Salman Khan: ସଲମାନଙ୍କୁ ପ୍ରଶଂସା ପାଇଁ ଗୁଳିମାଡ଼: ଟାଇଗର ଶ୍ରଫ୍‌ଙ୍କ ଉପରେ ଆକ୍ରମଣର ପର୍ଦ୍ଦାଫାସ

Oct 24, 2026 - 23:11
Salman Khan: ସଲମାନଙ୍କୁ ପ୍ରଶଂସା ପାଇଁ ଗୁଳିମାଡ଼: ଟାଇଗର ଶ୍ରଫ୍‌ଙ୍କ ଉପରେ ଆକ୍ରମଣର ପର୍ଦ୍ଦାଫାସ

ମୁମ୍ବାଇ: ବଲିଉଡ୍ ଅଭିନେତା ଟାଇଗର ଶ୍ରଫ୍‌ ଙ୍କ ଉପରେ ହୋଇଥିବା ଗୁଳିମାଡ଼ ଘଟଣାରେ ବର୍ତ୍ତମାନ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି।

ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ପକ୍ଷରୁ ଟାଇଗରଙ୍କୁ ଟାର୍ଗେଟ କରାଯିବାର ମୁଖ୍ୟ କାରଣ ସଲମାନ ଖାନଙ୍କ ପ୍ରତି ତାଙ୍କର ଭୂୟସୀ ପ୍ରଶଂସା ଥିଲା ବୋଲି ଜଣେ ଗିରଫ ଅଭିଯୁକ୍ତ ପୁଲିସ ଆଗରେ ସ୍ୱୀକାର କରିଛି।

ଗତ ରବିବାର ଜୁହୁର ଏକ ଗ୍ରାଉଣ୍ଡରୁ ଫୁଟବଲ୍ ଖେଳି ଫେରୁଥିବା ସମୟରେ ଦୁଇ ଜଣ ଦୁର୍ବୃତ୍ତ ଟାଇଗରଙ୍କ ବିଏମ୍‌ଡବ୍ଲ୍ୟୁ ଗାଡ଼ି ଉପରକୁ ପ୍ରାୟ ୭ ରାଉଣ୍ଡ ଗୁଳି ଚଳାଇ ମୋଟରସାଇକେଲରେ ଫେରାର ହୋଇଯାଇଥିଲେ।

Advertisment ଏହି ଆକ୍ରମଣରେ ଅଭିନେତାଙ୍କ ଡ୍ରାଇଭର ଏବଂ ଅନ୍ୟ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିଲେ।

ପରଦିନ ମୁମ୍ବାଇ ପୁଲିସ ଓ କୋଟା ପୁଲିସର ମିଳିତ ସହଯୋଗରେ ଅପରାଧୀମାନଙ୍କୁ କୋଟା ରେଳ ଷ୍ଟେସନରେ ପୁନେ-ଜୟପୁର ସୁପରଫାଷ୍ଟ ଏକ୍ସପ୍ରେସରୁ ଗିରଫ କରାଯାଇଥିଲା।

ଅଭିଯୁକ୍ତଙ୍କ ବୟାନ ଅନୁଯାୟୀ, ଏକ ଚଳଚ୍ଚିତ୍ର ପ୍ରମୋସନ ସମୟରେ ଟାଇଗର ଶ୍ରଫ୍ ଅଭିନେତା ସଲମାନ ଖାନଙ୍କୁ ପ୍ରଶଂସା କରି ସେ ଚଳଚ୍ଚିତ୍ର ଜଗତର ଏକମାତ୍ର 'ଟାଇଗର' ବୋଲି ବର୍ଣ୍ଣନା କରିଥିଲେ।

ସଲମାନଙ୍କ ସହ ନିବିଡ଼ତା ଯୋଗୁଁ ବିଷ୍ଣୋଇ ଗ୍ୟାଙ୍ଗ୍ ଟାଇଗରଙ୍କୁ ନିଜର ଶତ୍ରୁ ଭାବେ ଚିହ୍ନଟ କରିଥିଲା, କାରଣ ୧୯୯୯ର କୃଷ୍ଣସାର ମୃଗ ଶିକାର ମାମଲା ପରଠାରୁ ବିଷ୍ଣୋଇ ସମୁଦାୟ ସଲମାନଙ୍କ ବିରୋଧରେ ରହିଛି।

ଆହୁରି ପଢନ୍ତୁ: Blood: ରକ୍ତଦାନ ବେଳେ ଭୁଲ୍ 'ବ୍ଲଡ୍ ଗ୍ରୁପ୍' ଦେଲେ କ'ଣ ହୁଏ?

ଜାଣନ୍ତୁ ଏହାର ଭୟଙ୍କର ପରିଣତି ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ଗୁଳିକାଣ୍ଡ ପରେ ଅଭିଯୁକ୍ତମାନେ ସୋସିଆଲ ମିଡିଆ ଏବଂ ଇଣ୍ଟରନେଟ୍ କଲ୍ ମାଧ୍ୟମରେ ପୁଲିସର ପ୍ରତିଟି ଗତିବିଧି ଓ ତଦନ୍ତ ପ୍ରକ୍ରିୟା ଉପରେ କ୍ରମାଗତ ନଜର ରଖିଥିଲେ।

ସିସିଟିଭି ଫୁଟେଜ୍ ଅନୁଯାୟୀ, ଅଭିଯୁକ୍ତ ରେହାନ ସର୍ବଦା ନିଜ ଫୋନ୍‌ରେ ବ୍ୟସ୍ତ ଥିଲା ଏବଂ ଅନ୍ଧେରୀ ଅଞ୍ଚଳରେ ସେମାନଙ୍କ ବାଇକ୍ ଜବତ ହେବା ସୂଚନା ମଧ୍ୟ ସେମାନଙ୍କ ପାଖକୁ ଇଣ୍ଟରନେଟ୍ କଲ୍ ମାଧ୍ୟମରେ ପଠାଯାଇଥିଲା।

ପୁଲିସ ବର୍ତ୍ତମାନ ଏହି ଆପରାଧିକ ନେଟୱର୍କର ଚୂଡ଼ାନ୍ତ ଯାଞ୍ଚ କରିବା ସହ ସେମାନଙ୍କୁ ଆଭ୍ୟନ୍ତରୀଣ ତଥ୍ୟ ଯୋଗାଉଥିବା ବ୍ୟକ୍ତିକୁ ଖୋଜୁଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।