Red Alert for Five Odisha Districts: ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା, ୨୭ରୁ ୨୯ ଯାଏଁ ଓଡ଼ିଶାରେ ବର୍ଷା ଆଶଙ୍କା
ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା।
ଘନୀଭୂତ ହେବାରେ ଲାଗିଛି ବଙ୍ଗୋପସାଗରରେ ସୃଷ୍ଟ ଅବପାତ ।
ଦକ୍ଷିଣପୂର୍ବ ମୁହାଁ ହୋଇ ଘଣ୍ଟା ପ୍ରତି ୮ କିମି ବେଗରେ ଗତି କରୁଛି।
ବିଶାଖାପାଟଣା ଠାରୁ ୮୬୦ କିମି ଦୂରରେ ଅବସ୍ଥିତ ସମ୍ଭାବ୍ୟ ବାତ୍ୟା ଧୀରେ ଧୀରେ ଆଗକୁ ବଢୁଛି।
କାକିନାଡ଼ା ଠାରୁ ୯୫୦ କିମି, ମଚ୍ଛଲିପଟ୍ଟନମ ଠାରୁ ୧୦୬୦ କିମି, ବାପଟାଲା ଠାରୁ ୧୧୩୦ କିମି ଦୂରରେ ଅବସ୍ଥିତ ରହିଛି ସମ୍ଭାବ୍ୟ ବାତ୍ୟା ।
Advertisment ଏହା ଅଧିକ ଘନୀଭୂତ ହୋଇ ଆଜି ଗଭୀର ଅବପାତରେ ପରିଣତ ହେବ।
ଆସନ୍ତାକାଲି ସକାଳ ସୁଦ୍ଧା ବାତ୍ୟା, ୨୭ ତାରିଖ ସକାଳ ବେଳକୁ ଅତିଭୀଷଣ ବାତ୍ୟାର ରୂପ ନେବ।
ଆସନ୍ତା ୨୮ ତାରିଖ ପୂର୍ବାହ୍ନରେ ଆନ୍ଧ୍ର ଉପକୂଳରେ ସ୍ଥଳଭାଗ ଅତିକ୍ରମ କରିବ ବାତ୍ୟା।
ବିଶାଖାପାଟଣାମ ଓ ବାପଟଲା ମଧ୍ୟରେ ଆନ୍ଧ୍ର ଉପକୂଳ ଅତିକ୍ରମ କରିବାର ଆଶଙ୍କା ରହିଛି।
ସ୍ଥଳଭାଗ ଛୁଇଁବା ବେଳକୁ ପବନର ବେଗ ଘଣ୍ଟାପ୍ରତି ୧୧୫ରୁ ୧୨୫ କିଲୋମିଟର ରହିପାରେ।
ଝଟକା ପବନର ବେଗ ୧୪୦ କିଲୋମିଟର ଛୁଇଁପାରେ।
ପ୍ରଚଣ୍ଡ ପବନର ତାଣ୍ଡବ, ପ୍ରବଳ ବର୍ଷା ଓ ସମୁଦ୍ରର ଉଗ୍ର ରୂପକୁ ନେଇ ବଢ଼ିପାରେ ବିପଦ।
ଆନ୍ଧ୍ର ଉପକୂଳରେ ବାତ୍ୟା ସ୍ଥଳଭାଗ ଛୁଇଁବାର ଆଶଙ୍କା ଥିଲେ ମଧ୍ୟ ଓଡ଼ିଶା ଉପରେ ପଡ଼ିପାରେ ଏହାର ପ୍ରଭାବ।
ବିଶେଷକରି ଦକ୍ଷିଣ ଓଡ଼ିଶା ସମେତ ଉପକୂଳ ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ପ୍ରବଳ ବର୍ଷା ସହ ପବନ ହେବାର ସମ୍ଭାବନା ରହିଛି।
୨୭ରୁ ୨୯ ତାରିଖ ମଧ୍ୟରେ ବର୍ଷାର ପ୍ରଭାବ ଅଧିକ ରହିପାରେ।
୨୭ ତାରିଖରେ ୭ଟି ଜିଲ୍ଲାକୁ ଅରେଞ୍ଜ ଓ ୧୨ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛ।
ସେହିପରି ୨୮ ତାରିଖରେ ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିକୁ ରେଡ୍ ଆଲର୍ଟ ଜାରି ହୋଇଥିବା ବେଳେ, ୧୮ଟି ଜିଲ୍ଲାକୁ ଅରେଞ୍ଜ ଓ ୭ଟି ଜିଲ୍ଲାକୁ ୟେଲୋ ଆଲର୍ଟ ରହିଛି।
ଏହାସହ ୨୯ ତାରିଖରେ ୬ଟି ଜିଲ୍ଲାକୁ ଅରେଞ୍ଜ ଓ ୧୧ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଥିବା ସୂଚନା ମିଳିଛି।
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।