Sai Pallavi Life Partner: କେମିତି ପୁଅକୁ ବିବାହ କରିବେ ସାଇ ପଲ୍ଲବୀ? KBC ମଞ୍ଚରେ ବିଗ୍ ବିଙ୍କୁ କହିଦେଲେ ମନର କଥା

Oct 29, 2026 - 14:47
Sai Pallavi Life Partner: କେମିତି ପୁଅକୁ ବିବାହ କରିବେ ସାଇ ପଲ୍ଲବୀ? KBC ମଞ୍ଚରେ ବିଗ୍ ବିଙ୍କୁ କହିଦେଲେ ମନର କଥା

ଦିନକୁ ଦିନ ବଢ଼ୁଛି 'ରାମାୟଣ'କୁ ନେଇ ଚର୍ଚ୍ଚା।

ଫିଲ୍ମର ପ୍ରମୋସନ୍ ମଧ୍ୟ ଜୋରସୋରରେ ଚାଲିଛି।

ଏହି କ୍ରମରେ ଫିଲ୍ମର କଳାକାରମାନେ ଲୋକପ୍ରିୟ ଟିଭି ଶୋ' 'କୌନ୍ ବନେଗା କରୋଡ଼ପତି'ରେ ପହଞ୍ଚିଥିଲେ।

ଏଠାରେ ବଲିଉଡ୍‌ର ମହାନାୟକ ଅମିତାଭ ବଚ୍ଚନଙ୍କ ସହ ହୋଇଥିଲା ଅନେକ ମଜାଦାର କଥାବାର୍ତ୍ତା।

ତେବେ ଏହି ସମୟରେ ସାଇ ପଲ୍ଲବୀଙ୍କୁ ତାଙ୍କ ଜୀବନସାଥୀଙ୍କ ପସନ୍ଦକୁ ନେଇ ଏକ ରୋଚକ ପ୍ରଶ୍ନ ପଚାରିଥିଲେ ବିଗ୍ ବି।

ଆଉ ସାଇଙ୍କ ଉତ୍ତର ଶୁଣି ଦର୍ଶକଙ୍କ ମଧ୍ୟରେ ଫୁଟିଥିଲା କରତାଳି।

Advertisment କେମିତି ଜୀବନସାଥୀ ଚାହାନ୍ତି ସାଇ ପଲ୍ଲବୀ?

'କୌନ୍ ବନେଗା କରୋଡ଼ପତି'ର ମଞ୍ଚରେ ଅମିତାଭ ବଚ୍ଚନ ସାଇ ପଲ୍ଲବୀଙ୍କୁ ପଚାରିଥିଲେ, ଯଦି ସେ ଭବିଷ୍ୟତରେ ବିବାହ କରିବାକୁ ଚାହାନ୍ତି, ତେବେ କେଉଁ ପ୍ରକାରର ବ୍ୟକ୍ତିଙ୍କୁ ନିଜ ଜୀବନସାଥୀ ଭାବେ ବାଛିବେ?

ଏହାର ଉତ୍ତରରେ ସାଇ କହିଥିଲେ, ତାଙ୍କ ପାଇଁ ସବୁଠାରୁ ଜରୁରୀ ହେଉଛି ଜଣେ ଭଲ ମଣିଷ।

ତାଙ୍କ ଜୀବନସାଥୀ ଅତ୍ୟଧିକ ସ୍ୱାର୍ଥପର କିମ୍ବା ନିଜକୁ ନେଇ ସବୁବେଳେ ଚିନ୍ତିତ ରହୁଥିବା ବ୍ୟକ୍ତି ହୋଇନଥିବେ।

ସେ ନିଜ ଭୁଲ୍‌କୁ ବୁଝିବା ସହ ନିଜକୁ ଆତ୍ମସମୀକ୍ଷା କରିପାରୁଥିବେ।

Advertisment ସାଇଙ୍କ କହିବା ଅନୁସାରେ, ଭୁଲ୍ କରିବା ମଣିଷର ସ୍ୱାଭାବିକ ଗୁଣ, କିନ୍ତୁ ନିଜ ଭୁଲ୍‌କୁ ସ୍ୱୀକାର କରି ତାହାକୁ ସୁଧାରିବାର ମନୋଭାବ ରହିବା ଉଚିତ।

