Red Fort Turns Tricolour as India Celebrates 80th Independence Day: ୮୦ତମ ସ୍ୱାଧୀନତା ଦିବସ; ଆକାଶରୁ ଫୁଲ ବର୍ଷା ସହ ଲାଲକିଲ୍ଲାରେ ଭବ୍ୟ ସମାରୋହ
ଆଜି ସ୍ବାଧୀନତା ଦିବସ। ସାରା ଦେଶ ପାଳୁଛି ୮୦ତମ ସ୍ବାଧୀନତା ଦିବସ। ତ୍ରିରଙ୍ଗାରେ ରଂଗେଇ ହୋଇଛି ପୂରା ଦେଶ। ଦିଲ୍ଲୀର ଐତିହାସିକ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ରମାଗତ ୧୩ ଥର ପାଇଁ ଦେଶବାସୀଙ୍କୁ ସମ୍ବୋଧିତ କରୁଛନ୍ତି । ଲାଲକିଲ୍ଲାରେ ପତାକା ଉତ୍ତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତ୍ରିରଙ୍ଗା ଉତ୍ତୋଳନ କରିବା ପରେ ୨୧ ତୋପ ସଲାମୀ ଦିଆଯାଇଛି। ଏଥର ସମାରୋହରେ ଆକାଶରୁ ହୋଇଛି ଫୁଲ ବର୍ଷା।
ବାୟୁସେନାର ଦୁଇଟି Mi-17 ହେଲିକପ୍ଟର ଲାଲକିଲ୍ଲା ଉପରୁ ଫୁଲ ବର୍ଷା କରିଛନ୍ତି । ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାରୁ ଦେଶକୁ ସମ୍ବୋଧିତ କରୁଛନ୍ତି। ପ୍ରଥମ ଥର ପାଇଁ ଲାଲକିଲ୍ଲାରେ ସ୍ୱାଧୀନତା ଦିବସ ସମାରୋହରେ ବନ୍ଦେ ମାତରମ୍ ଗାନ କରାଯାଇଛି। ସ୍ୱାଧୀନତା ଦିବସ ଅବସରରେ ଦିଲ୍ଲୀରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ହଜାର ହଜାର ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି ଲାଲକିଲ୍ଲା ଏବଂ ଏହାର ଆଖପାଖରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।
ଦିଲ୍ଲୀ ଲାଲକିଲ୍ଲା ଭିତରେ ଏବଂ ବାହାରେ ହଜାରେରୁ ଅଧିକ ସିସିଟିଭି କ୍ୟାମେରା ଲଗାଯାଇଛି। ଏହି କ୍ୟାମେରାଗୁଡ଼ିକୁ ତଦାରଖ କରିବା ପାଇଁ AI-ଭିତ୍ତିକ ବ୍ୟବସ୍ଥା ବ୍ୟବହାର କରାଯାଇଛି। ସନ୍ଦେହଜନକ କାର୍ଯ୍ୟକଳାପ, ଭିଡ଼ ସମ୍ବନ୍ଧୀୟ ସମସ୍ୟା ଏବଂ ସମ୍ଭାବ୍ୟ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଶୀଘ୍ର ଚିହ୍ନଟ କରିବାକୁ ଏହି ଏଆଇ ବ୍ୟବସ୍ଥା ବ୍ୟବହାର କରାଯାଇଛି।
ଲୋକଙ୍କ ଯାତାୟତ ଏବଂ ଗତିବିଧି ଉପରେ ମଧ୍ୟ ନଜର ରଖାଯାଇଛି । ପ୍ରବେଶ ସ୍ଥାନରେ ବହୁସ୍ତରୀୟ ସ୍କ୍ରିନିଂ କାର୍ଯ୍ୟକାରୀ କରାଯାଇଛି।ସ୍ୱାଧୀନତା ଦିବସ ଉତ୍ସବରେ ଯୋଗ ଦେଉଥିବା ଲୋକମାନେ ଯେପରି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିଲାଗି ମଧ୍ୟ ଟ୍ରାଫିକ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।...
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।