Riyadh Airport Attack Reportedly Kills 12: ରିୟାଦ ବିମାନବନ୍ଦରରେ ଭୟଙ୍କର ଆକ୍ରମଣ, ୧୨ ମୃତ, ୩୦୦ରୁ ଅଧିକ ଆହତ
ସାଉଦି ଆରବର ରିୟାଦ୍ ବିମାନବନ୍ଦର ଉପରେ ପୁଣି ଆକ୍ରମଣ। ରାଜଧାନୀ ରିଆଦରେ ଥିବା କିଙ୍ଗ୍ ଖାଲିଦ୍ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ହମଲାରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ୩ଶହରୁ ଅଧିକ ଆହତ ହୋଇଥିବା ଖବର ମିଳିଛି। ଗତକାଲି ହୋଇଥିଲା ଏ ହମଲା। ଆକ୍ରମଣକୁ ସ୍ପଷ୍ଟ କରିଛି ରିୟାଦରେ ଥିବା ଆମେରିକା ରାଷ୍ଟ୍ରଦୂତଙ୍କ କାର୍ଯ୍ୟାଳୟ। ଏୟାରପୋର୍ଟ ଠାରୁ ଆମେରିକାର ନାଗରିକଙ୍କୁ ଦୂରେଇ ରହିବାକୁ କହିଛି ଆମେରିକା ରାଷ୍ଟ୍ରଦୂତଙ୍କ କାର୍ଯ୍ୟାଳୟ। ସପ୍ତାହକ ମଧ୍ୟରେ ରିୟାଦ ଏୟାରପୋର୍ଟରେ ଉପରେ ଏହା ତୃତୀୟ ହମଲା।
ଏହାପରେ ବିମାନବନ୍ଦରରୁ ଯାତ୍ରୀଙ୍କୁ ଖାଲି କରାଯିବା ସହ ବିମାନ ଚଳାଚଳ ବନ୍ଦ ରହିଛି। ଗୁରୁବାର ଆକ୍ରମଣରେ ତିନି ଜଣ ସାଉଦି ନାଗରିକଙ୍କ ସମେତ ଚାରି ଜଣଙ୍କ ମୃତ୍ୟୁ ଘଟିଥିଲା। ଆକ୍ରମଣରେ ଏକ ସାଉଦି ବିମାନ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା। ୟେମେନରେ ସକ୍ରିୟ ଇରାନ୍ ସମର୍ଥିତ ହୁତି ବିଦ୍ରୋହୀମାନେ ପୂର୍ବରୁ ହୋଇଥିବା ଆକ୍ରମଣ ପାଇଁ ନିଜକୁ ଦାୟି କରିଥିଲେ। କିନ୍ତୁ ଗତକାଲି ଘଟିଥିବା ଆକ୍ରମଣ ଲାଗି କୌଣସି ଗୋଷ୍ଠୀ ନିଜକୁ ଦାୟୀ କରି ନାହାନ୍ତି।
ସେପଟେ ଲଗାତାର ଆକ୍ରମଣ ଯୋଗୁଁ ରିୟାଦ୍ କୁ ଯାଉଥିବା ଏବଂ ସେଠାରୁ ଆସୁଥିବା ଅନେକ ବିମାନର ଉଡ଼ାଣ ବାତିଲ୍ ହୋଇଛି। ଏତିହାଦ୍ ଓ କତାର ଏୟାରୱେଜର କେତେକ ଉଡ଼ାଣ ମଧ୍ୟ ବାତିଲ୍ ହୋଇଥିବା ରିପୋର୍ଟ ରହିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।