Rijiju Challenges Rahul Gandhi: ଜିଉ-ଜିତ୍ସୁ ପରେ ନଦୀରେ ସୁଇମିଂ, ରାହୁଲଙ୍କୁ ରିଜିଜୁଙ୍କ ନୂଆ ଚ୍ୟାଲେଞ୍ଜ
ଜିଉ-ଜିତ୍ସୁ ପରେ ଏବେ ନଦୀରେ ସୁଇମିଂକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁଙ୍କ ମଧ୍ୟରେ ଚାଲିଛି ମଜାଦାର ଫିଟନେସ୍ ଚ୍ୟାଲେଞ୍ଜ। ରବିବାର ଅରୁଣାଚଳ ପ୍ରଦେଶର ଉଛୁଳା ନଈରେ ସୁଇମିଂ କରୁଥିବା ଭିଡିଓ ଶେୟାର କରି ରାହୁଲଙ୍କୁ ଚ୍ୟାଲେଞ୍ଜ ଦେଇଛନ୍ତି ରିଜିଜୁ।
ଭିଡିଓ ସହ ରିଜିଜୁ ଲେଖିଛନ୍ତି, “ମୁଁ ଏଠାକାର ଖେଳାଳି।” ରାହୁଲ ଗାନ୍ଧୀଙ୍କ ସହ ତୁଳନାକୁ ନେଇ ସେ କହିଛନ୍ତି, ଏଭଳି କାର୍ଯ୍ୟ ପାଇଁ ରାହୁଲଙ୍କୁ ହୁଏତ ଟ୍ରେନିଂ ନେବାକୁ ପଡ଼ିପାରେ, କିନ୍ତୁ ଅରୁଣାଚଳର ନଦୀରେ ଏଭଳି ସୁଇମିଂ ତାଙ୍କ ପାଇଁ ପିଲାଦିନରୁ ସାଧାରଣ କଥା।
Never go to deep water, if you do not know swimming. Many people have drowned in the river. The rivers in Arunachal Pradesh are huge and very deep. pic.twitter.com/ITrb8S3MzN
— Kiren Rijiju (@KirenRijiju) August 23, 2026
ତେବେ ରିଜିଜୁ ଲୋକଙ୍କୁ ସତର୍କ ମଧ୍ୟ କରିଛନ୍ତି। ସୁଇମିଂ ଜାଣିନଥିଲେ ଗଭୀର ପାଣିକୁ ନଯିବାକୁ ସେ ପରାମର୍ଶ ଦେଇଛନ୍ତି। ଅରୁଣାଚଳର ନଦୀଗୁଡ଼ିକ ଅତ୍ୟନ୍ତ ଗଭୀର ଓ ପ୍ରଖର ସ୍ରୋତ ଥିବାରୁ ସେଠାରେ ଅନେକ ଲୋକଙ୍କ ମୃତ୍ୟୁ ଘଟିଥିବା ମଧ୍ୟ ସେ କହିଛନ୍ତି।
ରିଜିଜୁ ଆହୁରି ବୁଝାଇଛନ୍ତି ଯେ, ଏଭଳି ପ୍ରଖର ସ୍ରୋତ ଥିବା ନଦୀରେ ସୁଇମିଂ କରିବା ପୁଲ୍ରେ ସୁଇମିଂ କରିବା ଭଳି ନୁହେଁ। ଏଠାରେ ମୁଣ୍ଡ ଉପରକୁ ଓ ଶରୀରକୁ ଅଧିକ ସିଧା ରଖିବା ଆବଶ୍ୟକ ବୋଲି ସେ କହିଛନ୍ତି।
ରାହୁଲ ଗାନ୍ଧୀ ଓ ରିଜିଜୁଙ୍କ ଏହି ଫିଟନେସ୍ ମଜାକିଆ ଚ୍ୟାଲେଞ୍ଜ ନୂଆ ନୁହେଁ। ପୂର୍ବରୁ ଉଭୟଙ୍କ ମଧ୍ୟରେ ଜିଉ-ଜିତ୍ସୁକୁ ନେଇ ଆଲୋଚନା ହୋଇଥିଲା। ରାହୁଲ ମଧ୍ୟ ରିଜିଜୁଙ୍କୁ ଏକାଠି ଜିଉ-ଜିତ୍ସୁ ଟ୍ରେନିଂ କରିବାକୁ କହିଥିଲେ। ଏବେ ଜିଉ-ଜିତ୍ସୁ ମ୍ୟାଟ୍ରୁ ଚ୍ୟାଲେଞ୍ଜ ପହଞ୍ଚିଛି ଅରୁଣାଚଳର ଉଛୁଳା ନଈ ପର୍ଯ୍ୟନ୍ତ। ରାଜନୀତି ଠାରୁ ଦୂରେ ଏହି ଫିଟନେସ୍ ମଜା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।