Review: ପ୍ରବଳ ବର୍ଷାରେ ପ୍ରଭାବିତ ଅଞ୍ଚଳ ବୁଲି ସ୍ଥିତି ସମୀକ୍ଷା କଲେ ନବରଙ୍ଗପୁର ଜିଲ୍ଲାପାଳ

Sep 26, 2026 - 13:41
Review: ପ୍ରବଳ ବର୍ଷାରେ ପ୍ରଭାବିତ ଅଞ୍ଚଳ ବୁଲି ସ୍ଥିତି ସମୀକ୍ଷା କଲେ ନବରଙ୍ଗପୁର ଜିଲ୍ଲାପାଳ

"ନବରଙ୍ଗପୁର: ପ୍ରବଳ ବର୍ଷା ଯୋଗୁଁ ପ୍ରଭାବିତ ଅଞ୍ଚଳଗୁଡ଼ିକର ସ୍ଥିତି ସମୀକ୍ଷା କରିବା ପାଇଁ ନବରଙ୍ଗପୁର ଜିଲ୍ଲାପାଳ ଡଃ ମହେଶ୍ୱର ସ୍ୱାଇଁ କୋଷାଗୁମୁଡା ବ୍ଲକର ବିଭିନ୍ନ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି।

ଏହି ଅବସରରେ ସେ ପ୍ରଭାବିତ ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରିବା ସହ ଜଳବନ୍ଦୀ ପରିସ୍ଥିତି, ଯୋଗାଯୋଗ ବ୍ୟବସ୍ଥା ଏବଂ ଲୋକଙ୍କ ସୁରକ୍ଷା ସମ୍ପର୍କରେ ସମୀକ୍ଷା କରିଥିଲେ।Advertisment ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ଏଥିସହ ଜଳବନ୍ଦୀ ଅଞ୍ଚଳରେ ଥିବା ଲୋକଙ୍କ ଉଦ୍ଧାର, ରିଲିଫ୍ ଯୋଗାଣ ଓ ଆବଶ୍ୟକ ସହାୟତା ପ୍ରଦାନ ନେଇ ଉପସ୍ଥିତ ଅଧିକାରୀମାନଙ୍କୁ ଜିଲ୍ଲାପାଳ ଆବଶ୍ୟକ ନିର୍ଦ୍ଦେଶ ଦେଇଛନ୍ତି।

ଜନସାଧାରଣଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ବର୍ଷାଜନିତ ପରିସ୍ଥିତି ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନିରନ୍ତର ନଜର ରଖାଯାଇଥିବା ଜଣାପଡ଼ିଛି।

Salandi Canal: ଅଧାପନ୍ତରିଆ ସାଳନ୍ଦୀ କେନାଲ କାମ ପାଇଁ ଜଳବନ୍ଦୀ ୧୫ ପରିବାର, ଘରେ ପଶିଲା ପାଣି "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।