବେ ମନେ ରଖନ୍ତୁ, ଏହା ଏବେ ମଧ୍ୟ ଡ୍ରାଫ୍ଟ ପ୍ରସ୍ତାବ। ଚୂଡ଼ାନ୍ତ ନିୟମ ଆସିଲେ ହିଁ ଏହା ଲାଗୁ ହେବ ଏବଂ ପ୍ରସ୍ତାବିତ ଭାବେ ନୂଆ ନିୟମ ୨୦୨୭ ଏପ୍ରିଲ ୧ରୁ କାର୍ଯ୍ୟକାରୀ ହୋଇପାରେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।