Rescue Heroes Risk Lives to Save Flood-Stranded People: ବିପଦର ବନ୍ଧୁ ସାଜିଲେ ଯବାନ, କାନ୍ଧରେ ବୋହିଲେ ଗର୍ଭବତୀଙ୍କୁ

Oct 30, 2026 - 17:07
Rescue Heroes Risk Lives to Save Flood-Stranded People: ବିପଦର ବନ୍ଧୁ ସାଜିଲେ ଯବାନ, କାନ୍ଧରେ ବୋହିଲେ ଗର୍ଭବତୀଙ୍କୁ

ବନ୍ୟାର କରାଳ ରୂପ ଭିତରେ ମାନବିକତାର ଅନନ୍ୟ ଚିତ୍ର।

ଚାରିଆଡ଼େ ବନ୍ୟାଜଳ, ଯାତାୟତ ଠପ୍।

ଘରୁ ବାହାରିବା ବି ମୁସ୍କିଲ।

ଏଭଳି ବିପଦ ସମୟରେ ବିପନ୍ନଙ୍କ ପାଇଁ ଦେବଦୂତ ସାଜିଛନ୍ତି ODRAF ଓ NDRF ଯବାନ।

ନିଜ ଜୀବନକୁ ବାଜି ଲଗାଇ ଜଳବନ୍ଦୀ ଲୋକଙ୍କୁ ଉଦ୍ଧାର କରିବା ସହ ଆବଶ୍ୟକ ସହାୟତା ପହଞ୍ଚାଉଛନ୍ତି ଉଦ୍ଧାରକାରୀ ଦଳ।

Advertisment ବ୍ରହ୍ମପୁରର ବିଜୟ ବିହାରରୁ ସାମ୍ନାକୁ ଆସିଛି ଏଭଳି ଏକ ହୃଦୟସ୍ପର୍ଶୀ ଦୃଶ୍ୟ।

ବନ୍ୟା ଓ ଜଳବନ୍ଦୀ ଯୋଗୁଁ ଅଞ୍ଚଳରେ ଯାତାୟତ ପୂରା ଠପ୍ ହୋଇଯାଇଛି।

ଏହି ସମୟରେ ଜଣେ ଗର୍ଭବତୀ ମହିଳା ଯନ୍ତ୍ରଣାରେ ଛଟପଟ ହେଉଥିଲେ।

ତାଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ଏକ ବଡ଼ ଆହ୍ୱାନ ଥିଲା।

ଏଭଳି ସଙ୍କଟ ସମୟରେ ଆଗକୁ ଆସିଥିଲେ ODRAF ଯବାନ।

ରାସ୍ତାରେ ପାଣି ଚାଲୁଥିବା ସତ୍ତ୍ୱେ ଜଣେ ଯବାନ ନିଜ କାନ୍ଧରେ ମହିଳାଙ୍କୁ ପ୍ରାୟ ୧.୨ କିଲୋମିଟର ବୋହି ନେଇ ସୁରକ୍ଷିତ ସ୍ଥାନରେ ପହଞ୍ଚାଇଥିଲେ।

ଯବାନଙ୍କ ଏହି ମାନବିକତା ଓ ସାହସିକତାକୁ ସବୁଆଡ଼େ ପ୍ରଶଂସା କରାଯାଉଛି।

ସେହିପରି ଗଞ୍ଜାମ ଜିଲ୍ଲାର ଆସିକା ବ୍ଲକରେ NDRF ଯବାନଙ୍କ ଉଦ୍ଧାର ଓ ରିଲିଫ୍ ଅଭିଯାନ ଜାରି ରହିଛି।

ବନ୍ୟା ପ୍ରଭାବିତ ଅଞ୍ଚଳରେ ଫସିଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବାରେ ଲାଗିପଡ଼ିଛନ୍ତି ଯବାନ।

ଅନ୍ୟପଟେ ପୁରୁଷୋତ୍ତମପୁର ବ୍ଲକର ଅନ୍ତିରୀଗାଁରେ ମଧ୍ୟ ODRAF ଯବାନଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ବୋଟ୍ ସାହାଯ୍ୟରେ ବନ୍ୟାଜଳରେ ଫସିଥିବା ଲୋକଙ୍କୁ ଉଚ୍ଚ ସ୍ଥାନକୁ ନିଆଯାଉଛି।

ଏଥିସହ ବିପନ୍ନଙ୍କ ନିକଟରେ ଖାଦ୍ୟ ଓ ପାନୀୟ ଜଳ ମଧ୍ୟ ପହଞ୍ଚାଯାଉଛି।

Advertisment ପ୍ରକୃତିର ପ୍ରକୋପ ଆଗରେ ଅସହାୟ ଲୋକଙ୍କ ପାଇଁ ଏବେ ଭରସା ପାଲଟିଛନ୍ତି ଏହି ଉଦ୍ଧାରକାରୀ ଯବାନ।

ବିପଦ ସମୟରେ ସେମାନଙ୍କ ନିଷ୍ଠା, ସାହସ ଓ ସେବା ମନୋଭାବ ମାନବିକତାର ଏକ ବଡ଼ ଉଦାହରଣ ସୃଷ୍ଟି କରିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।