Researchers Develop Lead-Free Light ସୀସାମୁକ୍ତ ପଦାର୍ଥ ବିକଶିତକଲେ ଏନ୍‌ଆଇଟି, ଆଇଆଇଟି ଓ ନାଇଜର ଗବେଷକ

Oct 28, 2026 - 22:44
Researchers Develop Lead-Free Light ସୀସାମୁକ୍ତ ପଦାର୍ଥ ବିକଶିତକଲେ ଏନ୍‌ଆଇଟି, ଆଇଆଇଟି ଓ ନାଇଜର ଗବେଷକ

ରାଉରକେଲା: ଗବେଷଣା କ୍ଷେତ୍ରରେ ପୁଣି ଏକ ନୂଆ ସଫଳତା ହାସଲ କରିଛି ରାଉରକେଲାସ୍ଥ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଏନ୍‌ଆଇଟି)।

ଏନ୍‌ଆଇଟି ସମେତ ଆଇଆଇଟି ଗୌହାଟୀ, ଆଇଆଇଟି ବମ୍ବେ ଓ ନାଇଜର୍‌ (ଭୁବନେଶ୍ୱର)ର ଗବେଷକମାନେ ମିଳିତ ଭାବେ ଏକ ନୂତନ ସୀସାମୁକ୍ତ ଆଲୋକ ପ୍ରଦାନକାରୀ ପଦାର୍ଥ ବିକଶିତ କରିଛନ୍ତି।

ଏହି ଗବେଷଣାର ନିଷ୍କର୍ସ ପ୍ରତିଷ୍ଠିତ 'ଜର୍ଣ୍ଣାଲ ଅଫ୍ ମ୍ୟାଟେରିଆଲ୍ସ କେମିଷ୍ଟ୍ରି ସି' ରେ ପ୍ରକାଶିତ ହୋଇଛି।

Advertisment NIT Rourkela: ଏନ୍‌ଆଇଟି ରାଉରକେଲାକୁ ଝଟକା: ୧,୮୭୨ ଗଛ କାଟିବା ମାମଲାରେ ପିଟିସନ୍ ଖାରଜ କଲେ କୋର୍ଟ ଏହାକୁ ଏନ୍‌ଆଇଟି ରାଉରକେଲା ରସାୟନ ବିଜ୍ଞାନ ବିଭାଗର ଆସୋସିଏଟ୍‌ ପ୍ରଫେସର ସରୋଜ ଏଲ୍.

ସାମଲ ଓ ତାଙ୍କ ଗବେଷକ ଛାତ୍ର ସୁଭାଶିଷ ସାହୁ, ଆଇଆଇଟି ଗୌହାଟୀର ପ୍ରଫେସର ପରମେଶ୍ୱର କେ.

ଆୟାର ଓ ଚକାଲି ଶ୍ରୀନିବାସ, ଆଇଆଇଟି ବମ୍ବେର ରଜନୀକାନ୍ତ ରଣା ଏବଂ ନାଇଜର୍‌ର ପ୍ରଫେସର ହିମାଂଶୁ ଏସ୍.

ବିଶ୍ୱାଳ ଓ ଲକ୍ଷ୍ମୀପ୍ରିୟା ଦାଶ ମିଳିତ ଭାବେ ରଚନା କରିଛନ୍ତି।

ସାଧାରଣତଃ ଆଲୋକ ପ୍ରସ୍ତୁତ କରୁଥିବା ପଦାର୍ଥଗୁଡ଼ିକରେ ସୀସା ବ୍ୟବହାର କରାଯାଇଥାଏ, ଯାହା ମଣିଷ ଶରୀର ଓ ପରିବେଶ ପାଇଁ ଅତ୍ୟନ୍ତ କ୍ଷତିକାରକ।

ଏହାର ଏକ ସୁରକ୍ଷିତ ବିକଳ୍ପ ଭାବେ ବୈଜ୍ଞାନିକମାନେ ବିସମୁଥ୍‌ ଆଧାରିତ ଯୌଗିକ ପଦାର୍ଥ ଉପରେ ଗବେଷଣା କରି ଏହି ସଫଳତା ହାସଲ କରିଛନ୍ତି।

Nobel for 3 scientists: 'ଅପ୍ଟୋଜେନେଟିକ୍ସ' ଗବେଷଣା ପାଇଁ...

୩ ବୈଜ୍ଞାନିକଙ୍କୁ ନୋବେଲ ଏହି ପଦାର୍ଥଟି ଶସ୍ତା ଓ ପରିବେଶ ଅନୁକୂଳ ଉପାଦାନରେ ପ୍ରସ୍ତୁତ ହୋଇଛି।

ଏହି ବିସମୁଥ୍‌ ଆଧାରିତ ପଦାର୍ଥଟି ଉତ୍ତାପ ଓ ଆଦ୍ରତା ପ୍ରତି ସ୍ୱତନ୍ତ୍ର ପ୍ରତିକ୍ରିୟା ପ୍ରଦର୍ଶନ କରିଥାଏ, ଯାହା ଅଲଟ୍ରାଭାଓଲେଟ୍ (ୟୁଭି) ରଶ୍ମି ସଂସ୍ପର୍ଶରେ ଆସିଲେ ଭିନ୍ନ ଭିନ୍ନ ରଙ୍ଗର ଆଲୋକ ନିର୍ଗମନ କରେ।

ଏହି ବିଶେଷ ଗୁଣ ଯୋଗୁ ଏହାକୁ ସାର୍ଟିଫିକେଟ୍, ସ୍ୱାକ୍ଷର ଓ ସୁରକ୍ଷା ଲେବଲ୍‌ ଭଳି ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜକୁ ଜାଲିଆତିରୁ ରକ୍ଷା କରିବା ପାଇଁ ଆଣ୍ଟି-କାଉଣ୍ଟର୍‌ଫିଟିଂ ଇଙ୍କ୍ ଭାବେ ବ୍ୟବହାର କରାଯାଇପାରିବ।

ଏତଦ୍‌ବ୍ୟତୀତ ଖାଦ୍ୟ ପ୍ୟାକେଜିଂ ଓ ସଂରକ୍ଷଣ ଗୃହରେ ଆଦ୍ରତା ମାପିବା ପାଇଁ ହ୍ୟୁମିଡିଟି ସେନ୍ସର ଭାବେ ମଧ୍ୟ ବ୍ୟବହୃତ ହୋଇପାରିବ।

ଗବେଷଣାକାରୀ ଦଳ ସୀସାମୁକ୍ତ ଏଲ୍‌ଇଡି ମଧ୍ୟ ପ୍ରସ୍ତୁତ କରିଛନ୍ତି, ଯାହା ସ୍ଥିର ଧଳା ଓ ହଳଦିଆ ଆଲୋକ ପ୍ରଦାନ କରିବାରେ ସକ୍ଷମ।

ଆଗାମୀ ଦିନରେ ଏହି ପ୍ରଯୁକ୍ତିବିଦ୍ୟାକୁ ଅପ୍ଟିକାଲ୍ ସୁରକ୍ଷା ଓ ଶକ୍ତିକୁଶଳୀ ଆଲୋକ ବ୍ୟବସ୍ଥା କ୍ଷେତ୍ରରେ ବ୍ୟାପକ ଭାବେ ବ୍ୟବହାର କରିବା ପାଇଁ ବୈଜ୍ଞାନିକ ଦଳ ଲକ୍ଷ୍ୟ ରଖିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।