Rescued Orangutan Babies ନନ୍ଦନକାନନରେ ୫ ଓରାଂଓଟାନଙ୍କ ସ୍ୱାସ୍ଥ୍ୟ ସ୍ଥିର
"ଭୁବନେଶ୍ବର: ବାଲେଶ୍ବରରୁ ଉଦ୍ଧାର ହୋଇଥିବା ୫ ଓରାଂଓଟାନ୍ ଶିଶୁ ସମ୍ପ୍ରତି ନନ୍ଦନକାନନରେ ପ୍ରାଣୀଚିକିତ୍ସକ ଓ ବିଶେଷଜ୍ଞଙ୍କ ତତ୍ତ୍ବାବଧାନରେ ଅଛନ୍ତି।
ତେବେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ସୃଷ୍ଟି ହୋଇଥିବା କଳ୍ପନାଜଳ୍ପନାର ଅନ୍ତଘଟାଇ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ବାଭାବିକ ଅଛି ବୋଲି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପକ୍ଷରୁ ସୂଚନା ଦିଆଯାଇଛି।
Advertisment Orangutan: ଓରାଂଉଟାନ୍ ଉଦ୍ଧାର ଘଟଣା: ଲମ୍ବୁଛି ସନ୍ଦିଗ୍ଧଙ୍କ ତାଲିକା, ହୋଟେଲ୍ ମାଲିକଙ୍କ ପତ୍ନୀ, ଝିଅଙ୍କୁ ୫ ଘଣ୍ଟା ଜେରା ନନ୍ଦନକାନନ ଉପନିର୍ଦ୍ଦେଶକ ପ୍ରଦିପ ମିରାସେ ଦେବିଦାସ ସ୍ୱାସ୍ଥ୍ୟ କେନ୍ଦ୍ରର ମଧ୍ୟହ୍ନାନର ପ୍ରକାଶିତ ଡାକ୍ତରି ରିପୋଟ ଜାରିକରି ସୂଚନା ଦେଇଛନ୍ତି ।
ସୂଚନାନୁସାରେ, ନନ୍ଦନକାନନ ପ୍ରାଣୀ ଉଦ୍ୟାନର ପ୍ରାଣୀ ଚିକିତ୍ସାକେନ୍ଦ୍ର ପରିସରର ଶିଶୁ ପ୍ରାଣୀ ସେବା ଯତ୍ନ ସଙ୍ଗରୋଧ କକ୍ଷରେ ଥିବା ସମସ୍ତ ୫ ଶିଶୁ ଓରାଂଓଟାନଙ୍କ ଅବସ୍ଥା ସ୍ୱାଭାବିକ ରହିଛି।
ତିନିଟି ଅଣ୍ଡିରା ଓରାଂଓଟାନ୍ଙ୍କ ମଧ୍ୟରୁ ଗୋଟିଏ ଅଣ୍ଡିରା ଶିଶୁର ଶରୀର ଓଜନ ୪.୯୯୦ କେଜି ଓଜନ ଥିବା ବେଳେ ଥର୍ମାଲ କ୍ୟାମେରାରେ ନିଆଯାଇ ଥିବା ଶରୀର ତାପମାତ୍ରା ୯୮.୩ ଡିଗ୍ରୀ ଏଫ୍ ରହିଛି।
ଦ୍ଵିତୀୟ ଅଣ୍ଡିରାଟିର ଶରୀର ଓଜନ ୩.୪୭୦ କେଜି ଓଜନ ଓ ତାପମାତ୍ରା ୯୯ ଡିଗ୍ରୀ ଏଫ୍, ତୃତୀୟ ଶରୀର ଓଜନ ୨.୮୫୦ କେଜି ଓ ଶରୀର ତାପମାତ୍ରା ୯୮.୨ ଡିଗ୍ରୀ ଏଫ୍ ରହିଛି ।
ସେହିଭଳି ୨ଟି ମାଈଙ୍କ ମଧ୍ୟରୁ ପ୍ରଥମଟିର ଶରୀରର ଓଜନ ୪.୧୩ କେଜି ଓ ତାପମାତ୍ରା ୯୮.୮ ଡିଗ୍ରୀ ଏଫ୍ ଏବଂ ଦ୍ୱିତୀୟ ମାଈର ଶରୀରର ଓଜନ ୨.୦୮୦ କେଜି ଓ ଶରୀର ଉତାପ ୯୮.୪ ଡିଗ୍ରୀ ଏଫ୍ ଥିବା ନେଇ ସୂଚ଼ନା ଦିଆଯାଇଛି ।
Orangutan rescue incident: ଓରାଂଉଟାନ୍ ଉଦ୍ଧାର ଘଟଣା: ହୋଟେଲ୍ରେ ଲୁଚିଛି ରହସ୍ୟ!
ସମସ୍ତ ୫ ଶିଶୁ ଓରାଂଓଟାନ ଶାନ୍ତିପୂର୍ଣ୍ଣ ଭାବେ ବିଶ୍ରାମ ନେଉଥିବା ଗଣମାଧ୍ୟମକୁ ସୂଚନା ଦିଆଯାଇଛି ।
ଚିଡ଼ିଆଖାନାର ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ପୁରୁଷ ୧ ଏବଂ ପୁରୁଷ ୨ ର ମଳ ନମୂନା ପରୀକ୍ଷା କରାଯାଇଛି।
ବାଲାଣ୍ଟିଡିୟମ୍ କୋଲାଇର ମାତ୍ରା ଗତ କାଲି ତୁଳନାରେ ଥେଷ୍ଟ ହ୍ରାସ ପାଇ ଥିବାର ମନ୍ତବ୍ୟ ଦେଇଛନ୍ତି ଉପନିର୍ଦ୍ଦେଶକ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।