Rupali Ganguly: ଫଟୋ ଓ ଭିଡିଓର ଅପବ୍ୟବହାର ରୋକିବାକୁ ବମ୍ବେ ହାଇକୋର୍ଟର ଦ୍ୱାରସ୍ଥ ହେଲେ ରୁପାଲି

Nov 03, 2026 - 19:05
Rupali Ganguly: ଫଟୋ ଓ ଭିଡିଓର ଅପବ୍ୟବହାର ରୋକିବାକୁ ବମ୍ବେ ହାଇକୋର୍ଟର ଦ୍ୱାରସ୍ଥ ହେଲେ ରୁପାଲି

ନୂଆଦିଲ୍ଲୀ: ଟିଭିର ଲୋକପ୍ରିୟ ଧାରାବାହିକ 'ଅନୁପମା' ରେ ଅଭିନୟ କରି ଘରେ ଘରେ ପରିଚିତ ହୋଇଥିବା ଅଭିନେତ୍ରୀ ରୁପାଲି ଗାଙ୍ଗୁଲି ବମ୍ବେ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି।

ଅନଲାଇନ୍‌ ଓ ଅଫଲାଇନ୍‌ ପ୍ଲାଟଫର୍ମରେ ତାଙ୍କ ଫଟୋ, ଭିଡିଓ ଏବଂ ଅନ୍ୟ ବ୍ୟକ୍ତିଗତ ତଥ୍ୟର ଅନଧିକୃତ ବ୍ୟବହାର ବିରୋଧରେ ସେ ଆଇନଗତ ସୁରକ୍ଷା ଲୋଡ଼ିଛନ୍ତି।

Advertisment ଅଭିନେତ୍ରୀଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ଫଟୋର ଅପବ୍ୟବହାର କରାଯାଉଛି।

ଏଥିରେ ଅଶ୍ଳୀଳ ବିଷୟବସ୍ତୁ ପ୍ରସାରଣ କରୁଥିବା କିଛି ପ୍ଲାଟଫର୍ମ ମଧ୍ୟ ସାମିଲ ଅଛି।

ସେଠାରେ ଏଆଇ ଜରିଆରେ ତିଆରି ହୋଇଥିବା ଡିପ୍‌ଫେକ୍‌ ଫଟୋ ଏବଂ ବିକୃତ ଭିଡିଓ ପ୍ରଦର୍ଶିତ କରାଯାଉଛି।

କ'ଣ ରହିଛି ରୁପାଲିଙ୍କ ଅଭିଯୋଗ?

ରୁପାଲିଙ୍କ କହିବା ଅନୁଯାୟୀ, ତାଙ୍କ ବିନା ଅନୁମତିରେ ଫଟୋ ଓ ଭିଡିଓକୁ ବିଭିନ୍ନ ସ୍ଥାନରେ ବ୍ୟବହାର କରାଯାଉଛି।

ଏଥିରେ ବୁଟିକ୍‌, ଅନଲାଇନ୍‌ ଓ ଅଫଲାଇନ୍‌ ପ୍ଲାଟଫର୍ମ ସହିତ ସେଲିବ୍ରିଟି ବୁକିଂ ଏଜେନ୍ସି, ଆର୍ଟିଷ୍ଟ ମ୍ୟାନେଜମେଣ୍ଟ ଫାର୍ମ ଏବଂ ଅନଲାଇନ୍‌ ପୋର୍ଟାଲ ମଧ୍ୟ ସାମିଲ ରହିଛି।

ନିଜ ଓକିଲ ସନା ଖାନ୍‌ଙ୍କ ଜରିଆରେ ରୁପାଲି ହାଇକୋର୍ଟଙ୍କୁ ଅନୁରୋଧ କରିଛନ୍ତି ଯେ, ବିଭିନ୍ନ ପ୍ଲାଟଫର୍ମରୁ ତାଙ୍କ ସହ ଜଡ଼ିତ ଆପତ୍ତିଜନକ ବିଷୟବସ୍ତୁ ହଟାଇବାକୁ ନିର୍ଦ୍ଦେଶ ଦିଆଯାଉ।

ତାଙ୍କ ନାମ ଓ ଫଟୋକୁ ବିନା ଅନୁମତିରେ ଡିଜିଟାଲ୍‌ ମାଧ୍ୟମରେ ବ୍ୟବହାର କରିବା ବିରୋଧରେ ମଧ୍ୟ ସେ ଆଇନଗତ ସୁରକ୍ଷା ମାଗିଛନ୍ତି।

ଏହି ମାମଲାର ଶୁଣାଣି ନଭେମ୍ବର ୪ ତାରିଖରେ ବିଚାରପତି ମାଧବ ଜାମଦାରଙ୍କ ସମ୍ମୁଖରେ ହେବ।

ରୁପାଲି ଗାଙ୍ଗୁଲି ଟେଲିଭିଜନ୍‌ ଜଗତର ଜଣେ ଲୋକପ୍ରିୟ ଅଭିନେତ୍ରୀ।

ସେ ଶିଶୁ କଳାକାର ଭାବେ ନିଜ ଅଭିନୟ ଜୀବନ ଆରମ୍ଭ କରିଥିଲେ।

ପରେ 'ସଞ୍ଜୀବନୀ' ଧାରାବାହିକରେ ନଜର ଆସିଥିଲେ।

ଏହାପରେ 'ସାରାଭାଇ ଭର୍ସେସ୍‌ ସାରାଭାଇ' ଶୋ' ତାଙ୍କୁ ଘରେ ଘରେ ପରିଚିତ କରାଇଥିଲା।

ଏହା ବ୍ୟତୀତ ସେ 'କାହାନୀ ଘର ଘର କୀ', 'କାବ୍ୟାଞ୍ଜଳି', 'ସପ୍ନା ବାବୁଲ୍‌ କା ବିଦାଇ' ଏବଂ 'ପରବରିଶ୍‌ କୁଛ୍‌ ଖଟ୍ଟି କୁଛ୍‌ ମିଠି' ଭଳି ଧାରାବାହିକରେ ଅଭିନୟ କରିଛନ୍ତି।

କିଛି ସମୟ ପାଇଁ ଅଭିନୟରୁ ବିରତି ନେଇଥିଲେ ରୁପାଲି।

ଏହାପରେ ୨୦୨୦ରେ 'ଅନୁପମା' ଧାରାବାହିକ ଜରିଆରେ ସେ ପୁଣିଥରେ ଟେଲିଭିଜନ୍‌ ପରଦାକୁ ଫେରିଥିଲେ।

ଏହି ଶୋ'ରେ ଅନୁପମା ଚରିତ୍ରରେ ତାଙ୍କ ଅଭିନୟକୁ ଦର୍ଶକ ବେଶ୍‌ ପସନ୍ଦ କରିଛନ୍ତି।

ସେବେଠାରୁ ଏହି ଧାରାବାହିକ ଟିଭି ପରଦାରେ ନିଜର ଲୋକପ୍ରିୟତା ବଜାୟ ରଖିଛି।

ମୋବାଇଲ୍‌ ଚୋରି ସନ୍ଦେହରେ ଅପହରଣ କରି ମାରିଦେଲେ, ୪ଜଣ ଅଟକ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।