Record: ଛତ୍ରପୁରର ଶୁଭସ୍ମିତାଙ୍କ ବିରଳ ସଫଳତା, ୧୧ ସପ୍ତାହରେ ୨ଟି ବହି ପ୍ରକାଶ କରି ହାସଲ କଲେ ୱାର୍ଲ୍ଡ ରେକର୍ଡ
ଛତ୍ରପୁର: ନିଜର ପ୍ରତିଭା, ଅଧ୍ୟବସାୟ ଓ ଦୃଢ଼ ଇଚ୍ଛାଶକ୍ତି ବଳରେ ସାହିତ୍ୟ ଓ ଚିତ୍ରକଳା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି ଗଞ୍ଜାମ ଜିଲ୍ଲା ଛତ୍ରପୁରର ଯୁବ ଲେଖିକା ତଥା ଚିତ୍ରଶିଳ୍ପୀ ଶୁଭସ୍ମିତା ପଣ୍ଡା।
ମାତ୍ର ୧୧ ସପ୍ତାହ ମଧ୍ୟରେ ଦୁଇଟି ଇଂରାଜୀ କାଳ୍ପନିକ ବହି ପ୍ରକାଶ କରିବାର ସଫଳତା ପାଇଁ ସେ 'ଏକ୍ସକ୍ଲୁସିଭ୍ ୱାର୍ଲ୍ଡ ରେକର୍ଡ'ରେ ସ୍ଥାନ ହାସଲ କରିଛନ୍ତି।
Advertisment ଶୁଭସ୍ମିତାଙ୍କ ପ୍ରଥମ ଦୁଇଟି ବହି ' କ୍ରୋନିକଲ୍ ଚାଇମ୍ସ ଏବଂ ଏମ୍ବ୍ରେସ୍ ଅଫ୍ ଥଟ୍' ଚେନ୍ନାଇସ୍ଥିତ 'ନୋସନ୍ ପ୍ରେସ୍' ମାଧ୍ୟମରେ ପ୍ରକାଶିତ ହୋଇଛି।
ଏହି ଦୁଇଟି ବହି ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରର ପାଠକଙ୍କ ନିକଟରେ ପହଞ୍ଚିପାରିଛି।
ଏହା ପରେ ସେ " ଗଡ୍ସ୍ ଅନ୍ସ୍ପୋକନ୍" ନାମକ ତୃତୀୟ ଇଂରାଜୀ ବହି ମଧ୍ୟ ପ୍ରକାଶ କରିଛନ୍ତି।
ସଫଳତାର ଯାତ୍ରାରେ ଏକ ନୂଆ ଅଧ୍ୟାୟ ଉଲ୍ଲେଖଯୋଗ୍ୟ, ମାତ୍ର ୧୧ ସପ୍ତାହ ମଧ୍ୟରେ ଦୁଇଟି ଇଂରାଜୀ କାଳ୍ପନିକ ବହି ପ୍ରକାଶ କରିବାର ସଫଳତା ପାଇଁ ଶୁଭସ୍ମିତା ଏହା ପୂର୍ବରୁ *'ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍–୨୦୨୫'ରୁ ସ୍ୱୀକୃତି ହାସଲ କରିଥିଲେ।
ଏଥିସହ *'ନ୍ୟାସନାଲ୍ ବୁକ୍ ଅଫ୍ ରେକର୍ଡସ୍–୨୦୨୬'**ରୁ ମଧ୍ୟ ସେ ସ୍ୱୀକୃତି ପାଇଛନ୍ତି।
ଏବେ 'ଏକ୍ସକ୍ଲୁସିଭ୍ ୱାର୍ଲ୍ଡ ରେକର୍ଡ'ରେ ସ୍ଥାନ ପାଇବା ତାଙ୍କ ସଫଳତାର ଯାତ୍ରାରେ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ିଛି।
ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି ସାହିତ୍ୟ କ୍ଷେତ୍ର ସହିତ ଚିତ୍ରକଳାରେ ମଧ୍ୟ ଶୁଭସ୍ମିତାଙ୍କର ଉଲ୍ଲେଖନୀୟ ସଫଳତା ରହିଛି।
ଚିତ୍ରକଳା ପାଇଁ ସେ ତିନୋଟି ଜାତୀୟସ୍ତରୀୟ ସ୍ୱର୍ଣ୍ଣପଦକ ସହ ଗୋଟିଏ ଅନ୍ତର୍ଜାତୀୟ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି।
ବର୍ତ୍ତମାନ ଶୁଭସ୍ମିତା ବ୍ରହ୍ମପୁରସ୍ଥିତ ପରଳା ମହାରାଜା ଇଞ୍ଜିନିୟରିଂ କଲେଜରେ ବିଦ୍ୟୁତ୍ ଯାନ୍ତ୍ରିକ ବିଭାଗର ଶେଷ ବର୍ଷର ଛାତ୍ରୀ ଭାବେ ଅଧ୍ୟୟନ କରୁଛନ୍ତି।
ପାଠପଢ଼ା ସହିତ ସାହିତ୍ୟ ଓ ଚିତ୍ରକଳା କ୍ଷେତ୍ରରେ ନିଜର ପ୍ରତିଭାକୁ ଆଗେଇ ନେଇ ଚାଲିଥିବା ଶୁଭସ୍ମିତାଙ୍କ ଏହି ସଫଳତା ତାଙ୍କ ପରିବାର ସମେତ ଛତ୍ରପୁର ଓ ସମଗ୍ର ଗଞ୍ଜାମ ଜିଲ୍ଲା ପାଇଁ ଗର୍ବର ବିଷୟ ହୋଇଛି।
Gajalaxmi Puja: ଢେଙ୍କାନାଳରେ ଆଜିଠୁ ଗଜଲକ୍ଷ୍ମୀ ପୂଜା ମହୋତ୍ସବ, ୪୧ ମଣ୍ଡପରେ ବିରାଜିବେ ମା', ସୁରକ୍ଷା ପାଇଁ ୨୪ ପ୍ଲାଟୁନ୍ ଫୋର୍ସ ମୁତୟନ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।