Russia diesel dea: ରୁଷ୍ ସହ ଡିଜେଲ୍ ଚୁକ୍ତିକୁ ନେଇ ଜେଲେନ୍ସ୍କିଙ୍କ ସହ ମତଭେଦ ତୀବ୍ର
"ୱାସିଂଟନ: ୟୁକ୍ରେନ୍ର ରାଷ୍ଟ୍ରପତି ବୋଲଡିମିର ଜେଲେନ୍ସ୍କିଙ୍କୁ ହଟାଇ ଦେଶରେ ନୂଆ ନେତୃତ୍ୱ ଆସିବା ଦରକାର ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ।
ରୁଷ୍ ସହ ଡିଜେଲ୍ ଯୋଗାଣ ଚୁକ୍ତିକୁ ନେଇ ଆମେରିକା ଓ ୟୁକ୍ରେନ୍ ମଧ୍ୟରେ ମତଭେଦ ବଢ଼ିଥିବାବେଳେ ଶନିବାର ହ୍ୱାଇଟ୍ ହାଉସ୍ରେ ସାମ୍ବାଦିକମାନଙ୍କୁ ଟ୍ରମ୍ପ ଏହା କହିଛନ୍ତି।
ରୁଷ୍ର ତୈଳ ବିଶୋଧନାଗାର ଉପରେ ୟୁକ୍ରେନ୍ର ଆକ୍ରମଣ ବିଶ୍ୱବଜାରରେ ଡିଜେଲ୍ ଯୋଗାଣ ଓ ଦରକୁ ପ୍ରଭାବିତ କରୁଥିବା ଟ୍ରମ୍ପ ଅଭିଯୋଗ କରିଛନ୍ତି।Advertisment ଟ୍ରମ୍ପ କହିଛନ୍ତି, ଜେଲେନ୍ସ୍କି ରୁଷ୍ ସହ ଶାନ୍ତି ଚୁକ୍ତି କରିବାର ଅନେକ ସୁଯୋଗ ପାଇଥିଲେ ମଧ୍ୟ ସେ ତାହା କରିପାରିନାହାନ୍ତି।
ତେଣୁ ଏଭଳି ଜଣେ ନେତା ଆସିବା ଦରକାର, ଯିଏ ଚୁକ୍ତି କରି ଯୁଦ୍ଧର ଅନ୍ତ ଘଟାଇପାରିବେ।
ରୁଷ୍ର ତୈଳ ବିଶୋଧନାଗାର ଉପରେ ଆକ୍ରମଣ ବନ୍ଦ କରିବାକୁ ସେ ଜେଲେନ୍ସ୍କିଙ୍କୁ ଚେତାବନୀ ମଧ୍ୟ ଦେଇଛନ୍ତି।
ଟେଲିଫୋନ୍ରେ ୯୦ମିନିଟ୍ ଆଲୋଚନାଏହି ମତଭେଦର ମୂଳ କାରଣ ହେଉଛି ରୁଷ୍ରୁ ଡିଜେଲ୍ ଆମଦାନି ନେଇ ଟ୍ରମ୍ପ ଓ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ଙ୍କ ମଧ୍ୟରେ ହୋଇଥିବା ଚୁକ୍ତି।
ଶୁକ୍ରବାର ଦୁଇ ନେତାଙ୍କ ମଧ୍ୟରେ ପ୍ରାୟ ୯୦ ମିନିଟ୍ ଧରି ଟେଲିଫୋନ୍ରେ ଆଲୋଚନା ହୋଇଥିଲା।
ଆମେରିକାରେ ଇନ୍ଧନ ଦର ବଢ଼ୁଥିବାରୁ ରୁଷ୍ରୁ ଡିଜେଲ୍ ଯୋଗାଣ ମାଧ୍ୟମରେ ଦର ନିୟନ୍ତ୍ରଣ କରିବା ଏହି ଚୁକ୍ତିର ଉଦ୍ଦେଶ୍ୟ।
ଏଥିପାଇଁ ରୁଷ୍ର ଡିଜେଲ୍ ରପ୍ତାନି ଉପରେ ଥିବା କଟକଣା କୋହଳ କରାଯାଇଛି।
ତେବେ ଏହାଦ୍ୱାରା ରୁଷ୍ ଅଧିକ ଅର୍ଥ ପାଇ ଯୁଦ୍ଧ ଜାରି ରଖିବ ବୋଲି ଜେଲେନ୍ସ୍କି ଚିନ୍ତା ପ୍ରକାଶ କରିଛନ୍ତି।
Donald Trump:ଡୋନାଲ୍ଡ ଟ୍ରମ୍ପ ଏବଂ ଜର୍ଜିଆ ମେଲୋନିଙ୍କ ମନୋମାଳିନ୍ୟ ଶେଷ ପୁଟିନଙ୍କ ପାଇଁ ଉପହାରଜେଲେନ୍ସ୍କି ଏହି ଚୁକ୍ତିକୁ ପୁଟିନ୍ଙ୍କ ପାଇଁ ଏକ ଉପହାର ବୋଲି କହିଛନ୍ତି।
ଶନିବାର ୟୁକ୍ରେନ୍ର ଜାପୋରିଝିଆ ସହରରେ ରୁଷ୍ର ଆକ୍ରମଣରେ ୨୦ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
ମୃତକଙ୍କ ମଧ୍ୟରେ ୩ ଜଣ ଶିଶୁ ଅଛନ୍ତି।
ଡିଜେଲ୍ ରପ୍ତାନି ଉପରେ କଟକଣା କୋହଳ କରିବା ପରେ ରୁଷ୍ ୟୁକ୍ରେନ୍ର ସାଧାରଣ ନାଗରିକଙ୍କ ଉପରେ ଆକ୍ରମଣ ବଢ଼ାଇଛି ବୋଲି ଜେଲେନ୍ସ୍କି ଅଭିଯୋଗ କରିଛନ୍ତି।
ଏହି ବିବାଦ ମଧ୍ୟରେ ଆମେରିକା, ୟୁକ୍ରେନ୍ ଓ ୟୁରୋପୀୟ ଅଧିକାରୀଙ୍କ ମଧ୍ୟରେ ଯୁଦ୍ଧ ବନ୍ଦ ପାଇଁ ମିଆମିଠାରେ ଆଲୋଚନା ହୋଇଥିଲା।
ଆମେରିକା ପକ୍ଷରୁ ଷ୍ଟିଭ୍ ୱିଟ୍କଫ୍ ଓ ଜାରେଡ୍ କୁଶନର ଆଲୋଚନାରେ ସାମିଲ ହୋଇଥିଲେ।
ତେବେ ଡିଜେଲ୍ ଚୁକ୍ତି ଯୋଗୁଁ ଶାନ୍ତି ଆଲୋଚନା ଆହୁରି ଜଟିଳ ହେବା ଆଶଙ୍କା ରହିଛି।
ଅନ୍ୟପକ୍ଷରେ ୟୁକ୍ରେନ୍ର ବୈଦେଶିକ ମନ୍ତ୍ରୀ ଆନ୍ଦ୍ରି ସିବିହା କହିଛନ୍ତି ଯେ ନିଜ ରାଷ୍ଟ୍ରପତି ବାଛିବାର ଅଧିକାର କେବଳ ୟୁକ୍ରେନ୍ବାସୀଙ୍କର।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।