Rising Jhanjavati River Traps Two Youths: ନଦୀ ମଝିରେ ଫସିଥିବା ବନ୍ଧୁଙ୍କୁ ଉଦ୍ଧାର କଲେ ନାଗେଶ, ବଞ୍ଚିଗଲା ଦୁଇ ଜୀବନ

Sep 24, 2026 - 17:25
Rising Jhanjavati River Traps Two Youths: ନଦୀ ମଝିରେ ଫସିଥିବା ବନ୍ଧୁଙ୍କୁ ଉଦ୍ଧାର କଲେ ନାଗେଶ, ବଞ୍ଚିଗଲା ଦୁଇ ଜୀବନ

ଗଭୀର ଅବପାତ ପ୍ରଭାବରେ କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି। ଫଳରେ ବର୍ଷା ଯୋଗୁଁ ନାରାୟଣପାଟଣା ବ୍ଲକର ଝଞ୍ଜାବତୀ ନଦୀ ଫୁଲି ଉପର ମୁଣ୍ଡରେ ଜଳସ୍ତର ବଢିଛି। ନାରାୟଣପାଟଣା ବ୍ଲକ ସଦର ଚମ୍ଫିକୋଟା ସାହିର ଦୁଇ ଯୁବକ ମଝି ନଦୀରେ ଫସି ରହିଥିଲେ। ସାହସିକତାର ପରିଚୟ ଦେଲେ ବନ୍ଧୁ। ଜୀବନକୁ ବାଜି ଲଗେଇ ପ୍ରବଳ ନଦୀର ସ୍ରୋତରୁ ବନ୍ଧୁଙ୍କୁ କଲେ ଉଦ୍ଧାର।

ଲଗାଣ ବର୍ଷାରେ କଙ୍କଡା ଧରିବାକୁ ଯାଇ ଫସିଗଲେ ଦୁଇ ଯୁବକ ବିକାଶ ଟ୍ରେପେକା ଓ ରଘୁ ମୁଦାରିଆ। ବନ୍ଧୁ ନାଗେଶ ମାଉକା କଲେ ଉଦ୍ଧାର । ବର୍ତ୍ତମାନ ଦୁଇ ଯୁବକ ସୁସ୍ଥ ଓ ସୁରକ୍ଷିତ ଅଛନ୍ତି।

ସ୍ବାଭିମାନ ଅଞ୍ଚଳରେ ଭାଙ୍ଗିଲା ପୋଲ। ବିଚ୍ଛିନ୍ନ ହେଲା ଗୋଟିଏ ପଞ୍ଚାୟତ । ଗୋଟିଏ ପଞ୍ଚାୟତର ଏକାଧିକ ଗ୍ରାମ ବିଚ୍ଛିନ୍ନ । ଲଗାଣ ବର୍ଷାରେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଳକ୍ ରାଲେଗାଡ଼ା ପଞ୍ଚାୟତର ନୂଆଟେକ୍ପଦରରୁ ପୁରୁଣାଟେକ୍ ପଦରକୁ ଯାଇଥିବା ରାସ୍ତାରେ ଥିବା ବ୍ରିଜ୍ ଭାଙ୍ଗିଯିବା ସହ ପୋଲ ଉପରେ ପାଣି ପ୍ରବାହିତ ହେଉଛି। ଫଳରେ ଏହି ରାସ୍ତାରେ ଯାତାୟତ ସମ୍ପୂର୍ଣ୍ଣ ଭାବେ ବାଧାପ୍ରାପ୍ତ ହୋଇଛି। 

ଗୋଟିଏ ପଞ୍ଚାୟତ ଅଧୀନରେ ଥିବା କିଛି ଗ୍ରାମ ବର୍ତ୍ତମାନ ବାହ୍ୟ ଅଞ୍ଚଳରୁ ବିଚ୍ଛିନ୍ନ। ଲୋକଙ୍କ ଯାତାୟତ, ଜରୁରୀ ସେବା ଓ ଦୈନନ୍ଦିନ ଜୀବନ ପ୍ରଭାବିତ ହୋଇଛି। ପ୍ରଶାସନ ପକ୍ଷରୁ ଘଟଣାସ୍ଥଳରେ ତୁରନ୍ତ ପଦକ୍ଷେପ ନେଇ ଯୋଗାଯୋଗ ବ୍ୟବସ୍ଥା ସ୍ୱାଭାବିକ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।