Sagar Kavach Exercise ଗଞ୍ଜାମ ଉପକୂଳରେ ଦୁଇ ଦିନିଆ ‘ସାଗର କବଚ’ ସମରାଭ୍ୟାସ
"ଛତ୍ରପୁର (ବସନ୍ତ କୁମାର ମହାରଣା): ସମୁଦ୍ରପଥରେ ସମ୍ଭାବ୍ୟ ଆତଙ୍କବାଦୀ ଅନୁପ୍ରବେଶକୁ ରୋକିବା ଏବଂ ଉପକୂଳ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ଗଞ୍ଜାମ ପୁଲିସ ଜିଲ୍ଲା ପକ୍ଷରୁ ଦୁଇ ଦିନିଆ "ସାଗର କବଚ" ସମରାଭ୍ୟାସ ଅନୁଷ୍ଠିତ ହେଉଛି।
ଗୁରୁବାର ଏହାର ଦ୍ୱିତୀୟ ଦିନରେ ଗଞ୍ଜାମ ଉପକୂଳର ବିଭିନ୍ନ ସ୍ଥାନରେ କଡ଼ା ଯାଞ୍ଚ ଓ ପାଟ୍ରୋଲିଂ କରାଯାଇଥିଲା।Advertisment Environmentalist: ପରିବେଶ ଯୋଦ୍ଧା: ସମୁଦ୍ର କୂଳରୁ ସବୁଜ ସ୍ୱପ୍ନ ଗଞ୍ଜାମ, ଛତ୍ରପୁର, ରମ୍ଭା, ଚମାଖଣ୍ଡି ଓ ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ପକ୍ଷରୁ ଉପକୂଳବର୍ତ୍ତୀ ଅଞ୍ଚଳରେ ସ୍ଥଳପଥ ଓ ଜଳପଥରେ ଯାଞ୍ଚ କରାଯାଇଥିଲା।
ଏହି ସମରାଭ୍ୟାସରେ ପୁଲିସ ସହ ମତ୍ସ୍ୟ ବିଭାଗ, ଅଗ୍ନିଶମ ବିଭାଗ, ସ୍ୱାସ୍ଥ୍ୟ ବିଭାଗ ଓ କୋଷ୍ଟ ଗାର୍ଡର କର୍ମଚାରୀମାନେ ସାମିଲ ହୋଇଥିଲେ।
ସମରାଭ୍ୟାସରେ ବ୍ଲୁ ଟିମ୍ ଓ ରେଡ୍ ଟିମ୍ ଗଠନ କରାଯାଇଥିଲା।
ବ୍ଲୁ ଟିମ୍ ପକ୍ଷରୁ ସ୍ଥଳପଥ ଓ ଜଳପଥରେ କଡ଼ା ପାଟ୍ରୋଲିଂ କରାଯାଉଥିବା ବେଳେ ଗୋପାଳପୁରରୁ ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ଉପରେ ଆକ୍ରମଣ କରିବା ଉଦ୍ଦେଶ୍ୟରେ ଆସୁଥିବା ୩ ଜଣ ଡମି ଆତଙ୍କବାଦୀଙ୍କୁ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ କାବୁ କରାଯାଇଥିଲା।
ପୁରୀ ସମୁଦ୍ରକୂଳରେ ରଣକୌଶଳ ଦେଖାଇଲେ ନୌବୀର ସେମାନଙ୍କ ନିକଟରୁ ଡମି ବମ୍, ବିସ୍ଫୋରକ ସାମଗ୍ରୀ ଓ ପରିଚୟପତ୍ର ଜବତ କରାଯାଇଥିଲା।
ପରେ ୩ ଜଣଙ୍କୁ ଗିରଫ ଦର୍ଶାଯାଇଥିଲା।
ତେବେ ଏହା ସାଗର କବଚ ସମରାଭ୍ୟାସର ଏକ ଡେମୋ ଥିଲା ବୋଲି ଛତ୍ରପୁର ଏସ୍ଡିପିଓ ଚନ୍ଦନ ଘଡ଼େଇ ସ୍ପଷ୍ଟ କରିଛନ୍ତି।
ପୁଲିସ କେତେ ଶୀଘ୍ର ଡମି ଆତଙ୍କବାଦୀଙ୍କୁ ଚିହ୍ନଟ ଓ କାବୁ କରିପାରୁଛି, ତାହା ପରୀକ୍ଷା କରିବା ଏହି ଡେମୋର ଉଦ୍ଦେଶ୍ୟ ଥିଲା।
ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ଅଧିକାରୀ ବିଦ୍ୟା ଭାରତୀ ନାୟକ ଡମି ଆତଙ୍କବାଦୀଙ୍କ ପରିଚୟପତ୍ର ଯାଞ୍ଚ କରିଥିଲେ।
ଏହା ସହ ଥାନା ଅଧୀନ ପ୍ରୟାଗୀଠାରୁ ହରିପୁର ପର୍ଯ୍ୟନ୍ତ ପ୍ରାୟ ୪୦ କିଲୋମିଟର ଉପକୂଳ ଅଞ୍ଚଳରେ ପାଟ୍ରୋଲିଂ ଓ ନଜରଦାରୀ କରାଯାଇଥିଲା।
OdishaPolice: ଓଡ଼ିଶା ପୋଲିସ ପକ୍ଷରୁ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬” ଅନୁଷ୍ଠିତ ୨୦୦୮ ମସିହା ନଭେମ୍ବର ୨୬ରେ ସମୁଦ୍ରପଥ ଦେଇ ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ଘଟିବା ପରେ ଦେଶର ଉପକୂଳ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରାଯାଇଛି।
ସମୁଦ୍ରପଥରେ ଅନୁପ୍ରବେଶ ରୋକିବା ସହ ଉପକୂଳ ସୁରକ୍ଷା ବ୍ୟବସ୍ଥାର ପ୍ରସ୍ତୁତି ଓ ସମନ୍ୱୟ ପରୀକ୍ଷା କରିବା ଲକ୍ଷ୍ୟରେ ଏଭଳି ସମରାଭ୍ୟାସ କରାଯାଉଛି।
ଗଞ୍ଜାମ ଉପକୂଳରେ ଜଳପଥ କିମ୍ବା ସ୍ଥଳପଥ ଦେଇ କୌଣସି ଅନୁପ୍ରବେଶ ଘଟିଲେ ତାହାକୁ ତୁରନ୍ତ ଚିହ୍ନଟ କରି ମୁକାବିଲା କରିବା ପାଇଁ ଏହି ଦୁଇ ଦିନିଆ ସମରାଭ୍ୟାସ ମାଧ୍ୟମରେ ସୁରକ୍ଷା ବ୍ୟବସ୍ଥାର ପ୍ରସ୍ତୁତି ଯାଞ୍ଚ କରାଯାଇଛି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।