ଅନ୍ୟ କେହି ଭୁଲ୍ କରିଥିଲେ ବୋଲି ନିଜେ ମଧ୍ୟ ସେହି ଭୁଲ୍ କରିବାକୁ ସେ ସମର୍ଥନ କରୁନଥିବେ।

ସାଇ ମଜାଳିଆ ଢଙ୍ଗରେ ଏହା ମଧ୍ୟ କହିଥିଲେ ଯେ, ଜୀବନସାଥୀଙ୍କ ଗୁଣକୁ ନେଇ ତାଙ୍କର ଏକ ଲମ୍ବା ତାଲିକା ରହିଛି।

ହେଲେ ସବୁଠାରୁ ଜରୁରୀ ହେଉଛି ସେ ଜଣେ ଭଲ ମଣିଷ ହୋଇଥିବା ଦରକାର।

ଆଉ ଯଦି ତାଙ୍କୁ ରୋଷେଇ ଜଣାଥିବ, ତେବେ ତାହା ଆହୁରି ଭଲ!

ଡାକ୍ତରୀ ପାଠପଢ଼ା ଛାଡ଼ି ଅଭିନୟକୁ କାହିଁକି ବାଛିଲେ?

କେବଳ ବ୍ୟକ୍ତିଗତ ଜୀବନ ନୁହେଁ, ସାଇ ପଲ୍ଲବୀଙ୍କ କ୍ୟାରିୟର୍‌କୁ ନେଇ ମଧ୍ୟ ଅମିତାଭ ବଚ୍ଚନ ପ୍ରଶ୍ନ କରିଥିଲେ।

ଡାକ୍ତରୀ ପାଠପଢ଼ା କରିବା ପରେ ସେ କାହିଁକି ଅଭିନୟ ଜଗତକୁ ନିଜର କ୍ୟାରିୟର୍ ଭାବେ ବାଛିଲେ ବୋଲି ପଚାରିଥିଲେ ବିଗ୍ ବି।

ଏହାର ଉତ୍ତରରେ ସାଇ ହସି ହସି କହିଥିଲେ, “ଭଗବାନ ହିଁ ଲେଖିଥିଲେ ଯେ ମୋତେ ଅଭିନୟ କରିବା ଉଚିତ।” ସାଇଙ୍କ ଏହି ଉତ୍ତର ଶୁଣି ଅମିତାଭ ବଚ୍ଚନ କିଛିଟା ଆଶ୍ଚର୍ଯ୍ୟ ହୋଇଥିଲେ।

ଏହି ସମୟରେ ରଣବୀର କପୁର ମଜା କରି କହିଥିଲେ ଯେ, ଏହା ଭଗବାନଙ୍କ ପ୍ରେସ୍କ୍ରିପ୍ସନ୍ ଥିଲା ଯେ ସାଇଙ୍କୁ ଅଭିନୟ କରିବାକୁ ପଡ଼ିବ।

ରଣବୀରଙ୍କ ଏହି କଥା ଶୁଣି ମଞ୍ଚରେ ହସର ମାହୋଲ ସୃଷ୍ଟି ହୋଇଥିଲା।

'ରାମାୟଣ'ରେ ସୀତା ଭୂମିକାରେ ସାଇ ପଲ୍ଲବୀ ନିର୍ଦ୍ଦେଶକ ନିତେଶ ତିୱାରୀଙ୍କ ଆଗାମୀ ଫିଲ୍ମ 'ରାମାୟଣ'କୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ରହିଛି।

ଏହି ଫିଲ୍ମରେ ସାଇ ପଲ୍ଲବୀ ମାତା ସୀତାଙ୍କ ଭୂମିକାରେ ନଜର ଆସିବେ।

ରଣବୀର କପୁର ପ୍ରଭୁ ଶ୍ରୀରାମ, ରବି ଦୁବେ ଲକ୍ଷ୍ମଣ, ୟଶ ରାବଣ ଏବଂ ସନ୍ନି ଦେଓଲ ଭଗବାନ ହନୁମାନଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି।

ଏହି ବିଗ୍ ବଜେଟ୍ ଫିଲ୍ମର ପ୍ରଥମ ଭାଗ ୨୦୨୬ ନଭେମ୍ବର ୫ ତାରିଖରେ ରିଲିଜ୍ ହେବାର କାର୍ଯ୍ୟକ୍ରମ ରହିଛି।

ଦ୍ୱିତୀୟ ଭାଗ ୨୦୨୭ ଦୀପାବଳିରେ ରିଲିଜ୍ ହୋଇପାରେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।