Returning home: ୨୮ ବର୍ଷ ଧରି ପାଦରେ ଚାଲିଚାଲି ଘରବାହୁଡ଼ା
"ଚାଲି ଚାଲି ଦୁନିଆ ବୁଲିବା କଥା ଅତି ଅଳ୍ପ ଲୋକଙ୍କ ମନକୁ ଆସୁଥିବ।
ସେଇ ଅଳ୍ପ ଲୋକଙ୍କ ଭିତରୁ ଜଣେ ହେଉଛନ୍ତି ଇଂଲଣ୍ଡ୍ର କାର୍ଲ ବୁସ୍ବି।
ସେ ଜଣେ ଆଡ୍ଭେଞ୍ଚରର୍ ଓ ପୂର୍ବତନ ସୈନିକ।
୨୮ ବର୍ଷ ଧରି ଚାଲି ଚାଲି ପୃଥିବୀ ବୁଲିସାରିବା ପରେ ୫୭ ବର୍ଷୀୟ ବୁସ୍ବି ପୁଣି ଆସି ଇଂଲଣ୍ଡ୍ରେ ପହଞ୍ଚିଛନ୍ତି।
ନିଜ ଦେଶରେ ପହଞ୍ଚି ସେ ଉତ୍ତର ଇଂଲଣ୍ଡ୍ର ହଲ୍ ସହରସ୍ଥିତ ତାଙ୍କ ମାଆଙ୍କ ଘରକୁ ଯାତ୍ରା ଆରମ୍ଭ କରିଛନ୍ତି।
୧୯୯୮ ମସିହାରେ ଚିଲିର ପୁଣ୍ଟ ଅରିନଜ୍ରୁ ବୁସ୍ବି ପଦଯାତ୍ରା ଆରମ୍ଭ କରିଥିଲେ।
ଏଥିପାଇଁ ସେ ଦୁଇଟି କଡ଼ା ନିୟମ ରଖିଥିଲେ।
ତାହା ହେଉଛି- ଯାନବାହନରେ ଯିବେନି ଏବଂ ଆଡ୍ଭେଞ୍ଚର୍ ନ ସରିବା ଯାଏଁ ଇଂଲଣ୍ଡ୍କୁ ଫେରିବେ ନାହିଁ।Advertisment Delhi Security: ଦିଲ୍ଲୀରେ ବ୍ୟାପକ ଅର୍ଦ୍ଧସାମରିକ ବାହିନୀ ଓ ପୁଲିସ ଫୋର୍ସ ମୁତୟନ ସୈନ୍ୟବାହିନୀରେ କାମ କଲାବେଳେ ବୁସ୍ବିଙ୍କ ମୁଣ୍ଡକୁ ପାଦରେ ପୃଥିବୀ ଭ୍ରମଣ କଥା ଆସିଥିଲା।
ସେ ସାଥୀ ସୈନିକମାନଙ୍କୁ ପଦଯାତ୍ରାର ନକ୍ସା କାଟି ଦେଖାଇଥିଲେ।
ମାତ୍ର ଏହା ଅସମ୍ଭବ ବୋଲି ସାଥୀମାନେ ମତ ଦେଇଥିଲେ।
ଏଥିରେ ନିରୁତ୍ସାହିତ ନହୋଇ ବୁସ୍ବି ଚାଲି ଚାଲି ପୃଥିବୀ ବୁଲିବେ ବୋଲି ନିଷ୍ପତ୍ତି କରିଥିଲେ।
ଏହାପରେ ବୁସ୍ବି ଚାଲି ଚାଲି ଦକ୍ଷିଣ ଓ କେନ୍ଦ୍ରୀୟ ଆମେରିକା, କାନାଡା, ସାଇବେରିଆ, ମଙ୍ଗୋଲିଆ, ଚୀନ୍, ତୁର୍କମେନିସ୍ତାନ୍, କାଜାଖ୍ସ୍ତାନ୍ ଓ ରୁଷ୍ ଅତିକ୍ରମ କଲେ।
୨୦୦୬ରେ ସେ ଆଡ୍ଭେଞ୍ଚରର୍ ଦିମିତ୍ରି କିଫର୍ଙ୍କ ସାଙ୍ଗରେ ମିଶି ବେରିଙ୍ଗ୍ ପ୍ରଣାଳୀ ପାରିହେଲେ।
ମଝିରେ ଭିସା କଟକଣା, ସାଇବେରିଆର ଅପ୍ରୀତିକର ପରିସ୍ଥିତି, ଅର୍ଥ ଅଭାବ ଓ କୋଭିଡ୍-୧୯ ମହାମାରୀ ଯୋଗୁଁ ତାଙ୍କ ଯାତ୍ରା ଧିମେଇ ଯାଇଥିଲା।
Literary Climate: ସାହିତ୍ୟିକ ପାଣିପାଗ; ଆମ ସାହିତ୍ୟ: ଆଉ ବାଜୁନି ଶିଙ୍ଗା ଅଳ୍ପ ଦିନ ତଳେ ସେ ଇଂଲିସ୍ ଚାନେଲ୍ ପହଁରି ଦକ୍ଷିଣ ଡୋଭର୍ରେ ଥିବା ସେକ୍ସ୍ପିୟର୍ ବିଚ୍ରେ ପହଞ୍ଚିଛନ୍ତି।
ସେଠାରୁ ତାଙ୍କ ବାପା ଓ ସାଙ୍ଗମାନେ ତାଙ୍କୁ ପାଛୋଟି ନେଇଛନ୍ତି।
ଏହା ଭିତରେ ବୁସ୍ବି ୫୦ ହଜାର କିଲୋମିଟର୍ରୁ ବେଶୀ ବାଟ ଚାଲିସାରିଲେଣି।
ଏଇ ନଭେମ୍ବର ମାସରେ ସେ ହଲ୍ ସହରରେ ପହଞ୍ଚି ତାଙ୍କ ମାଆଙ୍କ ଘରକୁ ଯିବେ।
ସିନେମା ନିର୍ମାତା ୱାର୍ନର୍ ହର୍ଜଗ୍ ବୁସ୍ବିଙ୍କ ଚାଲି ଉପରେ "ୱାକ୍ ଅଫ୍ ଲାଇଫ୍" ନାମକ ସିନେମା ନିର୍ମାଣ କରୁଛନ୍ତି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।