Salman Khan to Tiger Shroff: ଟାର୍ଗେଟ୍‌ରେ ଥିଲେ ସଲମାନ, ପ୍ଲାନ୍‌-B ହେଲେ ଟାଇଗର; ଜେରାରେ ବଡ଼ ଖୁଲାସା!

Oct 21, 2026 - 14:59
Salman Khan to Tiger Shroff: ଟାର୍ଗେଟ୍‌ରେ ଥିଲେ ସଲମାନ, ପ୍ଲାନ୍‌-B ହେଲେ ଟାଇଗର; ଜେରାରେ ବଡ଼ ଖୁଲାସା!

ଟାର୍ଗେଟ୍ ରେ ଥିଲେ ସଲମାନ୍, ଗୁଳିମାଡ଼ର ଶିକାର ହେଲେ ଟାଇଗର୍। ବଲିଉଡ୍ ଅଭିନେତା ଟାଇଗର ଶ୍ରଫଙ୍କ ଉପରେ ଗୁଳିମାଡ଼ ଘଟଣାରେ ସାମନାକୁ ଆସୁଛି ରୋଚକ ତଥ୍ୟ। ମାରାଥନ୍ ଜେରା ବେଳେ ସତ ଉଗାଳୁଛନ୍ତି ୩ ଅଭିଯୁକ୍ତ। ସୁଟରଙ୍କ ନିଶାନାରେ ନଥିଲେ ଟାଇଗର୍ ଶ୍ରଫ୍। ଟାର୍ଗେଟରେ ଥିଲେ ବଲିଉଡ ସୁପରଷ୍ଟାର ସଲମାନ ଖାନ। ହେଲେ ସଲମାନଙ୍କୁ ଟାର୍ଗେଟ କରିବାରେ ସୁଟର ଫେଲ୍ ମାରିବାରୁ ବଦଳିଯାଇଥିଲା ସେମାନଙ୍କର ପ୍ଲାନ୍। ତାଙ୍କ ଘର ବାହାରେ କଡ଼ା ସୁରକ୍ଷା ଦେଖି ବଦଳାଇଦେଲେ ଯୋଜନା।

ସଲମାନଙ୍କ ମୁମ୍ବାଇ ବାନ୍ଦ୍ରା ସ୍ଥିତ ଗ୍ୟାଲାକ୍ସି ଆପାର୍ଟମେଣ୍ଟରେ ରେକି କରିଥିବା ନେଇ ତଦନ୍ତରୁ ସୂଚନା ମିଳିଛି। ଘର ବାହାରେ ପୋଲିସର କଡ଼ା ପ୍ରହରା ଦେଖି ସଲମାନଙ୍କ ପାଖରେ ପହଞ୍ଚିବା ସହଜ ନୁହେଁ ବୋଲି ଅନୁଭବ କରିଥିଲେ। ଏହାପରେ କମ୍ ସୁରକ୍ଷାରେ ରହୁଥିବା ଅନ୍ୟ ସେଲିବ୍ରିଟିଙ୍କୁ ଟାର୍ଗେଟ୍ କରିବାକୁ ଯୋଜନା କରିଥିଲେ ସୁଟର୍। ସେମାନଙ୍କ ପାଇଁ ଟାଇଗର କେବଳ ପ୍ଲାନ୍ B ଥିଲେ। ବଲିଉଡରେ ଭୟର ବାତାବରଣ ଖେଳାଇବାକୁ ତାଙ୍କ ଉପରେ ଗୁଳିମାଡ଼ କରିଥିଲେ।

ଏହି ଖୁଲାସା ଗିରଫ ୩ ସୁଟର ରେହାନ, ରିତିକ ଓ ଫୁଲ ସିଂହ ଜେରା ବେଳେ ମୁମ୍ବାଇ କ୍ରାଇମବ୍ରାଞ୍ଚ ଆଗରେ ସ୍ବୀକାର କରିଛନ୍ତି। ପୂର୍ବରୁ ମଧ୍ୟ ସଲମାନ ଖାନଙ୍କ ଉପରେ ଆକ୍ରମଣ ହୋଇଥିଲା। ଅନ୍ୟପଟେ ଏହି ଘଟଣାରେ ପୋଲିସ ୨ ଜଣ ମହିଳାଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି। ସେମାନେ ଗୁଳିମାଡ଼ ପୂର୍ବରୁ ମୁମ୍ବାଇକୁ ବନ୍ଧୁକ ପଠାଇଥିବା ଅଭିଯୋଗରେ ଗିରଫ ହୋଇଛନ୍ତି। ...

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।