Relationships: କ୍ୟାରିଅର୍‌ ଓ ସମ୍ପର୍କରେ ସନ୍ତୁଳନ ଜରୁରି

Nov 06, 2026 - 06:24
Relationships: କ୍ୟାରିଅର୍‌ ଓ ସମ୍ପର୍କରେ ସନ୍ତୁଳନ ଜରୁରି

ସାଧାରଣତଃ ଲୋକଙ୍କ ମନରେ ଏପରି ଏକ ଧାରଣା ଥାଏ ଯେ ମହତ୍ତ୍ବାକାଂକ୍ଷୀ ବା କ୍ୟାରିଅର୍‌ ନେଇ ଅଧିକ ଗମ୍ଭୀର ଥିବା ବ୍ୟକ୍ତିମାନେ ପ୍ରେମ ସମ୍ପର୍କ ବା ବୈବାହିକ ଜୀବନକୁ ମଧୁର ରଖିବାରେ ସଫଳ ‌ହୋଇପାରନ୍ତି ନାହିଁ।

କିନ୍ତୁ ମନୋବିଜ୍ଞାନୀଙ୍କ ମତରେ ଏହି ଧାରଣା ସବୁବେଳେ ଠିକ୍‌ ନୁହେଁ।

ଜୀବନରେ ସଫଳତା ହାସଲ କରିବା, କ୍ୟାରିଅର୍‌ ଗଢ଼ିବା ଓ ଆର୍ଥିକ ସ୍ବାଧୀନତା ପାଇବା ନିହାତି ଜରୁରି।

ମାତ୍ର ଅସୁବିଧା ସେତେବେଳେ ଆସେ ଯେତେବେଳେ କାର୍ଯ୍ୟବ୍ୟସ୍ତତା ହେତୁ ସାଥୀଙ୍କ ସହିତ ଥିବା ଭାବପ୍ରବଣ ସମ୍ପର୍କ କୁ ଅଣଦେଖା କରାଯାଏ।

ଏଠାରେ ପ୍ରକୃତ କଥା ହେଲା, ପ୍ରେମ ଓ କ୍ୟାରିଅର୍ ଭିତରୁ ଗୋଟିଏକୁ ବାଛିବା ପରିବର୍ତ୍ତେ ଉଭୟ ମଧ୍ୟରେ ଭାରସାମ୍ୟ ବଜାୟ ରଖିବା ଜରୁରି।

ସେଥିଲାଗି ନିମ୍ନୋକ୍ତ କିଛି କଥା ଉପରେ ଧ୍ୟାନ ଦେବା ଦରକାର।

Advertisment VAML Coal Mines: ଭିଏଏମ୍ଏଲ୍ କୋଇଲା ଖଣି ସୁରଭି ୨୦୨୬କୁ ସମର୍ଥନ  ସମୟ ଦେବା: ବ୍ୟସ୍ତବହୁଳ ଜୀବନ ଯୋଗୁଁ ସ୍ବାମୀ-ସ୍ତ୍ରୀ ପରସ୍ପରଙ୍କୁ ସମୟ ଦେଇପାରନ୍ତି ନାହିଁ।

ଏପରି ସ୍ଥିତିରେ ବଡ଼ ବଡ଼ ସରପ୍ରାଇଜ୍ ଅପେକ୍ଷା ଛୋଟ ଛୋଟ ସକାରାତ୍ମକ ଅଭ୍ୟାସ ସମ୍ପର୍କକୁ ମଜଭୁତ କରିଥାଏ।

ଏକାଠି ଖାଇବା, ଦିନସାରାର ବିବରଣୀ ପରସ୍ପର ସହ ବାଣ୍ଟିବା ଉଚିତ।  ଭଲ ଯୋଗାଯୋଗ: ଯେକୌଣସି ସମ୍ପର୍କକୁ ମଜଭୁତ ରଖିବା ପାଇଁ ପରସ୍ପର ସହିତ ଖୋଲାଖୋଲି କଥାବାର୍ତ୍ତା ହେବା ନିତାନ୍ତ ଆବଶ୍ୟକ।

ଭବିଷ୍ୟତର ଯୋଜନା, କାମର ଚାପ ଓ ଲକ୍ଷ୍ୟ ବିଷୟରେ ଆଲୋଚନା କରିବା ଦ୍ୱାରା ଭୁଲ୍ ବୁଝାମଣା ଏଡ଼ାଯାଇପାରିବ।

Achievements: ରୋଟାରି କ୍ଲବ୍‌ ଭୁବନେଶ୍ବରକୁ ପ୍ଲାଟିନମ୍‌ କ୍ଲବ୍‌ ପୁରସ୍କାର  ପାରସ୍ପରିକ ସହଯୋଗ: ସଫଳତା ପଛରେ ଥିବା ସହଯୋଗୀ/ ସାଥୀଙ୍କ ତ୍ୟାଗ, ଧୈର୍ଯ୍ୟ ଓ ଆବେଗିକ ସମର୍ଥନକୁ ସର୍ବଦା ସମ୍ମାନ ଦେବା ଉଚିତ। ‌ ସନ୍ତୁଳନ ରଖିବା: ସନ୍ତୁଳନର ଅର୍ଥ ଏହା ନୁହେଁ ଯେ ପ୍ରତିଦିନ ପରସ୍ପରକୁ ସମାନ ସମୟ ଦେବାକୁ ପଡ଼ିବ।

ବେଳେବେଳେ କାମର ପ୍ରାଥମିକତା ଅଧିକ ରହିପାରେ, କିନ୍ତୁ ଏହାକୁ ନିତିଦିନିଆ ବାହାନାରେ ପରିଣତ କରିବା ଉଚିତ ନୁହେଁ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।